ପ୍ରବନ୍ଧ - ନେତାଙ୍କର ନେତା ନେତାଜୀ - ନାରାୟଣ ଚନ୍ଦ୍ର ସେନାପତି

ପ୍ରବନ୍ଧ - ନେତାଙ୍କର ନେତା ନେତାଜୀ - ନାରାୟଣ ଚନ୍ଦ୍ର ସେନାପତି


ପୁଣ୍ୟମୟୀ ଭାରତବର୍ଷର ଭାଗ୍ୟାକାଶରେ ଯେତେବେଳେ ପରାଧିନତାର କଳା ବାଦଲ ଘେରିଥିଲା ତାକୁ ପ୍ରତିହତ କରି ଜାଜୁଲ୍ୟ ଆଲୋକ ପ୍ରଦାନ ନିମିତ୍ତ ଦେଖାଗଲା ଏକ ଅମ୍ଳାନ ଜ୍ୟୋତିଷ୍କ । ସଂସ୍କୃତିସମ୍ପନ୍ନ ଓଡିଶା ମାଟିର ଐତିହାସିକ କଟକ ଭୂଇଁର ବୀରଭୂଇଁ ଓଡିଆ ବଜାରରେ ଜନ୍ମନେଲେ ଜଣେ ଅଦ୍ୱିତୀୟ ଅପ୍ରତିଦ୍ୱନ୍ଦୀ ପ୍ରତିଭା ଠିକ୍ ୧୮୯୭ ମସିହାର ଇଂରାଜୀ ପ୍ରଥମ ମାସର ୨୩ଦିନରେ ପ୍ରଖ୍ୟାତ ଓକିଲ ଜାନକୀ ନାଥ ବୋଷ ଓ ମହିୟସୀ ଧର୍ମପ୍ରାଣା ମାତା ପ୍ରଭାବତୀ ଦେବୀଙ୍କ ଔରସରୁ ।
    
