"ବଣମଲ୍ଲୀର ମହକ ଗଳ୍ପ ପ୍ରତିଯୋଗିତା" ଏବଂ "କବିର ଘର କବିତା ପ୍ରତିଯୋଗିତା" ରେ ନିଜକୁ ସାମିଲ କରନ୍ତୁ । ଅନଲାଇନ ମାଧ୍ୟମରେ ଏହି ପ୍ରତିଯୋଗିତା ଗୁଡିକରେ ଅଂଶଗ୍ରହଣ କରିବା ନିମନ୍ତେ ୱେବ-ପୋର୍ଟାଲରେ ଉପଲବ୍ଧ ଥିବା LITERACY CONTEST ଫଳକକୁ କ୍ଲିକ କରି ଆଗକୁ ବଢନ୍ତୁ ।

ନବ ଦିଗନ୍ତ - ନାରାୟଣ ଚନ୍ଦ୍ର ସେନାପତି

ନବ ଦିଗନ୍ତ - ନାରାୟଣ ଚନ୍ଦ୍ର ସେନାପତି


ତୁମେ ଆଦ୍ୟ....ତୁମେ ପ୍ରାନ୍ତ
ତୁମେ ନବୀନ ସୂର୍ଯୋଦୟ ତ..
ତୁମେ ସ୍ୱର୍ଣ୍ଣାଭ ସୂର୍ଯ୍ୟାସ୍ତ
ସଜ ସକାଳର ସୁନେଲି କିରଣରେ
ଯେବେ ଟାଣିଦିଅ ପ୍ରେମବୋଳା ସ୍ପର୍ଶ
ପ୍ରଫୁଲ୍ଲିତ ମନ ମନ୍ଦ ସମୀରଣରେ
କରେ ଅନୁପମ ନୃତ୍ୟ
ଛନ୍ଦା ଚପଳାର ଚମକରେ
ଅଶ୍ରୁ ଗାଏ ମଧୁର ରାଗିଣୀ....
ହସବୋଳା ସୁଗମ ସଙ୍ଗୀତ ॥
ତୁମେ ଆଶା....ତୁମେ ବିଶ୍ୱାସ
ତୁମେ କାନ୍ତି ବିନ୍ୟାସ ତ....
ସଫଳତାର ଆଶୁ ନିର୍ଯ୍ୟାସ
ପ୍ରେରଣାର ମନ୍ଦାକିନୀରେ
ଯେବେ କର ଉତ୍ସାହର ସ୍ନାନ
ତନୁ ମନ ଖେଳିଯାଏ
ଉନ୍ମାଦର ସ୍ପନ୍ଦନରେ
ଅମ୍ଳାନ ଦୀପ୍ତ ଜ୍ୟୋତିଟା
ତେଜିୟାନ ଜ୍ୟୋତିରେ ଝଲସାଏ
ଅମାପ ଅଫୁରନ୍ତ କମ୍ପନ,
ଲୁଚି ଛପି କର ଯେବେ ମୃଦ୍ୟୁ ଗୁଞ୍ଜରଣ
ପ୍ରୀତିର କାଗଜରେ ଅବିଳମ୍ବେ ରଚେ
ସ୍ମୃତିର ଦିବ୍ୟ ଇତିହାସ॥
ତୁମେ ସୃଷ୍ଟି......ତୁମେ ଦୃଷ୍ଟି
ଭାଷା ଭାବର ମଧୁର ସଙ୍ଗମକୁ
ଯେବେ କର ଆବାହନ
ପ୍ରେମ ପୁଷ୍ପେ ପ୍ରଣୟର ଅର୍ଘ୍ୟଥାଳି ଖୋଜେ ପୂଜା
ମୁକ୍ତ କଳ୍ପନାର ଭାବନା ରଶ୍ମି କର ପ୍ରତିଫଳନ
ମିଳନର ଦୋଳିରେ ଝୁଲି ଦିଏ ଅନନ୍ୟ ଅ।ନନ୍ଦ
ଦୂର ଦିଗ୍ ବଳୟକୁ ଆଖି ଝୁରି କହେ..ଆରେ ମଳୟ..
ଆସ ଆସ ହେ ମିତ ବସନ୍ତ॥
ତୁମେ ଆବିଷ୍କାର...ତୁମେ ଉଦ୍ଭାବନ
ତୁମେ ତୀର୍ଯକ ବିଶ୍ଳେଷଣ ତ...ସଳଖ ସଂଶ୍ଳେଷଣ
ଆଖିର ତୂଳିରେ ଯେବେ ଆଙ୍କ ନବୀନ କୋଣାର୍କ
ରକ୍ତିମ ସବିତା ମୋହାକାଶରେ ଲୁଚିଯାଏ
ଠିକ୍ ତୁମ ଆଢୁଆଳରେ,
ଅଲିଭା ପ୍ରେମ ଅଛିଣ୍ଡା ସ୍ନେହ ମମତାର ଅଭୁଲା ସ୍ମୃତିଦେଇ
ତୁମେ ସିନା ଚାଲିଯାଅ ଝୁରିଝୁରି ଆଖିଭରା ଲୋତକରେ
ତୁମ ପଛେ ପାଗଳପ୍ରେମୀ ପରି ଧାଇଁ ଧାଇଁ ଦେଖୁ....
ତୁମକୁ...ତୁମକୁ....ତୁମକୁ  ହେ "ନବ ଦିଗନ୍ତ"॥

ନାରାୟଣ ଚନ୍ଦ୍ର ସେନାପତି, ଜମ୍ଭରା, କେନ୍ଦୁଝର

0 Comments