ବଂଶୀ ଝୁରୁଛି ବୀଣାକୁ - ନାରାୟଣ ଚନ୍ଦ୍ର ସେନାପତି


ଏ ବୀଣା.....ତୁମବିନା ଏ ବଂଶୀ ବଞ୍ଚିପାରେନା..
ତୁମେ ସିନା ଫୁର୍ କିନା ଉଡି ଚାଲିଗଲ ତୁମ ରାଇଜକୁ.....
କେବେ ଭାବିଛ ???
ଏ ବଂଶୀପରା
ତୁମ ବିନା  ଖଣ୍ଡି ଉଡା ବି ଦେଇପାରେନା
ସେ ଅକେଲା କେମିତି ବଞ୍ଚିବ ନୀରବରେ !!!
ଯେଉଁଦିନ ମୋ ଆଖି ତୁମକୁ ଛୁଇଁଥିଲା
ତୁମ ଆଖିରେ ମୋ ପ୍ରତିବିମ୍ବ ସୃଷ୍ଟିହେଲା
ତୁମ ସେ ଚୋରା ଚାହାଣୀ ସେ ଲାଜୁଆ ହସ
ମୋତେ କରିଥିଲା ପାଗଳ
ସବୁଠାରେ  ସଭିଙ୍କ ସାମନାରେ।
ଆଜି ସେ ରାସ୍ତା ମୋତେ କରୁଛି ଅଟ୍ଟହାସ୍ୟ
ତାଚ୍ଛଲ୍ୟ କରୁଛି ବଜାର
ଘରଟା ରୁଦ୍ଧ କରୁଛି ମୋ ସ୍ପନ୍ଦନକୁ
ଆଉ ବାହାରଟା କରୁଛି ଅସମ୍ମାନ...।
ଜାଣିଛ.......???
ସେଦିନ ସଭିଙ୍କ ଭିତରେ ତୁମକୁ ଖୋଜୁଥିଲି
ଶୁଭିଲା ସେ ତ ଚାଲିଯାଇଛି......
ଆଉ କ'ଣ ସେ ଆସିବ..???
ମନେ ପଡିଲା ତୁମ ହସ.ହସଝୁରୁଛି.ମଧୁର କଥା......
କେମିତି ଅଛନ୍ତି..??? ସବୁ ଭଲ ନା?
ମୋ ଆଖିରୁ ଟପ୍ ଟପ୍ ଦୁଇଟୋପା ଲୁହ ଗଡିଗଲା
ଆଖି ବୁଜି ଦୀର୍ଘଶ୍ୱାସଟେ ପକାଇ ଭାବିଲି ଅତୀତକୁ
ଧିକ୍କାର କଲି ଇତିହାସକୁ...ସେ ଚୋରାଇଛି ମୋ ସ୍ମୃତି
ରାଗିଲି ସେ ବିଜ୍ଞାନକୁ...ସେ ଭାଙ୍ଗିଛି ଅାମ ବନ୍ଧ
ନିନ୍ଦାକଲି ଭୂଗୋଳକୁ...ସେ ପ୍ରେମକୁ କରିଛି ଶ୍ମସାନ
ଆଉ ନିର୍ଦ୍ଦୟ ସାହିତ୍ୟଟା .. ମୋତେ ବନାଇଲା ନିର୍ବାକ୍
କେବଳ ଗଣିତଟା ସାଥିହୋଇ ଗଣୁଛି ତୁମ ଆସିବା ବାଟକୁ
ଆସିଲେ ସପନର ନକ୍ସାରେ ଗଢିବ ସେ ତାଜମହଲ ।
ସତରେ ବୀଣା....
ରାତିର ତୋଫା ପୁନେଇ ଜହ୍ନକୁ ଦେଖିଲି..
ତା ଭିତରେ.. ତୁମକୁ...
ମୁଣ୍ଡରେ ଓଢଣା ଦେଇ  ଆସୁଥିଲ 
ମୋତେ ଚାହିଁଦେଇ ମୁରୁକି ହସି
କ'ଣ କହିଦେଲ...
ପଶିଗଲ ସେ ସବାରୀରେ
ଏ ବଂଶୀଟା ପାଖ ସମୁଦ୍ର ବେଳାରେ ଶାମୁକାରୁ ମୁକ୍ତା ଖୋଜି
ରଖିଛି ତୁମ ପାଇଁ..
ହାରକରି ପିନ୍ଧାଇବ ବୋଲି....
ଚାହିଁରହିଛି ତୁମ ଫେରିବା ବାଟକୁ ।

ନାରାୟଣ ଚନ୍ଦ୍ର ସେନାପତି, ଜମ୍ଭରା, କେନ୍ଦୁଝର

0 Comments