"ବଣମଲ୍ଲୀର ମହକ ଗଳ୍ପ ପ୍ରତିଯୋଗିତା" ଏବଂ "କବିର ଘର କବିତା ପ୍ରତିଯୋଗିତା" ରେ ନିଜକୁ ସାମିଲ କରନ୍ତୁ । ଅନଲାଇନ ମାଧ୍ୟମରେ ଏହି ପ୍ରତିଯୋଗିତା ଗୁଡିକରେ ଅଂଶଗ୍ରହଣ କରିବା ନିମନ୍ତେ ୱେବ-ପୋର୍ଟାଲରେ ଉପଲବ୍ଧ ଥିବା LITERACY CONTEST ଫଳକକୁ କ୍ଲିକ କରି ଆଗକୁ ବଢନ୍ତୁ ।

କେବଳ ପୃଷ୍ଠା ବଦଳେବରଷ ନୁହଁ - ଡମ୍ବରୁଧର ବାଗ

କେବଳ ପୃଷ୍ଠା ବଦଳେବରଷ ନୁହଁ - ଡମ୍ବରୁଧର ବାଗ


ନା ସୁଖ ନା ଶାନ୍ତି ନା ସମୃଦ୍ଧି ମିଳୁଛି
ନା ମିଳୁଛି ସମ୍ମାନ
ନା ବଦଳୁଛି ସମାଜ
ନା ବଦଳିବ
ଏ ସମାଜରେ ବସବାସ କରୁଥିବା
ପ୍ରତ୍ୟେକଟି ମଣିଷ ।
ବାସ୍ ପୃଷ୍ଠା ପରେ
ପୃଷ୍ଠା ସରିଯିବ
ପୁରୁଣା କ୍ୟାଲେଣ୍ଡର୍ ର।
ନା ଆସିଥିଲା କେବେ ନୂଆ ବର୍ଷ
ନା ଆସିବ ବା
ଆଉ କେବେ ?
ଏଠି ତ ଧନୀ କେବଳ
ମନାଇ ପାରେ
ନୂଆ ବରଷ
ମଦ ମାଂସ ଆଉ ଐଶ୍ଵର୍ଯ୍ୟରେ ,
ମଧ୍ୟବିତ୍ତ କେବଳ ଚେଷ୍ଟା କରି
ଲୋକ ହସା ହୁଏ
ନୂଆ ବରଷର୍ ଭୋଜି ଚାନ୍ଦା ଦେବାକୁ
ମହାଜନ ଘରୁ ଧାର ଆଣେ
ସମୟ ପଡିଲେ
ମା ବାପର ହେଉ ବା
ବୁଢୀ ଆଈର ଭତ୍ତା ଟଙ୍କା କୁ
ମାଗିବାକୁ ଜିଦ୍ ଧରେ ।
କେତେ ନୂଆ ବର୍ଷ ଆସିଲା
ଗଲା
କାହିଁ ନାହିଁତ ବଦଳି ନି କିଛି ।
ସେଇମିତି ଚାଲିଛି ଅନ୍ୟାୟ, ଦୁର୍ନୀତି ଭ୍ରଷ୍ଟାଚାର,
ବଳାତ୍କାର ଆଉ ଜଘନ୍ଯ ଅପରାଧ ।
ନା ଆସୁଛି ନୂଆ ବର୍ଷ ନା ଶେଷ ହେଉଛି ପୁରୁଣା ।
ବାସ୍ କ୍ୟାଲେଣ୍ଡରର ପୃଷ୍ଠା ଗୁଡିକ
ବଦଳୁଛି
ଆଉ ରଚୁଛି ନୂଆ ଇତିହାସ ।
ରାଗ ହିଂସା ଦ୍ବେଷ ଅବା ଲୋଭ ମୋହ ମାୟା କ୍ରୋଧ ବଢି ଚାଲିଛି
ଶାନ୍ତି ର ସ୍ବପ୍ନ ନାହିଁ
ସତ୍ଯ ର ସନ୍ଧାନ ନାହିଁ
କେବଳ ମିଥ୍ଯା ର ରାଜ୍ ଚାଲିଛି
ଅଧର୍ମ ର ସତ୍ତା ବଢିଛି ।
ଆଉ କ୍ୟାଲେଣ୍ଡରରେ
ପୃଷ୍ଠା ବଦଳିଛି ।
ନା କେବେ ଆସିଛି ନା ଆଉ ଆସିବ କେବେ ଏ ନୂଆ ବରଷ ।

ଶ୍ରୀ ଡମ୍ବରୁଧର ବାଗ, ଚପ୍ରିଆ, ଗୋଲାମୁଣ୍ଡା, କଳାହାଣ୍ଡି

0 Comments