OUR READERS STATUS AROUND THE GLOBE : INDIA-362119 CANADA-354 CHINA-881 FRANCE-1727 GERMANY- 2083 QATAR - 61 SINGAPORE - 1114 UNITED STATES - 14819 UNITED KINGDOM - 553 UNITED ARAB EMIRATES - 926 UKRAINE-47 UNKNOWN REGIONS-5627

କ୍ଷୁଦ୍ରଗଳ୍ପ - ଶ୍ରଦ୍ଧାର ଆଖିରେ ଆତ୍ମନ୍ ଲୁହ - ନାରାୟଣ ଚନ୍ଦ୍ର ସେନାପତି

କ୍ଷୁଦ୍ରଗଳ୍ପ - ଶ୍ରଦ୍ଧାର ଆଖିରେ ଆତ୍ମନ୍ ଲୁହ - ନାରାୟଣ ଚନ୍ଦ୍ର ସେନାପତି


ପୁରୀ ସମୁଦ୍ର ବେଳାଭୂଇଁ।ଜୁଆରର ଚମକ ଚମକାଉଥିଲା ତୀର୍ଥଯାତ୍ରୀଙ୍କର ଅମାନିଆ ମନକୁ।ତା ଭିତରେ ଆତ୍ମନ ଗଣୁଥିଲା ତରଙ୍ଗର ସଂଖ୍ୟାକୁ ତା ଉଦବେଗର ମାନକ ସ୍କେଲ୍ ରେ।ଖୁସିରେ ବୁଡ ସାରି ଆସୁଥିଲା ବେଳାଭୂଇଁରେ କ'ଣ ଭାବିଭାବି।ଅମାନିଆଁ ମନଟା ଲାଗୁଥିଲା ଅପୂରଣ ଅପୂରଣ,ସତରେ ତାକୁ କିଏ ନା ସେ କାହାକୁ ଖୋଜୁଛି ? ସେ ଅନୁଭବ କରୁଥିଲା ନିକଟରେ କେଉଁ  ଅତି ଆପଣାର ଲୋକର ବାସ୍ନା।ହଠାତ୍ ଏକ ନରମ ପରିଚିତ ଧ୍ୱନି ତା କର୍ଣ୍ଣରେ ବାଜିଲା-"ବାବା ପଡିବୁ..ଦୌଡୁନା । ଅାତ୍ମନ୍ ର ଆଖି ଆଗରେ ପଡିଗଲା ସୁନ୍ଦର ସୁକୋମଳ ଶିଶୁଟିଏ।ଶ୍ରଦ୍ଧାରେ ଉଠାଉ ଉଠାଉ କେହିଜଣେ ଶିଶୁଟିକୁ  ଆଉଁସୀ କହିଲା.."ବାବା କହୁଛି ପରା ପଡିଯିବୁ"।ମୁଁ ପିଲାଟିକୁ ଉଠାଇଥିବାରୁ ସେ ମୋତେ ନରମ ଗଳାରେ କହିଲେ..ଧନ୍ୟବାଦ ଆଜ୍ଞା।ଚାହିଁଲି..ଏ ମୋର ଚିହ୍ନା ଚିହ୍ନା ଜଣା ସ୍ୱର।ଏକ ସୁନ୍ଦରୀ ତରୁଣୀ..କଳା ଚଷମା ଆବୃତା ଆଖିରେ, ଗୋରା ତକତକ ଚେହେରାରେ,କେବଳ ବେଳାଭୂମିର  ନୁହଁ ମୋ ହୃଦୟରେ ତରଙ୍ଗ ସୃଷ୍ଟି କରୁଛନ୍ତି।ଚଷମା ଖୋଲି କହିବସିଲେ...ଆତ୍ମନ୍ ତୁମେ..।ଠିକ୍ ଏକା ସାଙ୍ଗରେ ମୋ ଓଠରୁ ବି ବାହାରି ପଡିଲା..ଶ୍ରଦ୍ଧା..ତୁମେ...॥