ଏକ ଦିବ୍ୟ ପ୍ରତିଭା,ବିଚକ୍ଷଣ ବୁଦ୍ଧି ଜ୍ଞାନର ଅଧିକାରୀ,ସୌନ୍ଦର୍ଯ୍ୟର ରାଜକୁମାର ଥିଲେ ସେ । ସାଙ୍ଗ ସାଥି ମେଳରେ,ସାହି ପଡିଶାରେ,ବିଦ୍ୟାଳୟରେ..ସବୁଠି ଭୁରି ପ୍ରଶଂସା,ସତରେ ଏ କ'ଣ ଜଣେ ମାନବ ଶିଶୁ !ପିତା ମାତାଙ୍କର ଶିବାଜୀ, ଅଭିମନ୍ୟୁଙ୍କ ବୀରତ୍ୱ ଗଳ୍ପ;ବିଦ୍ୟାଳୟରେ ସ୍ୱାମିଜୀଙ୍କ ଅସୀମ ଜ୍ଞାନ, ସାଧନା ଓ ବ୍ୟକ୍ତିତ୍ୱର ଆଲୋଚନା ତାଙ୍କ ରକ୍ତ ମାଂସକୁ ଅନୁପମ ସ୍ପର୍ଶ କରିଥିଲା।ଗୁରୁଜୀଙ୍କ ପିତା ସ୍ୱର୍ଗ ପିତା ଧର୍ମ ...ଶ୍ଳୋକ,ମାଆଙ୍କ ତ୍ୱମୈବ ମାତା ପିତା ତ୍ୱମୈବ..ଅମୃତ ପରଶ ମନରେ ଆଲୋଡନ ଓ ନବ ଚେତନା ଆଣିଦେଇଥିଲା।ଆଙ୍ଗୋଲ୍ ବିଦ୍ୟାଳୟରେ ଖଡିଛୁଆଁ ଓ ବିଦ୍ୟାରମ୍ଭ,ରେଭେନ୍ସା କଲିଜିଏଟ୍ ସ୍କୁଲରେ ମୂଳଦୁଆ ଶକ୍ତ ଭିତ୍ତିପ୍ରସ୍ତର ପକାଇଥିଲା।ଦିନକର କଥା,ସରିଥାଏ ପରୀକ୍ଷା।କୌତୁହଳି ସୁଭାଷ ଗୁରୁଜୀଙ୍କ ପିଛା ଛାଡୁ ନ ଥାଏ।ଜିଜ୍ଞାସା  ପରୀକ୍ଷାଫଳ।ଗୁରୁଙ୍କ ବିସ୍ମୟ ଉତ୍ତର। ସୁଭାଷ,କାହିଁକି ଜାଣିବାକୁ ଚାହୁଁଛ..ସମସ୍ତେ ଫେଲ୍ କେବଳ ଜଣେ ପାଶ୍, ତୁମେ କ'ଣ ଭାବୁଛ, ତୁମର ସ୍ଥାନ କେଉଁଠି ଥିବ ଜାଣିପାରୁଛ?ଦାମ୍ଭିକ ବିଦ୍ୟାର୍ଥୀର ଶକ୍ତ ଉତ୍ତର ଚେତାଇଦେଇଥିଲା ତା ଭବିଷ୍ୟ ଭାସ୍ୟକାର ଉଚ୍ଚ ପ୍ରତିଭା।ସାର୍ ଯଦି ଜଣେ ପାଶ୍ କରିଥାଏ ତେବେ ସେ କେବଳ ମୁଁ।ସ୍ତମ୍ଭୀଭୂତ ଗୁରିଜୀ ପିଠି ଥାପୁଡେଇ କହିଲେ,ଭବିଷ୍ୟତରେ ଏ ନିଶ୍ଚୟ ମଣିଷ ପରି ମଣିଷଟିଏ ହେବ।ସେଦିନର ସ୍ପଷ୍ଟ ଆତ୍ମପ୍ରତ୍ୟୟ ନିର୍ଭୀକତାର ଅନ୍ତରାୟ ହୋଇ ନ ଥିଲା।ପ୍ରବେଶିକା ପରୀକ୍ଷାରେ ଫାଷ୍ଟ କ୍ଲାସ୍ ଫାଷ୍ଟ ଚମକାଇଦେଲା ସେଦିନର ପାଠକ ପାଠିକାଙ୍କୁ।କୋଲକାତାର ପ୍ରେସିଡେନ୍ସି ମହାବିଦ୍ୟାଳୟରେ କୃତିତ୍ୱ,ସ୍କଟିସ୍ ବିଶ୍ୱବିଦ୍ୟାଳୟରେ ଦର୍ଶନରେ ଦିଗଦର୍ଶନ ସମ୍ମାନର ସିଡି ଚଢୁଥାଏ।ପିତାଙ୍କ ଅକଳନ ଆଗ୍ରହ ଇସାରାରେ ଇଂଲଣ୍ଡରେ ଆଇ.ସି.ଏସ୍ ପରୀକ୍ଷାରେ ସମ୍ମାନସ୍ପଦ ଚତୁର୍ଥ ସ୍ଥାନ ଚକିତ କଲା ଭାରତୀୟଙ୍କ ମସ୍ତିସ୍କକୁ । ବିଜୟର ଉତ୍ତାଳ ତରଙ୍ଗରେ ପରାଧୀନତାର ହାହାକାରରେ କ୍ଷୁବ୍ଧ ହେଲେ ସୁଭାଷ । ତେଜ୍ୟ କଲେ ଆଇ ସି ଏସ୍ ତୁଣ୍ଡରୁ ଶୁଭୁଥିଲା ମୁଁ ଗୋଲାମଙ୍କ ଗୋଲାମି ପସନ୍ଦ କରେନା ।
   
