ହେ ମକର ସଂକ୍ରାନ୍ତି - ନାରାୟଣ ଚନ୍ଦ୍ର ସେନାପତି


ହେ ମକର ସଂକ୍ରାନ୍ତି
ଅସଂଖ୍ୟ କୀର୍ତ୍ତି ପେନ୍ଥାରେ ଗଢା
ତୁମ ସ୍ମୃତି ଭିଜା କୀର୍ତ୍ତି,
ପଢିଲେ ବୁଝିଲେ ଅମାନିଆ ମନଟା ପୁରିଉଠେ
କହି ବାଃ ବାଃ ବାଃ ରେ ମାଘି
ଧନ୍ୟ ଧନ୍ୟରେ ଲୋରି
କି ଅବର୍ଣ୍ଣନୀୟ ତୋ କିମ୍ବଦନ୍ତୀ॥
ତୋ ଏ ପୁଣ୍ୟଦିନେ ମୋ ଗଙ୍ଗାମାତା
ସରାଗରେ କରିଥିଲେ ଗମନ
ଭଗୀରଥଙ୍କ ପଛେ ପଛେ
ଚାହିଁ ଚାହିଁ କପିଳମୁନୀ ଆଶ୍ରମ
ସାଗରରେ ହେଲା ତାଙ୍କ
ଅପୂର୍ବ ମଧୁ ମିଳନ॥
ବାତ୍ସଲ୍ୟମୟୀ ଯଶୋମତି ମାଆଟା
ଲୁହ କୋହ ମୋହକୁ କରି ସାଥି
ଏ ଦିନେ କରିଥିଲା ଏକନିଷ୍ଠ ବ୍ରତ ଉପବାସ
ପାଇବାକୁ ତା ଅଲିଅଳ ଗଣ୍ଠିଧନ
କଲା କହ୍ନେଇ ଶ୍ରୀକୃଷ୍ଣ
ଉଜାଗରେ ସାରାରାତି॥
ଏ ପବିତ୍ର ଦିନ ଦେବତାଙ୍କ ଦିନ
ଧନୁରାଶିକୁ ଦେଇ ବିଦାୟ
ସୂର୍ଯ୍ୟଦେବ ଯେବେ ମକରରେ
ହ୍ୱନ୍ତି ପଦାର୍ପଣ
ହେଲା ଉତ୍ତରାୟଣ
ହତ ହେଲା ଶୀତର ପ୍ରକୋପ
ବଢିଲା ଦିବସ
ବସନ୍ତ ମଳୟକୁ କଲା ଆବାହନ
କରିବାକୁ ପ୍ରୀତିଭରା ଆଲିଙ୍ଗନ॥
ତୁମ ଏ ଦିନର ସଜ ପରଶରେ
ପ୍ରଭାତୁ ସାରି ସ୍ନାନ
କରି ଦେବ ଦର୍ଶନ
ମକର ଚାଉଳ ପାଇ ଭକ୍ତି ସମ୍ମାନ
ଭରି ଦେଉ
ଲଭେ କେତେ ଯଶ ହୁଏ କେତେ ପୁଣ୍ୟ
ଖୁସି ଲାଗେ ଖେଚୁଡିର ତୃପ୍ତିକର ଭୋଜନ
ମୁଣ୍ଡ ନଇଁଆସେ ପୁର୍ବପୁରୁଷଙ୍କୁ ଶ୍ରଦ୍ଧାରେ
ଯେବେ ଦେଉଁ ଖେଚୁଡି ଅନ୍ନ
ମନ ପବିତ୍ରତାରେ ନାଚିଉଠେ
ଭାଷା ବି ଅଟକିଯାଏ
ଖୁସିଲାଗେ  ପିଲାଙ୍କର ମଉଜିଆ ଗୁଡିଉଡା
କଷ୍ଟଲାଗେ ତୋ ମହିମା କରିବାକୁ ଉତ୍ଥାପନ॥

ନାରାୟଣ ଚନ୍ଦ୍ର ସେନାପତି, ଜମ୍ଭରା, କେନ୍ଦୁଝର

0 Comments