     ତା ପରେ ଦୁଇ ଜଣ ପରସ୍ପରକୁ ଚହାଁଚହିଁ ହୋଇ ଅବାକ୍ ହୋଇଗଲେ।ସତେ ଯେମିତି ଉତ୍ତାଳ ତରଙ୍ଗଟା କିଛି ସମୟ ପାଇଁ ବିରହରେ ନୀରବ ପ୍ରାର୍ଥନା କରୁଥିଲା ! ଦୁହିଁଙ୍କ ଆଖି ଛଳ ଛଳ।ମନରେ ଉଙ୍କି ମାରୁଥିଲା କେତେ ଯେ ଜଟିଳ ବୀଜଗଣିତର ଅଜସ୍ର ଅଙ୍କା ବଙ୍କା ପ୍ରଶ୍ନ।ସେସବୁ ଜ୍ୟାମତିର ଜଟିଳ ଅଙ୍କନ ପରି ଦ୍ୱନ୍ଦ୍ୱ ପରେ ଦ୍ୱନ୍ଦ୍ୱ ଝଲସୁଥାଏ।ଦୁହେଁ କିଛି ସମୟ ପାଇଁ ଫେରିଗଲେ ପୁରୁଣା ଦିନକୁ...ସେଥିରେ ଖଞ୍ଜି ହୋଇଥିବା ଅଭୁଲା ଅଲିଭା ସ୍ମୃତି।

   ଆତ୍ମନ୍ ଥାଏ ଜିଲ୍ଲା ଶିକ୍ଷା ପ୍ରତିଷ୍ଠାନର ପ୍ରଥମ ବର୍ଷର ମେଧାବୀ ଛାତ୍ର।ସୁନ୍ଦର ସୁକୁମାର ଚେହେରା ସାଙ୍ଗକୁ ମନରେ ଅସୀମ ଆଶା ଓ ଅଭୀପ୍ସାର ପଟ୍ଟଚ୍ଚିତ୍ର।ହସହସ ମୁହଁରେ ସତେ ଯେମିତି କିଣୁଥାଏ ଏ ବିଶାଳ ପୃଥିବୀର ହୃଦୟକୁ।ତା'ର ଘନିଷ୍ଠ ସାଥୀ ପଙ୍କଜ।ତା ଠାରୁ ବୟସରେ ସାମାନ୍ୟ ବଡ,ମିଷ୍ଟଭାଷି ଓ ବିଚକ୍ଷଣ ଧୀଶକ୍ତିସମ୍ପନ୍ନ।ଆତ୍ମନ୍ କୁ ସେ ତା' ଆତ୍ମାରୁ ଭଲପାଏ।ସତେ ଯେମିତି କୃଷ୍ଣ ସୁଦାମାଙ୍କ ଯୋଡି।କେହି କାହାକୁ ଛାଡନ୍ତି ନାହିଁ,ନିମିଷକେ ବି ଅଲଗା ରହିବାକୁ ଚାହାଁନ୍ତି ନାହିଁ।

    ଦିନକର କଥା, ପଙ୍କଜ ଓ ଆତ୍ମନ୍ ଙ୍କ ଅନୁଷ୍ଠାନରୁ ଫେରୁଥାନ୍ତି, ବାଟରେ ପଡେ ପଙ୍କଜର ସମ୍ପର୍କୀୟଙ୍କ ଘର ।ସେଠାକୁ ଯାଆନ୍ତି ଦୁଇ ଅନ୍ତରଙ୍ଗ ସାଥି।ଆତ୍ମନ୍ ଥାଏ ଡ୍ରଇଂ ରୁମ୍ ରେ,ପଢୁଥାଏ ଏକ ମାସିକ ପତ୍ରିକା।ସେପଟେ ପଙ୍କଜ କଥା ହେଉଥାଏ ତା ସମ୍ପର୍କୀୟଙ୍କ ସାଥିରେ।ହଠାତ୍ ଏକ କଅଁଳିଆ, ନରମ, ସୁମଧୁର କଣ୍ଠ ସ୍ୱର ସତେ ଯେମିତି ତାକୁ ଏକ ସୁଷମ ସ୍ପର୍ଶ ଆଣି ଦେଲା।ତା ପ୍ରାଣ ଯେମିତି କହୁଥିଲା ବାରମ୍ବାର ଶୁଣନ୍ତି କି ସେ ମଧୁରସ୍ୱର।ଯେତିକି ସେ ସ୍ୱର ବାଜୁଥିଲା ତା କାନରେ..ମନରେ ଶତ ଶିହରଣ ଆନ୍ଦୋଳିତ କରୁଥିଲା ତା ହୃଦୟର ପ୍ରୀତି ଇଲାକାକୁ।ମନ ହେଉଥିଲା ଆଜି ଏଇମିତି ଶୁଣନ୍ତିକି !ଆହୁରି ଉତ୍କଣ୍ଠା ଆସୁଥିଲା କଣ୍ଠ ତ ଏତେ ସୁନ୍ଦର..ସେ କେମିତି ସୁନ୍ଦର ହୋଇନଥିବେ? ସତେ ଯେମିତି ତା ମନ କହୁଥିଲା; ସରଗପରୀଟେ ହୋଇଥାଆନ୍ତା କି ! ମୂହୂର୍ତ୍ତଟା ଖଳନାୟକ ସାଜି ପଙ୍କଜର କାମକୁ ସାରିଦେଲା।କଥା କହି କହି ସେ ଆସିଲେ ଡ୍ରଇଂରୁମକୁ।

