ବାତ୍ୟା ଜନିତ ଅସୁବିଧା କାରଣରୁ କ୍ଷୁଦ୍ରଗଳ୍ପ ଓ କବିତା ପ୍ରତିଯୋଗିତାର ଫଳାଫଳ ମେ - ୧୦ ତାରିଖ ପରିବର୍ତ୍ତେ ଚଳିତ ମାସ ୩୧ ତାରିଖ ସୁଧା ଘୋଷଣା କରାଯିବ । ଏବଂ ଚଳିତ ମାସ ୨୩ ତାରିଖ ଠାରୁ କବିର ଘର ପ୍ରସ୍ତୁତ "ଆଜିର ଅତିଥି" କାର୍ଯ୍ୟକ୍ରମର ସାପ୍ତାହିକ ପ୍ରସାରଣ ସେବା ଆରମ୍ଭ ହେବ । ଅନିଚ୍ଛାକୃତ ଅସୁବିଧା ନିମନ୍ତେ ଦୁଃଖିତ ।

ସ୍ମୃତି ରୂପା ଜହ୍ନ - ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର

ସ୍ମୃତି ରୂପା ଜହ୍ନ - ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର


ବିତିଯାଇଛି ତ ଅତୀତ ର ସ୍ମୃତି  ତଥାପି ବି ଉଙ୍କିମାରେ
କେବେ କେବେ ଆସେ ମନ ଅଗଣାରେ ଦେଖାଦେଇ ଲୁଚିଯାଏ
ଲୁଚକାଳି ଖେଳ ଖେଳେ କେତେ ରଙ୍ଗେ ହୃଦୟ ବିଦାରି ଦିଏ
ବିତିଯାଇଛି ତ ଅତୀତ ର ସ୍ମୃତି ……. ।।

ଆଉ କେତେ କେତେ ଅଭୁଲା ସ୍ମୃତି ବି ସାଇତି ରଖିଛି ମନ
ସେ ସବୁ ଯେମିତି ସତେଅବା ରଙ୍କ ସାଇତା ସେ ଗଣ୍ଠିଧନ
ଅଭୁଲା କାହାଣୀ ଅପାସୋରା ସବୁ ରହିଛି ଆପଣା ଛାଏଁ
ବିତିଯାଇଛି ତ ଅତୀତ ର ସ୍ମୃତି……. ।।

ଏ ମନ ତ ଗୋଟେ ଉଡା ଚଢେଇ ରେ ସେ ସଦା ଚଳ ଚଞ୍ଚଳ
ଅମାନିଆ ନଇ ପାଣିସ୍ରୋତ ପରି ବହେ ହୋଇ ଛଳ ଛଳ
ଜୀବନ ସ୍ରୋତର ମନ ଲହରୀ ରେ ସ୍ମୃତି ବି ତ ଭାସୁଥାଏ
ବିତିଯାଇଛି ତ ଅତୀତ ର ସ୍ମୃତି……. ।।

ସୁଖ ଦୁଃଖ ଫେଣ୍ଟା ସ୍ମୃତି ର ଫଳକ ହୃଦୟ କଳାପଟା ରେ
ଲେଖି ହୋଇ ଗଲେ ଜୀବନେ ଯନ୍ତ୍ରଣା କେବେ କେବେ ଦେଇଥାଏ
ଭୁଲିବାକୁ ହେଲେ ଫୁଲ ପରି ମନ ହୋଇ ଫୁଟିବାକୁ ହୁଏ
ବିତିଯାଇଛି ତ ଅତୀତ ର ସ୍ମୃତି…… ।।

ଅତୀତ କାହାଣୀ ଭୁଲି ହେବନାହିଁ ହଜିଲେ ବି ଦେଖାଦିଏ
ମନ ଅଇନାରେ ସବୁବେଳେ ସ୍ମୃତି ପ୍ରତିବିମ୍ବ ସୃଜି ଥାଏ
ସ୍ମୃତି ରୂପାଜହ୍ନ ମନ ଆକାଶରେ ଅସ୍ତହୁଏ ପୁଣି ଉଏଁ
ବିତିଯାଇଛି ତ ଅତୀତ ର ସ୍ମୃତି…..।।

ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର, ମଙ୍ଗଳାଯୋଡି, ଖୋର୍ଦ୍ଧା

0 Comments