ପରାଧିନତା ଭାରତୀୟଙ୍କ ଦୟନୀୟ ଅବସ୍ଥାରେ ଗାନ୍ଧୀଙ୍କ ଚିନ୍ତନ ଓ କାର୍ଯ୍ୟକୁ ସାଲୁଟ୍ ମାରି ହାତ ମିଶାଇଲେ।ମାନିଲାନି ମନ,କାନ୍ଦିଲା ଦଗ୍ଧ ହେଲା ତାଙ୍କ ପ୍ରାଣ।ବହିଲା ସ୍ପନ୍ଦନର ଫାଇଲିନ୍।ଅଗ୍ନି ବର୍ଷି ଭାଷଣ, ଦୁଃସାଧ୍ୟ ଉଦ୍ୟମରେ ଚମକାଇଲେ ଯୁବପିଢୀଙ୍କୁ।ଏକଜୁଟ୍ କଲେ ଓଡିଶାଠୁ,ବଙ୍ଗଳାର କୃଷକ ଓ ଅନ୍ୟ ପ୍ରଦେଶର ସର୍ବସାଧାରଣ।ବିପ୍ଳବ,ସଂଗ୍ରାମ,ବିଦ୍ରୋହ ଆଉ ଆନ୍ଦୋଳନ।୧୯୧୯ର ଜାଲିଆନାୱାଲାବାଗ୍ ର ନିର୍ମମ ବ୍ରିଟିଶ୍ ର ହତ୍ୟାକାଣ୍ଧ ପ୍ରଜ୍ୱଳିତ କଲା ତାଙ୍କ ହୃତପିଣ୍ଡର ଲେଲିହାନ ବହ୍ନି ଶିଖାକୁ।ଖୋଜିଲେ ଉପାୟ,କୌଶଳ  ..ଯୋଜନା।ସ୍ୱରାଜ ପାର୍ଟୀ ଗଠନ,ବାରମ୍ବାର କାରାବରଣ,ଦ ଇଣ୍ଡିଆନ୍ ଷ୍ଟ୍ରଗଲ ନାମକ ପୁସ୍ତକ ରଚନା, ଫରୱାର୍ଡ ବ୍ଲକ୍ ଗଠନ..ଇଂରେଙ୍କୁ ଚକ୍ରବ୍ୟୁହକୁ ଟାଣିନେଇଥିଲା।କଂଗ୍ରେସର ସଭାପତି ପଦରେ ବ୍ରିଟିଶକୁ ସଚେତନତା ତାଙ୍କୁ ଘାଇଲା କଲା।ମାତ୍ର ଚରମପନ୍ଥୀଙ୍କୁ ଭଲ ଲାଗିଲାନି ଗାନ୍ଧୀ ବାହିନୀର ନରମପନ୍ଥି ନୀତି।ପ୍ରତିବାଦର ସ୍ୱର ଉଚ୍ଚ ଗଗନକୁ ଛୁଇଁଲା।ଅହିଂସା,ଅସହଯୋଗ ଶବ୍ଦର ତୀବ୍ର ବିରୋଧ କରି ଡାକଦେଲେ..ମୋତେ ରକ୍ତ ଦିଅ ମୁଁ ତୁମକୁ ସ୍ୱାଧିନତା ଦେବି।ଯେଶାକୁ ତେଶା।କଥାର ଯବାବ ଗୁଳିରେ ଦିଅ।ତୁମକୁ ଯେ ଅଙ୍ଗୁଳି ଦେଖାଉଛି ତାକୁ ପିସ୍ତଲ୍ ମାର।ଥରିଲା ମେଦିନୀ..କମ୍ପିଲେ ଦେଶବାସୀ । ଲେଲିହାନ ବହ୍ନିଶିଖାପ୍ରାୟ ହଲ୍ ଵଲ୍ କଲେ ନେତାଜୀ।ମାତ୍ର ଏ ନୀତି ଅନ୍ୟକୁ ସୁହାଇଲା ନାହିଁ।ଅଭିମାନର ଦୀପରେ ସ୍ୱାଭିମାନ ଦୀପ ଜଳାଇ ତ୍ୟାଗକଲେ କଂଗ୍ରେସ ପଦବୀ।ଯେ ସ୍ୱୟଂ ସିଂହ ତାଙ୍କର ପଦବୀବା କ"ଣ ଲୋଡା ?
   
ଚାଲିଲେ କାବୁଲ୍...ଯାତ୍ରାକଲେ ଜର୍ମାନର ରାଜଧାନୀ ବର୍ଲିନ୍ । ଜାପାନ୍ ର ସହଯୋଗ ବହୁଗୁଣିତ କଲା ବିଜୟର ଦମ୍ଭ ଭାବନା । ଦ୍ୱିତୀୟ ହିଟଲର୍ ହୋଇ ନାଜୀ ସରକାରର ସାହାଯ୍ୟର ହାତମୁଠାରେ ସାହସର ଅଣୁ ଜାଗ୍ରତ କରି ସୃଷ୍ଟିକଲେ ଆଜାଦ୍ ହିନ୍ଦ୍ ଫୌଜ । ସ୍ଳୋଗାନ୍ ଦିଲ୍ଲୀ ଚଲୋ । ଗଗନ ପବନ ପ୍ରକମ୍ପିତ,ବ୍ରିଟିଶ୍ ଭୟର ମ୍ରିୟମାଣ।ଇନ୍ କି ଲାବ୍..ଜିନ୍ଦାବାଦ୍ ଧ୍ୱନି, ଭାରତ ମାତାକୀ ଜୟ ଧ୍ୱନି ସ୍ୱର୍ଗ ମର୍ତ୍ତ୍ୟ ପାତାଳକୁ ସତେ ଯେମିତି ସ୍ତବ୍ଧ କରିଦେଲା । ଥମି ନ ଥିଲା ନେତାଜୀଙ୍କ ବୈଶାଖି ବାଆ ।

