ଜୀର୍ଣ୍ଣ କୋଣାରକ - ବିଷ୍ଣୁ ପ୍ରସାଦ ମିଶ୍ର

ଜୀର୍ଣ୍ଣ କୋଣାରକ - ବିଷ୍ଣୁ ପ୍ରସାଦ ମିଶ୍ର


ଧନ୍ୟ କୋଣାରକ ରାଜି କ୍ଷେତ୍ର ଅର୍କ
ଧନ୍ଯ ଶୁଣିଥିଲି କର୍ଣ୍ଣେ,
ପୂର୍ବ ଗଉରବ ଖାଲି ଏଠି ରାବ
ଭାବନା ଛୁଏଁ ମୋ ମନେ। ୦
ନାହିଁ ସେ ସମୁଦ୍ର ନାହିଁ ସେ ଗାମ୍ଭୀର୍ଯ୍ୟ
ନାହିଁ ଲହଡ଼ି ତରଙ୍ଗ,
ନାହିଁ ତ ସୁରକ୍ଷା ଖାଲି ଲୋକ ଦେଖା
ଆଜି ର କୋଣାର୍କ ରଙ୍ଗ। ୧
ବାରଶ ବଢ଼େଇ ଛୁଞ୍ଚି ରେ ଗଢ଼େଇ
ରଚି ଥିଲେ ଯେଉଁ କଳା,
ଯେଉଁ କୋଣାର୍କର ଶିରୋନାମା ପାଇଁ
ଧରମା ଜୀବନ ଦେଲା। ୨
ଯେଉଁ ଶିଳା ପରେ ପ୍ରଥମ ସୁରୁଜ
ପହିଲି ମୁରୁଜ ବୁଣେ,
ଲୁଚି ଅଛି ଆଜି ସଂସ୍କାର ସମାଜେ
ସଂସ୍କୃତିର ନିର୍ଜାତନେ। ୩
ତଥାପି ରାଜିତ ପୂର୍ବ ଗଉରବ
ଅବକ୍ଷୟ ଅଂଙ୍ଗ ସାଜି
ବାରଶ ବଢ଼େଇ ନିହାଣ ମୁନରେ
ଗଢ଼ିଥିବା କିର୍ତ୍ତି ରାଜି। ୪
ରହିଛି ରହିବ କୀର୍ତ୍ତି କଳାକୃତି
ଜୀବନ୍ତ ଯୁଗ ରାଜିତ,
ଉଡ଼ୁଛି କର୍ପୁର ପଡ଼ି ରହିଥିବ
କନାଖଣ୍ଡି ଏଠି ସେତ। ୫
ଜରା ଜୀର୍ଣ୍ଣତାର ସଂସ୍ପର୍ଶ କରେ
ଶୀର୍ଣ୍ଣତା କାୟ ତାର,
ତଥାପି ବିକଶେ ପୂର୍ବ କାରୀଗରି
ଜୀର୍ଣ୍ଣ ପଥର ପର। ୬
ଗର୍ଭ ଗୃହ ତା ବାଲୁକା ପୂର୍ଣ୍ଣ
ବନ୍ଦ ପ୍ରସ୍ଥର ଖଣ୍ଡେ,
ଭଗ୍ନ ଶିଳା ତା ପାରିପାର୍ଶ୍ବିକ
ନଗ୍ନେ ପଡ଼ିଛି ଦାଣ୍ଡେ। ୭
ପଡ଼ୁ ନାହିଁ ଆଉ ପ୍ରଭାତୀ କିରଣେ
ଉଦିତ ସୂର୍ଯ୍ୟଙ୍କ ଆଭା,
ନାହିଁ ଆଜି ସେହି ସମୁଦ୍ର ଲହଡ଼ି
ହଜିଛି ପ୍ରକୃତି ଶୋଭା। ୮
ନାହିଁ ବନ ରାଜି ଜ୍ୟୋତି ଅଛି ହଜି
ପୂର୍ବ ରାଜକୀର୍ତ୍ତି ମାନ,
ମାନବ ସମାଜେ ଧନ ଲାଳସାରେ
ମାନବିକତା ର ଶୁନ୍ୟ। ୯
ଭଗ୍ନ କୋଣାରକ ଜୀର୍ଣ୍ଣ କାରୁକଳା
ଶୀର୍ଣ୍ଣ ଆଜି ସ୍ମୃତି ସ୍ତମ୍ଭ,
ତଥାପି ରହିଛି ବିଶ୍ଵ ଦରବାରେ
ଉତ୍କଳର ଗଉରବ। ୧୦

ବିଷ୍ଣୁ ପ୍ରସାଦ ମିଶ୍ର
ରଥଶର୍ମା କଲୋନୀ, କୋରାପୁଟ

0 Comments