
ଜାନୁଆରୀ ମାସ ଛବିଶ
ସାଧାରଣତନ୍ତ୍ର ଦିବସ
ଫରଫର ଉଡ଼ି ଜାତୀୟ ପତାକା
ଦିଶେ ସତେ କେଡ଼େ ସରସ ।।
ଆମେ ଥିଲୁ ପର ଅଧୀନ
ପାଇଥିଲୁ ଦୁଃଖ କଷଣ
ଆମ ଲଢେଇ ରେ ବିଦେଶୀ ହଟିଲେ
ଦେଶ ହେଲା ଶେଷେ ସ୍ବାଧୀନ ।।
ଉଣେଇଶି ଶହ ପଚାଶ
ଜାନୁଆରୀ ମାସ ଛବିଶ
ଭାରତ ହୋଇଲା ସାର୍ବଭୌମ ରାଷ୍ଟ୍ର
ସଭିଙ୍କ ର ମନ ହରଷ ।।
ଏଇ ଆମ ଦେଶ ଶାସନ
ଚଳିବାକୁ ହେଲା ଆଇନ
ସାରା ଜଗତ ରେ ଯଶ ଖେଳାଇଲୁ
ରଖିଲୁ ଏ ଦେଶ ସମ୍ମାନ ।।
ସମ୍ବିଧାନ ତାର ନାମରେ
ପ୍ରଣୟନ ହୋଇ ଦେଶରେ
ଆଇନ ର କାମ ଆରମ୍ଭ ହୋଇଲା
ସଭିଙ୍କର ମନ ଖୁସିରେ ।।
ଆସ ଆସ ସାଥୀ ସରବେ
ଜାଗିଉଠ ଆଜି ଗରବେ
ସମ୍ବିଧାନ ରକ୍ଷା ପାଇଁ ପଦକରେ
ଏଇ ଯେ ମହାନ ପରବେ ।।
ଶିବ ପ୍ରସାଦ ସାହୁ
ଗୋପିନାଥପୁର ସାହି, ଚାନ୍ଦପୁର, ନୟାଗଡ
0 Comments
ବଣମଲ୍ଲୀର ମହକ ତାହାର ପାଠକ ପାଠିକା ମାନଙ୍କ ନିକଟରୁ ସର୍ବଦା ଗଠନମୂଳକ ମତାମତ ଆଶା କରିଥାଏ । ଯାହାକି ଜଣେ ସ୍ରଷ୍ଟାଙ୍କୁ ଉଚିତ ମାର୍ଗ ପ୍ରଦର୍ଶନ କରିବାରେ ସକ୍ଷମ ହୁଏ । ଯଦି Anonymous User ଭାବେ ଆପଣ ଉପରୋକ୍ତ ବିଷୟଟି ଉପରେ ନିଜର ମତାମତ ପ୍ରଦାନ କରିବାକୁ ଚାହୁଁଛନ୍ତି, ତେବେ ନିଜର ମତାମତ ତଳେ ଆପଣଙ୍କ ନାମ ଓ ଠିକଣା ପ୍ରଦାନ କରିବାକୁ ଅନୁରୋଧ ।