ଗୋଟିଏ ଗଛର ମୂଲ୍ୟ - କେ. ନିର୍ମଳ

ଗୋଟିଏ ଗଛର ମୂଲ୍ୟ - କେ. ନିର୍ମଳ


ଗୋଟିଏ ଗଛର ମୂଲ୍ୟ ଯେ ଅନେକ
ଜାଣିବାକୁ ବାକିଅଛି,
ଆଜିର ମଣିଷ କିଛି ବୁଝେ ନାହିଁ
ଭୁଲିଯାଏ ସବୁକିଛି ।

ପୃଥିବୀ ଟା ଆଜି କଂକ୍ରିଟ୍ ଜଙ୍ଗଲ
ନାହିଁ ଆଉ ଗଛ ବୃଛ ।
ଭବିଷ୍ୟତ ପିଢିବିକଳେ ମରିବେ
ପାଣିବିନା ଯେହ୍ନେ ମାଛ ।

ବେଳ ଥାଉ ଥାଉ ଚିନ୍ତାକର ତୁମେ
ଭବିଷ୍ୟ ଅନ୍ଧାର ଘୋର ।
ଜନ ଶୂନ୍ୟ ଦିନେ ହେବେ ଏ ଧରିତ୍ରୀ
ନଥିବେ ନାରୀ କି ନର ।

ବେଳଥାଉ ବନ୍ଧ ବାନ୍ଧ ହେ ବାନ୍ଧବେ
ନୋହିଲେ ହେବ ପ୍ରଳୟ ।
ନିଶ୍ଚେ ଦିନେ ଶସ୍ୟ ଶ୍ୟାମଳା ପୃଥିବୀ
ହୋଇବ ଅଗ୍ନି ବଳୟ ।

କେ. ନିର୍ମଳ
ଭଦ୍ରକ, ବାସୁଦେବପୁର, ଜଗନ୍ନାଥି

0 Comments