ମହନୀୟ ବଳିଦାନ - ସଦାନନ୍ଦ ସାହୁ

ମହନୀୟ ବଳିଦାନ - ସଦାନନ୍ଦ ସାହୁ


ଚିରବନ୍ଦନୀୟ ହେ'ବାଜି ରାଉତ
କୋଟି କୋଟି ପ୍ରଣିପାତ ,
ଝୁରୁଛି ଭାରତ ଝୁରୁଛି ଉତ୍କଳ
ହୃଦୟେ ସାଜିଛ ମିତ  ! 1!

ଦେଶ ପ୍ରେମଭାବ ଅଶେଷ ବିଭବ
ତୁମେହିଁ ମାର୍ଗ ଦର୍ଶକ,
ବାଳୁତ ବୟସେ  ବଝିଥିଲ ସତେ
ପରାଧୀନ ଦୁଃଖ ଶୋକ  !2 !

ଗୌରବଣିକର  ଅନ୍ୟାୟ ଶାସନ
ପରଖି ଥିଲ  ନିଶ୍ଚୟ ,
ଜନ୍ମମାଟି ପ୍ରୀତି ଥିଲ ହେ' ସରାଗି
ଦାନ ତବ ମହନୀୟ  !3 !

କୌଳିକ ବୃତ୍ତିର  ବିରଳ ନାବିକ
ସଂଘର୍ଷର ବରପୁତ୍ର ,
ବାଳୁତ ହୃଦୟ   ସତରେ ବିଚିତ୍ର
ଛାତିପାତି  ଦେଲ ସତ୍ୟ  !4!

 ଜନମ ସ୍ଥାନର ସରାଗ ଭୁବନ
ବ୍ରାହ୍ମଣୀର  ତଟ ତୀର ,
ତବ କୃତି ଦାନ ନିଜର ମରଣ
ସ୍ମୃ୍ତିର ଲୋତକ ଧାର  !5!

କରିବିନି ପାରି  ଯିବିପଛେ ମରି
ଫେରିଯା'  ଗୋରା ବଣିକ  ,
ମୋ'ମାଟି ମାଆର ରଖିବି ସମ୍ମାନ
 ତୁଉ  ନୁହେଁ ସୁ-ଶାସକ  !6!

ମୋ' ଟିକି ବୁଦ୍ଧିରେ ବୁଝିଛି ସତରେ
ଆସିଛ ଆମକୁ ଲୁଟି ,
ଗୋତି ଖଟାଇବ ପାଉଣା ନଦେବ
ମାରିବ ଆମକୁ ପିଟି  !7!

ନଦୀ ଆରପାରି କରିବିନି ପାରି
ଏଇ ମୋ ' ଦୃଢ ନିଷ୍ପତି ,
ମୁଁ ' ବାଜି ରାଉତ ହେଲେବି ବାଳୁତ
ହୃଦୟରେ ମାତୃ ପ୍ରୀତି   !8!

ନାହିଁ ଭୟ ଭ୍ରାନ୍ତି  ଦେବି ଛାତିପାତି
ମାରିଦେରେ  ମୋତେ ଗୁଳି ,
ମୁଇଁ ମରିଗଲେ  ଚେତୀବରେ   ଭଲେ ,
ମୋ ଅଭିଶାପେ ଯିବ ଜଳି !9!

ସଦାନନ୍ଦ ସାହୁ
ଧୁରୁଷିଆ, ଆଠଗଡ଼, କଟକ

0 Comments