ସରି ସାଙ୍ଗ ..ତୁମେ ବୋର୍ ହୋଇଥିବ ପାଟିରୁ ବାହାରି ଆସିଲା ପଙ୍କଜଙ୍କର।

ନାଁ ସାଙ୍ଗ କହି ଆତ୍ମନ୍ ମୁରୁକି ହସା ମାରୁ ମାରୁ ଆଖିଟା ପଡିଗଲା ସାମନା କବାଟ ଫାଙ୍କକୁ।ସତେ ଯେମିତି ମୁକ୍ତାର ଆଖି ଦୁଇଟା ଚକଚକ କରୁଥାଏ।ତା ଭିତରୁ ଗୋରା ତକ୍ ତକ୍ ଚେନାଏ ଚାନ୍ଦିନି ଝଲସୁଥାଏ ରୁପାପରି।ତା'ର ଲାଜବୋଳା ହସ,ଆଖିର ଚୋରାଚାହାଣି ଆକର୍ଷଣ କରୁଥାଏ ତା ଉଚ୍ଛନ୍ନ ମନକୁ।ପଙ୍କଜ ପରିଚୟ କରିଦେଲା,ଏ ମୋ ସାଙ୍ଗ ଆତ୍ମନ୍ ସାମନ୍ତରାୟ।ଶ୍ରଦ୍ଧା ଶ୍ରଦ୍ଧାରେ ଲାଜେଇ ଲାଜେଇ ମୋତେ ଆସି ପାଦ ଛୁଇଁ ନମସ୍କାର କଲା।ବାସ୍ତବରେ ତା'ର ଆନ୍ତରିକତାପୂର୍ଣ୍ଣ ସମ୍ମାନ ଜଣାଇଲା ସେ ଏକ ସଂସ୍କାରୀ ଝିଅ।ହଠାତ୍ କିଏ ଡାକିବାରୁ ପଙ୍କଜ କହିଲା,ସାଙ୍ଗ ତୁମେ ଟିକେ ବସି କଥା ହେଉଥାଅ,ମୁଁ ଆସୁଛି।ମୋ ମନ କୁଣ୍ଢେମୋଟ ହୋଇଗଲା।

