OUR READERS STATUS AROUND THE GLOBE : INDIA-362119 CANADA-354 CHINA-881 FRANCE-1727 GERMANY- 2083 QATAR - 61 SINGAPORE - 1114 UNITED STATES - 14819 UNITED KINGDOM - 553 UNITED ARAB EMIRATES - 926 UKRAINE-47 UNKNOWN REGIONS-5627

ବିଦାୟ ୧୮ ସ୍ୱାଗତ ୧୯ - ପ୍ରଶାନ୍ତ କୁମାର ନାଥ

ବିଦାୟ ୧୮ ସ୍ୱାଗତ ୧୯ - ପ୍ରଶାନ୍ତ କୁମାର ନାଥ


ଆକାଶେ ଉଇଁବ ନୂତନ ସୂରୁଜ
ରାତି ଗଲା ପରେ ପାହି
ନୂଆ ଭାବନାରେ ମନଟା ନାଚିବ
ପୁରୁଣାକୁ ଭୁଲି ଯାଇ ।

କ୍ୟାଲେଣ୍ଡର ପୃଷ୍ଠା ଯିବତ ବଦଳି
ନୂଆ ଗୋଟେ ଆସିଯିବ
ଦୁଇ ହଜାର ଅଠର ଜାଗାରେ
ଉଣେଇସି ବସିଯିବ ।

ଅଠର କାନ୍ଦୁଛି ଗୁମୁରି ଗୁମୁରି
ହୋଇଯିବ ବୋଲି ପର
ଉଣେଇସି ଖୁସି କହିଲେ ନସରେ
ହେବ ବୋଲି ଆପଣାର।

ସେପାଖରେ ଆସି ଉଣେଇସି ଉଭା
ଏରୁଣ୍ଡି ଡେଇଁବ ବୋଲି
ଏପାଖେ ବସିଛି ଅଠର ଦୁଃଖରେ
ଦୂରେ ଯିବ ବୋଲି ଚାଲି ।

ଗୋଟାଏ ମୁହୂର୍ତ୍ତ ଏପାଖ ସେପାଖ
ଯିବା ଆସିବାର ବେଳ
ପ୍ରବେଶ ପ୍ରସ୍ଥାନ ଏକା ସମୟରେ
ନୂଆ ପୁରୁଣାର ଖେଳ ।

ସ୍ୱାଗତ ତୁମକୁ ଆହେ ନବବର୍ଷ
ଆସ ସୁଖ ଶାନ୍ତି ନେଇ
ବିଦାୟ ତୁମକୁ ଦେଉଛୁ ଅଠର
ରହିଥାଅ ସ୍ମୃତି ହୋଇ ।

ପ୍ରଶାନ୍ତ କୁମାର ନାଥ
ସୁନ୍ଦରପୁର,ଉତ୍ତରକୂଳ ହାଟ,
ପ୍ରୀତିପୁର, ଯାଜପୁର-୭୫୫୦୧୩.

0 Comments