"ବଣମଲ୍ଲୀର ମହକ ଗଳ୍ପ ପ୍ରତିଯୋଗିତା" ଏବଂ "କବିର ଘର କବିତା ପ୍ରତିଯୋଗିତା" ରେ ନିଜକୁ ସାମିଲ କରନ୍ତୁ । ଅନଲାଇନ ମାଧ୍ୟମରେ ଏହି ପ୍ରତିଯୋଗିତା ଗୁଡିକରେ ଅଂଶଗ୍ରହଣ କରିବା ନିମନ୍ତେ ୱେବ-ପୋର୍ଟାଲରେ ଉପଲବ୍ଧ ଥିବା LITERACY CONTEST ଫଳକକୁ କ୍ଲିକ କରି ଆଗକୁ ବଢନ୍ତୁ ।

ବରଗଡ ଧନୁଯାତ୍ରାରେ ପାରମ୍ପରିକ ଆଦିବାସୀ ନୃତ୍ୟ ଧାଙ୍ଗଡା ଧାଙ୍ଗଡି ପରିବେଷଣ

ବରଗଡ ଧନୁଯାତ୍ରାରେ ପାରମ୍ପରିକ ଆଦିବାସୀ ନୃତ୍ୟ ଧାଙ୍ଗଡା ଧାଙ୍ଗଡି ପରିବେଷଣ


ବରଗଡର ବିଶ୍ଵପ୍ରସିଦ୍ଧ ମୁକ୍ତ ରଙ୍ଗମଞ୍ଚରେ ଅନୁଷ୍ଠିତ ଧନୁଯାତ୍ରା ଅବସରରେ ମହାରାଜ କଂସ ଦରବାରରେ ପ୍ରଥମଥର ପାଇଁ କନ୍ଧମାଳ ଅଞ୍ଚଳର ପାରମ୍ପରିକ ଆଦିବାସୀ ନୃତ୍ୟ "ଧାଙ୍ଗଡା ଧାଙ୍ଗଡି" ଅନୁଷ୍ଠିତ ହୋଇଯାଇଛି । କଳା ବିକାଶ କେନ୍ଦ୍ର, କନ୍ଧମାଳ ପକ୍ଷରୁ ଏହି ନୃତ୍ୟକଳାର ପ୍ରସ୍ତୁତି ଓ ପରିବେଷଣ କରାଯାଇଥିଲା । ଏହି ଅନୁଷ୍ଠାନର ମୁଖ୍ୟ ପ୍ରମୋଦ ଦଣ୍ଡସେନାଙ୍କ ପ୍ରଚେଷ୍ଟା ଓ ସିମାଞ୍ଚଳ ରଣା, ଟିକି ଦଣ୍ଡସେନା, ବୁନା, ଗଙ୍ଗାଧର ବେହେରା, ଯଶୋଦା, ପିଙ୍କି, ମଧୁସ୍ମିତା ରାଉତ ଆଦି କଳାପ୍ରେମୀ ମାନଙ୍କ ସହଯୋଗରେ ଏହାର ପରିବେଷଣ କାର୍ଯ୍ୟ ସମ୍ଭବ ହୋଇପାରିଛି । ବରଗଡ ଧନୁଯାତ୍ରାର ଦୀର୍ଘ ୭୦ ବର୍ଷର ଇତିହାସରେ ଏକ ନୂତନ ଅଧ୍ୟାୟ ଯୋଡି ହୋଇପାରିଛି ।
Reported By Simanchal Rana
Kandhamal District, Odisha
   

0 Comments