ନଲାଗୁ କାହାରି ନଜର - ସିଦ୍ଧେଶ୍ଵର ତ୍ରିପାଠୀ


ସାରା ଜୀବନକୁ ତୁମେ ହସୁଥାଅ
ହସୁଥାଉ ତୁମ ସଂସାର
ତୁମ ହାତ ଶଙ୍ଖା ସିଂଥି ସିନ୍ଦୂରକୁ
ନଲାଗୁ କାହାରି ନଜର ।

ନୂଆ ଠିକଣାରେ ତୁମେ ଖୁସି ରୁହ
ବାଣ୍ଟୁ ଥାଅ ସ୍ନେହ ପୀରତି
ପଛ କଥା ସବୁ ପଛେ ରହିଯାଉ
ଲିଭୁମୋ ପ୍ରେମର କିରତି ।

କେବେ କହିବିନି ଭୁଲିଗଲ ବୋଲି
ପାଗଳ ମନର ପ୍ରେମକୁ ମୋର
ତୁମ ହାତ ଶଙ୍ଖା ସିଂଥି ସିନ୍ଦୂରକୁ
ନଲାଗୁ କାହାରି ନଜର - - - - - - - -

ଜିଇଁରୁହେ ଯଦି ନିତି ମୁଁ ଜଳିବି
ମିଛ ହସ  ବାହାନାରେ
ଦେଖା ହେବନାହିଁ  ତୁମସହ  କେବେ
ଜୀବନରେ ଆଉଥରେ ।

ତୁମ ମଥାପରେ ଥାଉ ସୁଖର ଓଢଣୀ
ମୋ  ଦେହକୁ ଢାଙ୍କିଥାଉ
କୋହ ଚାଦର

ତୁମ ହାତ ଶଙ୍ଖା ସିଂଥି ସିନ୍ଦୂରକୁ
ନଲାଗୁ କାହାରି ନଜର - - - - -

0 Comments