Information

ଅତି ରୁ ଇତି - ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର


ଅତି ହେଲେ ମତିଭ୍ରମ  ହୁଏ  ନୀତି ଭ୍ରଷ୍ଟ  ହୋଇଯାଏ ଜନ
ଅତି  ମନ୍ଦଗତି ଭୋଗିଲା ଯେପରି ମହାମାନି ଦୁର୍ଯ୍ୟୋଧନ   ।।

ଅତି ହେଲେ ଭୀତି ମନରେ ଉଦ୍ରେକ ବିଶ୍ଵାସ  ରୁହଇ ନାହିଁ
ଅତି ଦାନେ ବଳି ଶେଷରେ ଯେପରି କାଳହେଲା ନିଜପାଇଁ    ।।

ଅତି ହେଲେ ମତି ଯତି ବି ସଂସାରେ ହୀନ ମତି କର୍ମେ ରତ
ରାବଣ ର  ଅତି  ଗରବେ ଯେପରି  ସୁବର୍ଣ୍ଣ ର  ଲଙ୍କା ହତ    ।।

ଅତି  ନୁହେଁ ହିତ  ଅତୀ  ଗରହିତ  ଅତିରୁ  ହୁଅଇ  ଇତି
ଅତି ଚିପୁଡିଲେ ଲେମ୍ବୁ ଯେଉଁ ପରି ତିକ୍ତରସ ଦେଇଥାନ୍ତି   ।।

ଅତି  ଭୟଙ୍କର  ଅତି ହିଁ ପ୍ରବଳ ଅତି କରେ ଯେତେକ୍ଷତି
କହିବା ଲେଖିବା ସହଜ ନୁହଇ ଅତି ଆଣେ ମହାଭିତୀ    ।।

ଅତି  ଜଳୁଥିଲେ  ଦୀପ  ଲିଭିଯିବ  ତଇଳ  ସରିବା ବେଳେ
ଅତିବେଗେ ତାରଶିଖା ପ୍ରସାରିତ ହୋଇ ଦେଖ ଦୀପ ଜଳେ   ।।

ଶୁଣ ଶୁଣ ମନ ହୋଇ ଏକ ଧ୍ୟାନ ପ୍ରଫୁଲ୍ଲ ବଚନ ଶୁଣ
ଅତି ଅମଣିଷ ଗୁଣ ତେଜ୍ୟାକଲେ ମିଳିଯିବେ ଭଗବାନ  ।।


ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର, ମଙ୍ଗଳାଯୋଡି, ଖୋର୍ଦ୍ଧା

Post a Comment