Information

ମୁକସାକ୍ଷୀ - ବିକାଶ କୁମାର ସାହୁ


କା' କାମନା ପରିତୃପ୍ତ କରି
ଆସିଥିଲି ଅଳିଆ ଗଦାକୁ
ସଢି ଯିବି ବୋଳି ।
ହେ ସୁନ୍ଦରୀ
ମୋର ଶୋଇଥିବା
ପୌରୁଷତ୍ବକୁ
ଆଉଥରେ
ଉଠେଇଲ ତୁମେ ।

ଚଉଦର ସୁରୁ‐ସୁରୁ ହାତେ
ପାଟି ପାଖକୁ ନେଳ
ଫୁଙ୍କି ଫୁଙ୍କି
ଫୁକାକଲ ମୋତେ ।
ଆହାଃ..........
ତୁମ ଓଠର ଚୁମ୍ବନ
ଦିହକୁ ମୋ ଥରାଇଲା କେତେ??

ଜରି ଗୋଟାଲି ଝିଅଟି ବୋଲି
ମୋ ଆଖି ଦେଖିଲା ।
ତୁମ କର୍ମପନ୍ଥା
ଜାଣିବାରେ ମୋତେ ବିଳମ୍ବ
ନ' ହେଲା ॥

ମୋ ଦେହଟାକୁ ତୁମେ
ଆଲିଙ୍ଗନ କଲ
ଛାତି ପାଖରେ;
ତୁମ ଉଷ୍ମତାର ଗଭୀରତାକୁ
ମୋତେ ଉପହାର ଦେଲ।
କିଛି ସମୟର ପରେ;
ମୋତେ କଲ,
ତୁମେ ସଂକୁଚିତ ।
ଆଉ,
ପଶେଇ ଦେଲ ତୁମ;
ଛାତିର ଗଳିରେ ।
ଅବଶ୍ଯ,
ମୁଁ ଟିକେ ବାହାରକୁ
ଦେଖି ପାରୁଥିଲି ।
ସନ୍ଧ୍ଯା ଯାଏଁ
ଖୁବ୍ ଚୁମି ସାରିଥିଲି
ତୁମ ଦେହର ଉଷ୍ମତା
ବିନା ଆକ୍ଲେଷରେ ।

ସେତେବେଳକୁ ଅଖା ତୁମ
ଭଙ୍ଗା ଖେଳଣା, ଜରି ଆଉ
ଲୁହା ତୁକୁରାରେ
ଭର୍ତ୍ତି ହୋଇ ସାରିଥିଲା ।
ତୁମେ ଯାତ୍ରାକଲ ଏସବୁକୁ ନେଇ
କବାଡିବାଲା ପାଖକୁ
ଦେଇ ଦେବା ପାଇଁ ।
(ତା'ପରେ)

ଅନ୍ଧାର ଘୋଟି ସାରିଥିଲା
ବେକରେ ପତଙ୍ଗ କହୁ କହୁ
—କବାଡିବାଲା'
ବେକ ତଲର ତୁମ:
ଛାତି ଛୁଇଁ ଦେଲା ।

ନିରୂପାୟ ମୁଁ,
ମୋ ଦେହରେ
ବିଦ୍ରୋହର
ଅଗ୍ନି ଜଳିଗଲା ।

କାଠ କଣ୍ଢେଇଟେ ପରି
ଚୁପ୍ ରହିଥିଲ
ସ୍ବରୋତ୍ତୋଳନ ନ'କରି ତୁମେ;
ଆଖିରୁ ଖାଳି
ଲୁହ ନିଗାଡିଲ ।
ପରେ ପରେ
କାନ୍ଥରେ ଝିଟିପିଟି ପରି
ସେ ତୁମ ଦେହରେ
ଚିପି ହେଇଗଲା ।
ମୋତେବି' ଛାଡିଲାନି........
କାଲେ, ଏଡସ୍ 
ହେଇଯିବାର ଭୟରେ
ବ୍ଯବହାର କଲା । 

ବିକାଶ କୁମାର ସାହୁ
ଗ୍ରା/ପୋ‐ତରାପୁର, ଭାୟା‐ଧର୍ମଗଡ, ଜିଲ୍ଲା ‐କଳାହାଣ୍ଡି

Post a Comment