କ୍ଷୁଦ୍ରଗଳ୍ପ - କ୍ଷୁଧା - ପ୍ରମୋଦ କୁମାର ପଣ୍ଡା


ବୟସ୍ୟ ଶରୀରରେ ଧୀରେ ଢଳିଆସୁଥିବା ଯୌବନକୁ ଆଧୁନିକ ପ୍ରସାଧାନ ସାମଗ୍ରୀ ଦ୍ୱାରା ସତେଜ କରାଇବାର ବୃଥା ଚେଷ୍ଟାକରି ନିଜର ଅଧାମେଲା ଦେହକୁ ସଞ୍ଜୟ ସିଂ ସାମ୍ନାରେ ବସି କଟାକ୍ଷ ହାଣିଲା ତନୁ | ମାତ୍ର ସଞ୍ଜୟର କୌଣସି ପ୍ରତିକ୍ରିୟା ନପାଇ କୃତ୍ରିମ ହସ ହସି କହିଲା, "ଆଜି କଣ ଭାରି ଉଦାସ ଦେଖାଯାଉଛ |"

"ହୁଁ" ଏକ ଗମ୍ଭୀର ହୁଙ୍କାର ଛାଡି ତନୁ ଆଡେ ଏକ ଅର୍ଥ ପୂର୍ଣ ଚାହାଁଣୀ ମାରି ସୋଫାକୁ ଆଉଜି ବସିଲା ସଞ୍ଜୟ | ପଚାଶ ପାଖାପାଖି ବୟସ ହେବ ସଞ୍ଜୟର | ସାତ ଆଠଟା ଟ୍ରକ୍ ଓ କଣ୍ଟ୍ରାକ୍ଟ୍ରି ଚାଲିଛି ତା'ର | ଘରେ ସୁନ୍ଦରୀ ପତ୍ନୀ ଓ ପିଲାମାନେ ମଧ୍ୟ ବଡ ହୋଇଗଲେଣି | ମାତ୍ର ସୌଖୀନ୍ ଓ ଲମ୍ପଟ ସ୍ୱଭାବର ସଞ୍ଜୟର ରାତି କଟେ ସବୁବେଳେ ତନୁ ପାଖରେ | ତନୁର ସ୍ୱାମି ତନୁର ଭରା ଯୌବନରେ ଦୁର୍ଘଟଣାରେ ମୃତ୍ୟୁ ବରଣ କରିବାରୁ ଦେହର କ୍ଷୁଧା ହେଉ ବା ପେଟର କ୍ଷୁଧା ହେଉ ତାକୁ ମେଣ୍ଟାଇବାକୁ ଯାଇ ତନୁ ଧରାଦିଏ ସଞ୍ଜୟ ପାଖରେ | ସେଇ ଦିନଠୁ ଏ ସମ୍ପର୍କ | ତନୁ ଓ ତା'ର ଝୀଅ ଅନୁ ଚଳନ୍ତି ସଞ୍ଜୟର ଦୟାରେ | ତନୁର ବୟସ ଚାଳିଶି ଡେଇଁଲାଣି | ରୂପର ପିଆଲାରୁ ମଧୁ ସରିଆସିଲାଣି | ଶରୀର ଅବଶ ଓ ବେଢଙ୍ଗ ଦିଶିଲାଣି ଏବକୁ ଏବ | ତନୁର ଭୟହେଲା ଯଦି ସଞ୍ଜୟ ଏ ବୟସରେ ତାକୁ ଛାଡିଦିଏ ତେବେ ସେ ଆଉ ଅନୁ ଚଳିବେ କେମିତି ? ଏଇ ଭାବନାକୁ ପ୍ରକାଶ ନକରି ସଞ୍ଜୟର ହାତକୁ ନିଜ ହାତରେ ନେଇ ଆଖି ନଚାଇ ଗେହ୍ଲେଇହୋଇ  କୃତ୍ରିମ ଅଭିମାନଭରା କଣ୍ଠରେ ପଚାରିଲା, କଣ ହେଇଚି କି ଆଜି ? ମନ କଣ ଆଉ କୁଆଡେ ଅଛି କି ? ଠିକ୍ ଏତିକିବେଳେ ଭିତର ଘର କବାଟ ଖୋଲି ତନୁର ଝୀଅ ଅନୁ ବାହାରିପଡି ତା ମା ଆଉ ସଞ୍ଜୟକୁ ଏଭଳି ଅବସ୍ଥାରେ ଦେଖି ଆଶ୍ଚର୍ଯ୍ୟରେ ପୁଣି ଘର ଭିତରକୁ ପଳେଇଲା | ଏଭଳି ପରିସ୍ଥିତିରେ ବଡ ଅପ୍ରସ୍ତୁତ ହୋଇଗଲା ତନୁ ଆଉ ନିଜକୁ ସଞ୍ଜତ କରିନେଲା | ସାଧାରଣତଃ ଅନୁ ଶୀଘ୍ର ଶୋଇପଡେ ଏବଂ ରାତି ଅଧରେ ସଞ୍ଜୟ ଆସି ପାହାନ୍ତା ପାହାନ୍ତା ଏଠୁ ଚାଲିଯାଏ | ମାତ୍ର ସେଦିନ ହେଲା ଓଲଟା | ପନ୍ଦର ଷୋଳ ବର୍ଷ ବୟସ କିଶୋରୀ ଅନୁର ଦେହରେ ନୂଆକରି ଯୌବନର ଜୁଆର ଆସିଥାଏ | ଗୋଟିଏ ଝଲକରେ ଲମ୍ପଟ କାମୁକ ସଞ୍ଜୟର ଆଖିରେ ଯେମିତି କାମନାର ନିଆଁ ଡହକି ଉଠିଲା | ତା ମୁଣ୍ଡରେ ଖେଳିଗଲା ଏକ ଅଦ୍ଭୁତ ବିଚାର | ସେ ଉଠି ଠିଆହେଲା |

