Information

ନାରୀ ମାଂସ ଲୋଭୀ - କେ. ନିର୍ମଳ


ଏ କଳି ଯୁଗରେ ପାପୀ ମାନେ ଏଠି
କରୁଛନ୍ତି ଅତ୍ୟାଚାର,
ଆୟୁଷ ତୋ ଏଠି ବେଶି ଟପୁନାହିଁ
ପଚାଶ ବୟସେ ମର ।।

 ରାଜ ରାସ୍ତା ପରେ ଚାଲି ପାରୁ ନାହିଁ
ଆଜିର ଅବଳା ନାରୀ,
ନାରୀ ମାଂସ ଲୋଭୀ ଝୁଣି ଚାଲିଛନ୍ତି
ଶାଗୁଣା ବିଲୁଆ ପରି ।

ଧିକ୍ ତୋ ଜନମ ମଣିଷ ପଣିଆ
ରାକ୍ଷସ ଭାବରେ ସୃଷ୍ଟି,
ବାଟେ ଚାଲୁଥିବା ନାରୀ ମାନଙ୍କୁ
ରଖୁଛି ଖରାପ ଦୃଷ୍ଟି ।।

ସେହି ନାରୀ କୋଳେ ଜନମ ହେଇଛୁ
ଭୁଲିଗଲୁ କି ତୋର ମନେ,
ଯେବେ ତୋ କୋଳରେ ଝିଅଟିଏ ହେବ
ଭାବିବୁ ତୁ ସେହି ଦିନେ ।।

କେ. ନିର୍ମଳ 
ବାସୁଦେବପୁର, ଭଦ୍ରକ (ଜଗନ୍ନାଥି)

Post a Comment