OUR READERS STATUS AROUND THE GLOBE : INDIA-362119 CANADA-354 CHINA-881 FRANCE-1727 GERMANY- 2083 QATAR - 61 SINGAPORE - 1114 UNITED STATES - 14819 UNITED KINGDOM - 553 UNITED ARAB EMIRATES - 926 UKRAINE-47 UNKNOWN REGIONS-5627

ନୂତନବର୍ଷର ନିମନ୍ତ୍ରଣ - ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର

ନୂତନବର୍ଷର ନିମନ୍ତ୍ରଣ - ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର


ନୂଆବର୍ଷରେ ଆଜି ନୂଆସୂର୍ଯ୍ୟ,, ହେଇ ଆକାଶରେ
ସତେକି ସୋହାଗ ସିନ୍ଦୂର  ଦିଗାଙ୍ଗୀ ମଥାରେ
ଉକୁଟି ଉଠିଲାଣି ଆହା କି ଅପୂର୍ବ ଚିତ୍ରରେ
କୁଆ, କୋଇଲି ଙ୍କ କୁଜନ ଶବ୍ଦରେ   ।।

ସ୍ଵର୍ଣ୍ଣାଭ ରବିକର ପ୍ରଥମ ସ୍ପର୍ଶ ଅବିର ବରନେ
ବିଛୁରିତ ଧରଣୀର କୋଣେ ଅନୁକୋଣେ
ସବୁଜ ଦୁର୍ବାରେ ଶୀକର ବିନ୍ଦୁ ମାନେ
ଚିକି୍ମିକି୍ ଆଦିତ୍ୟ କିରଣେ  ।।

ବାଗ,ବଗିଚା,ବନ,ବିଥୀକା ଫୁଲ ବଗିଚା ରେ
ଆନମନା ହରରଙ୍ଗୀ ଫୁଲରେ ଫୁଲରେ
ହସିଉଠେ ନୂଆବର୍ଷ ସତେକି ଅଧୀରେ
ମଧୂଲିଟ ‌ପ୍ରଥମ ଚୁମାରେ  ।।

ପ୍ରଥମ ମଳୟ ମଧୂ ସଉରଭ ଭରା ଫୁଲରେଣୁ ବୁଣିବୁଣି
ମଧୂମକ୍ଷୀ ମଧୂଗୁଞ୍ଜରଣ ମନକୁ କି ନିଏ କିଣି
ଚହଳ ପକାଏ,, ଦେଖ ଦେଖ ରେ ,ଧରଣୀ
ନୂଆବର୍ଷ ଅଭିନବ ସ୍ଵାଗତ ବାଜେଣି  ।।

ଦେବତାର ପବିତ୍ର ମନ୍ଦିରେ ପ୍ରଥମ ଓଁକାର ଶବଦ
ପ୍ରଥମ ଶଂଖ ଧ୍ଵନି କବିପ୍ରାଣ କରେ ବିମୋହିତ
ସତ୍ୟ ଶାନ୍ତି ବନ୍ଧେ ବନ୍ଧୁ ମନକୁ କରରେ ପବିତ୍ର
ନୂଆବର୍ଷେ କବି କରେ ନିମନ୍ତ୍ରିତ  ।। (୨)

ଶ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର, ମଙ୍ଗଳାଯୋଡି, ଖୋର୍ଦ୍ଧା

0 Comments