ତନୁ ଜିଜ୍ଞାସୁ ଦୃଷ୍ଟିରେ ସଞ୍ଜୟକୁ ଚାହିଁବାରୁ ସେ ତାତ୍ସଲ୍ୟକରି କହିଲା, "ତୋ ଠି ଆଉ କଣ ଅଛି ଯେ ମୋତେ ତୁ ବାନ୍ଧି ରଖିପାରିବୁ | ମୁଁ ଚାଲିଲି...ଏହା କହି ସେ ଯିବାକୁ ଉଦ୍ୟତ ହୁଅନ୍ତେ ହାତ ଧରି ତନୁ କହିଲା, "ତୁମେ ଆମ ମା ଝୀଅ ଦୁହିଙ୍କୁ ଏମିତି ମଝି ଦରିଆରେ ଭସାଇ ଚାଲିଗଲେ ଆମେ ବଞ୍ଚିବୁ କେମିତି ? ତା'ର ବାଟ ଅଛି...ହେଲେ ତୁ ରାଜିହେଲେ ହେଲା, ଏହା କହି ଅର୍ଥପୂର୍ଣ ଦୃଷ୍ଟିରେ ସଞ୍ଜୟ ଚାହିଁଲା ତନୁକୁ | ତନୁ ବୁଝିନପାରି ପ୍ରଶ୍ନବାଚୀ ନିକ୍ଷେପ କରନ୍ତେ ସଞ୍ଜୟ ଛେପ ଢୋକି କହିଲା, "ଏବେଠୁ ତୋ ଝୀଅ ତୋ ବଦଳରେ ମୋତେ ସେବା ଦେବ | ତୁ ଯାହା ଟଙ୍କା ମାଗିବୁ ମୁଁ ଦେବାକୁ ପ୍ରସ୍ତୁତ |" ଏକଥା ଶୁଣି ଚମକିପଡିଲା ତନୁ | କଥାର ଗୁରୁତ୍ୱ ଠଉରାଇପାରି ବିଡାଏନୋଟ୍ ସାର୍ଟପକେଟରୁ ବାହାର   କରି ତନୁ ହାତରେ ଧରେଇଦେଲା ସେ | ନୋଟ୍ ଦେଖି ତନୁର ଆଖିରେ ଚମକ ଖେଳିଗଲା | ତନୁ କବାଟବାଡେଇ ଡାକିଲା, ଆରେ ମା ଅନୁ ! କବାଟ ଖୋଲ ମା | କିଛି ସମୟପରେ ଅନୁ କବାଟ ଖୋଲିବାରୁ ସଞ୍ଜୟକୁ ପଛରୁ ଧକ୍କା ଦେଲା ତନୁ ଖୋଲା ଦ୍ୱାର ବାଟେ | ତାପରେ ବାହାରୁ କବାଟ ବନ୍ଦକରି ଦେଲା ଧଡ୍ କରି |
        
ଭିତରୁ ଶୁଭୁଥାଏ ଅନୁର ଯନ୍ତ୍ରଣାକ୍ଳୀଷ୍ଟ କରୁଣ ଚିତ୍କାର, ମୋତେ ଛାଡିଦିଅ ବାବୁ.... ମୁଁ ମରିଯିବି.... ଆଃ ମା.... କବାଟ ଖୋଲେ ମା.... ଆଃ.... ବଡ କଷ୍ଟ ମା...ମା....ମା....ଆଃ......
        
କବାଟ ଏପଟେ ତନୁ ସଞ୍ଜୟ ଦେଇଥିବା ଟଙ୍କା ଗଣାରେ ବ୍ୟସ୍ତଥାଏ | ତାକୁ ଅନୁ....ତା ନିଜ ଝୀଅର ସେ ଆର୍ତ୍ତ ଚିତ୍କାର ଶୁଭୁନଥାଏ | ବାହାରେ ବହଳ ଅନ୍ଧାର ଚିରି ଶୁଭୁଥାଏ ମାଈ କୁକୁରର ବିକଳ କ୍ରନ୍ଦନ ଏକାଧିକ ଅଣ୍ଡିରା କୁକୁରଙ୍କର ସେଇ ଆଦିମ କ୍ଷୁଧା ମେଣ୍ଟାଇବାର ଚେଷ୍ଟାରେ ଅତିଷ୍ଠ ହୋଇ.......|     

ପ୍ରମୋଦ କୁମାର ପଣ୍ଡା, ବାଘମାରୀ, ଖୋର୍ଦ୍ଧା

0 Comments