"ବଣମଲ୍ଲୀର ମହକ ଗଳ୍ପ ପ୍ରତିଯୋଗିତା" ଏବଂ "କବିର ଘର କବିତା ପ୍ରତିଯୋଗିତା" ରେ ନିଜକୁ ସାମିଲ କରନ୍ତୁ । ଅନଲାଇନ ମାଧ୍ୟମରେ ଏହି ପ୍ରତିଯୋଗିତା ଗୁଡିକରେ ଅଂଶଗ୍ରହଣ କରିବା ନିମନ୍ତେ ୱେବ-ପୋର୍ଟାଲରେ ଉପଲବ୍ଧ ଥିବା LITERACY CONTEST ଫଳକକୁ କ୍ଲିକ କରି ଆଗକୁ ବଢନ୍ତୁ ।

ହଜାଇ ଦେଇଛି କେତେ ମିଠା ମିଠା ସ୍ମୃତି - ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର

ହଜାଇ ଦେଇଛି କେତେ ମିଠା ମିଠା ସ୍ମୃତି - ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର


ହଠାତ୍ ଆଗ୍ନେୟ ଗିରି ର ଲାର୍ଭା
ବିସ୍ତାରି ଗଲା ମନ ରାଇଜରେ
ଅକସ୍ମାତ ଜଳିପୋଡିଗଲା,
ହଜିଗଲା ସୁନାର ସଂସାର ,,
ହଠାତ୍ ଭୂକଂପନେ ଥରିଗଲା
ହୃଦୟ ଉପତ୍ୟକା ର ମନ୍ଦିର
ଟଳିପଡିଲେ ସୁବର୍ଣ୍ଣ ପ୍ରତିମା
ମିଳେଇଗଲା କୋଟିଏ ସଂଭାର  ।।

ସହସା ରୈ।ଦ୍ରରୂପି ବାଆ ବତାସରେ
ଉଡିଗଲା ବାଇଚଢେଇ ର ବସା
ଚିଁ,ଚିଁ ରାବୁଥିବା ସେ ଟିକି ସାବକ
କିଏ ଆଉ କାହାର ଭରସା ,,
ଯେତେଦୂର ଦେଖେ ଏଇ ଆଖି
ମରୁମୟ ବାଲୁକା ପ୍ରାନ୍ତର
ଧମନିରେ ସିଥିଳତା, ଆଖିର ଉଜ୍ବଳ
ଅସ୍ତମିତ,, ହରାଇଛି ଅପୂର୍ବ ସଂମ୍ଭାର ।।

ଭାଙ୍ଗିଗଲା ହଜିଗଲା ଗଲା
ଜଳେ ନିତି, ଜାଳେ ନିଆଁ ର ଉହ୍ମେଇ
ଜୀବନ ଟା ଏମିତି ଏକ ନାଟକ
ହସ,କାନ୍ଦ ଫେଣ୍ଟାଫେଣ୍ଟି ଏକ ଗରମ କଡ଼େଇ,,
ସେ କଡେଇରେ ନିତି ଭଜା ହୁଏ
ମରିମରି ବ଼ଂଚିଥିବା ମନର ଚାଉଳ,
ଅଶ୍ରୁ ଭରା ଲୋତକ ହାଣ୍ଡିରେ
ମିଠା ମିଠା ସ୍ମୃତି ଦେଇଛି ହଜାଇ ।।

ଟକ୍ ମକ୍ ଫୁଟୁଥିବା ଗରମ ଲହୁ ର ଲୁହ
ମୁହାଣରେ, ପତରପରି ସୁଅ ମୁହଁରେ
ମୁଁ ଏବେ ଅଜଣା ଅସୁଣା
ଆଉ ଦୁଇ ଦିନର କୁଣିଆ,ସଂସାର ହାଟରେ ।।

ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର , ମଙ୍ଗଳାଯୋଡି , ଖୋର୍ଦ୍ଧା

0 Comments