ନେତାଙ୍କର ନେତା ନେତାଜୀ - ନାରାୟଣ ଚନ୍ଦ୍ର ସେନାପତି

ନେତାଙ୍କର ନେତା ନେତାଜୀ - ନାରାୟଣ ଚନ୍ଦ୍ର ସେନାପତି


ଭୁଲିହେବନିସେ ପବିତ୍ର ଦିବସ
ଜାନୁଆରୀ ମାସ ତେଇଶ
ଅଭାଗା ଭାରତ ଭାଗ୍ୟ ଆକାଶରେ
 ଉଇଁଲା ସୌଭାଗ୍ୟ ଜ୍ୟୋତିଷ୍କ।
 ସେ କଟକର ଯୁବରାଜ
 ଉତ୍କଳମାତାର ଉଲ୍ କା
ଭାରତବର୍ଷର ହେଲି ଧୁମକେତୁ
 ବିଶ୍ୱର ମହାନ ତାରକା ॥
ଓଡିଆ ବଜାର କଟକର ଛୁଆ
ନେତାଙ୍କର ନେତା ସୁଭାଷ
ଜାନକୀ ଦାସଙ୍କ ଅମ୍ଳାନ ପ୍ରତିଭା
ପ୍ରଭାବତୀଙ୍କର ନିଃଶ୍ୱାସ,
ଭୁଲିହେବନିସେ ପଢୁଆ ମାଟିର
ଲଢୁଆ ପୁଅ ନେତାଜୀ
ଦମ୍ଭ ବୀରତ୍ୱରେ ନେପୋଲିୟନ୍ ସତ
 ଜ୍ଞାନରେ ଓଡିଆ ସ୍ୱାମୀଜୀ
 ଦେଖିଲା ଇଂରେଜ ଶୋଷଣ
 ଭାରତୀୟଙ୍କ କଷଣ
ବଜ୍ରବାଣୀ ବାହି ତୋଫାନି ସ୍ୱରରେ
କରିଲା ବିପ୍ଳବ ଆହ୍ୱାନ,,
 ଅହିଂସା ପଥରୁ ଦୂରେଇ
 ଗୋଲାମି ପାଦରେ ହଟାଇ
ଛାଡିଲା କଂଗ୍ରେସ ତ୍ୟାଗିଲା ଆଇ ସି ଏସ୍
ସ୍ୱାଥିନତା ମନ୍ତ୍ର ଶିଖାଇ ॥
ଭୁଲିହେବନି ସେ ବୀର ପୁଙ୍ଗବର
ରଣହୁଙ୍କାର ଡାକ
ରକ୍ତ ଦିଅମୋତେ ସ୍ୱାଧୀନତା ଦେବି...
ତୁହାଇ ମୁଲକ ଯାକ,
ଜର୍ମାନର ଜ୍ୱାଇଁ ପୁଅ
ଜାପାନର ଗେହ୍ଲାପୁଅ
ଦିଲ୍ଲୀ ଚଲୋ ଧ୍ୱନି ମେଦିନି କମ୍ପିଲା
ବୋହିଲା ବ୍ରିଟିଶ୍ ଲୁହ ॥
ସରି ଆସିଲା ତା କାହାଣୀ
ବିସ୍ଫୋରଣ ଯିଏ ବିସ୍ଫୋରଣେ ଗଲା
ଅଗଷ୍ଟ, ଅଠରକୁ ଦେଇ ମେଲାଣି।
 ହେ ସପନର ସୌଦାଗର
ସ୍ୱାଭିମାନୀ ତୁମେ ଜାତିପ୍ରେମୀ ବୀର
ପ୍ରଣାମ ମୋ ଘେନାକର ॥

ନାରାୟଣ ଚନ୍ଦ୍ର ସେନାପତି, ଜମ୍ଭରା, କେନ୍ଦୁଝର

0 Comments