ନାଜୀ ସରକାର ଦ୍ୱିତୀୟ ବିଶ୍ୱଯୁଦ୍ଧରେ ହେଲା ପରାସ୍ତ କଲା ସନ୍ଧି..ହେଲେ ଜାପାନ୍ ର ସନ୍ଧିରୁ ବଞ୍ଵିତ।ହେଲେ ସ୍ୱାଧୀନତାର ସ୍ୱାଦ ପାଇଁ କି ଅଭୀପ୍ସା ଥିଲା ତାଙ୍କର!ଜନ୍ମମାଟିକୁ ଶୃଙ୍ଖଳ ମୁକ୍ତ କରିବାର ଦୁର୍ବାର ଆଶା!କିଏ ଜାଣିଥିଲା ଅବେଳରେ ସୁନେଲି ନିର୍ମଳ ଆକାଶକୁ ଢାଙ୍କିଦେବ କଳାହାଣ୍ଡିଆ ମେଘ।୧୯୪୫ ମସିହା, ଦ୍ୱିତୀୟ  ବିଶ୍ୱଯୁଦ୍ଧର ବିଭୀଷିକା।ଶକ୍ତିଶାଳୀ ଆମେରିକା ନିକ୍ଷେପ କଲା ପରମାଣୁବୋମା।ଘନିଷ୍ଠ ବନ୍ଧୁ ବନ୍ଧୁ ହରିବୁର୍ ରହମାନ୍ ଙ୍କ ସହ ଟୋକିଓ ଅଭିମୁଖେ ନେତାଜୀ ବିମାନ ଯାତ୍ରା କରୁଥିବା ବେଳେ ଫାର୍ମାଜୀ ଦ୍ୱିପ୍ର ଏକ ଦୟନୀୟ ଦୁର୍ଘଟଣାର ଶୀକାର ହେଲେ ସେ।ସେଇଦିନୁ ଭାରତମାତା ଆଖିରୁ ଲୁହ ଗଡାଇ ଅଣ୍ଡାଳି ଅଣ୍ଡାଳି ଖୋଜୁଛି ସେ ବୀରଙ୍କର ବୀରକୁ।ଭାରତୀୟ ଖୋଜୁଛି ତାଙ୍କୁ ଓ ତାଙ୍କ ରଣହୁଙ୍କାର ଗର୍ଜନକୁ। ବୀର ଯୋଦ୍ଧା ତ୍ୟାଗୀ ମହାପୁରୁଷ ମହାମନୀଷିଙ୍କ ଆପ୍ରାଣ ଉଦ୍ୟମ ତ୍ୟାଗ ନିଷ୍ଠା ଦେଶପ୍ରେମ ବଳରେ ଅବଶ୍ୟ ଭାରତ ଚାଖିଲା ସ୍ୱାଧିନତାର ମହୁ ହେଲେ ସେ ମହୁର ମିଠା

ନାରାୟଣ ଚନ୍ଦ୍ର ସେନାପତି, ଜମ୍ଭରା, କେନ୍ଦୁଝର

1 Comments

ବଣମଲ୍ଲୀର ମହକ ତାହାର ପାଠକ ପାଠିକା ମାନଙ୍କ ନିକଟରୁ ସର୍ବଦା ଗଠନମୂଳକ ମତାମତ ଆଶା କରିଥାଏ । ଯାହାକି ଜଣେ ସ୍ରଷ୍ଟାଙ୍କୁ ଉଚିତ ମାର୍ଗ ପ୍ରଦର୍ଶନ କରିବାରେ ସକ୍ଷମ ହୁଏ । ଯଦି Anonymous User ଭାବେ ଆପଣ ଉପରୋକ୍ତ ବିଷୟଟି ଉପରେ ନିଜର ମତାମତ ପ୍ରଦାନ କରିବାକୁ ଚାହୁଁଛନ୍ତି, ତେବେ ନିଜର ମତାମତ ତଳେ ଆପଣଙ୍କ ନାମ ଓ ଠିକଣା ପ୍ରଦାନ କରିବାକୁ ଅନୁରୋଧ ।