କଥାରେ ଅଛି,ରୋଗୀ ଖୋଜୁଥିଲା ଯାହା..ବଇଦ ବତାଇଲା ତାହା।ଶ୍ରଦ୍ଧା  ଆଉ ଆତ୍ମନ୍ ,ଆଉ ସେ ମୁହୂର୍ତ୍ତ ଓ ଦୁହିଁଙ୍କ ଆବିଳତା।ଦେହ ଥରୁଥାଏ ଦୁହିଁଙ୍କର,କେହି କାହାକୁ କିଛି କହୁ ନଥାନ୍ତି।ଦେହ ଭିତରେ ଝଡ,ମାତ୍ର ବାହାରେ ଶାନ୍ତ ଅବସ୍ଥା।ଆତ୍ମନ୍ ଭାବିଲା ଯଦି ଏ ସୁଯୋଗ ଛାଡେ ତେବେ ଆଉ ସୁଯୋଗ ମିଳିବ ନାହିଁ ତା ସହ ପଦେ କଥା ହେବାକୁ।ଖନି ମରା କଣ୍ଠରେ ପଚାରିଲା...ତୁମ ନାଆଁ କଅଣ ?ଏକ ସୁମଧୁର ଗଳାର ଆଶଙ୍କା ପୂର୍ଣ୍ଣ କଣ୍ଠସ୍ୱରର ଉତ୍ତର,.....ଶ୍ରଦ୍ଧା...ଶ୍ରଦ୍ଧାଞ୍ଜଳି ଉପାଧ୍ୟାୟ।କି ଅମୀୟବୋଳା କଣ୍ଠଧ୍ୱନି ! ଆଉ କିଛି ଶୁଣିବାକୁ ମନ ଚାହୁଁଥାଏ।ତୁମେ କ'ଣ ପଢୁଛ?ଉତ୍ତର ଥିଲା +୨ସେକେଣ୍ଡ୍ ୟର୍।ଏଇ ଦୁଇ ପଦ କଥା,ପରସ୍ପରର ହସ..ସତେ ଯେମିତି ନୂଆ ଅଧ୍ୟାୟ ସୃଷ୍ଟି କରିବାକୁ ଅପେକ୍ଷା କରିଥିଲା ଯୁଗ ଯୁଗରୁ।ସେଇ ସମୟ ସତେ ଯେମିତି ନାଚୁଥିଲା ମନେ ପକାଇ ରାଧା କୃଷ୍ଣଙ୍କର ପ୍ରେମକୁ ମନେ ପକାଇ।ମନ୍ଦ ମନ୍ଦ ସମୀରଣ କାନରେ ଫୁସ୍ ଫୁସ୍ କହୁଥିଲା ତୁମେ ପରା ଜନ୍ମିଛ ଜନ୍ମ ଜନ୍ମର ସାଥି ହେବାକୁ।ପଙ୍କଜର କାମ ସରିବାରୁ ଅନିଚ୍ଛା ଥିଲେ ବି ବାଧ୍ୟହେଲା ଆତ୍ମନ୍ ସେ ସ୍ଥାନରୁ ଆସିବାକୁ।ମନେ ମନେ ଗାଳି ଦେଉଥିଲା ସମୟକୁ।ସାମୟିକ ବିଦାୟ..ଥିଲା ଆକସ୍ମିକ ଓ ଯନ୍ତ୍ରଣାଦାୟକ ହେଲେ ସ୍ମରଣୀୟ ମଧ୍ୟ।ଫେରିଲା ବେଳେ ଚାହିଁ ରହିଥାଏ ଶ୍ରଦ୍ଧା..ଶୁଖି ଯାଇଥାଏ ତା କୋମଳ ଗୋଲାପି ମୁଖଟା।ସତେ ଯେମିତି ଲାଗୁଥିଲା ସେ କହୁଛି..ପ୍ଲିଜ୍..ତୁମେ ଯାଅନା ମ ?ଆତ୍ମନ୍ ର କ'ଣ ଇଚ୍ଛା ଯିବାକୁ।ଦୁହିଁଙ୍କର ଚାରିଆଖିର ଆକର୍ଷଣ ପାଖେ କେଦାର ଗୌରୀବି ପଛରେ ପଡିଯିବେ।ସତରେ ଚାନ୍ଦ ସହ କୁମୁଦ..ରବି ସହ ନଳିନୀର କି ଅପୂର୍ବ ସଂଯୋଗ !!!

    ସେଦିନ ନା ଆତ୍ମନକୁ ନିଦ ନା ଶ୍ରଦ୍ଧାକୁ ନିଦ।ଉଭୟେ ଆକୁଳେ ଚାହୁଁଥାନ୍ତି । ଆଉଥରେ ଦେଖା ହୁଅନ୍ତା କି ମନରେ ଉଙ୍କି ମାରୁଥାଏ ଏ ଅଭୀପ୍ସା ?ଆତ୍ମନ୍ ବାରମ୍ବାର ପରୋକ୍ଷରେ ପଚାରୁଥାଏ ଶ୍ରଦ୍ଧାଙ୍କ ଘର କଥା..। ପଙ୍କଜ କ'ଣ ନିର୍ବୋଧ ଯେ ? ସେ ଜାଣିପାରି କହୁଥାଏ କ'ଣ ସାଙ୍ଗ..କ'ଣ ଶ୍ରଦ୍ଧାର ଶ୍ରଦ୍ଧାରେ ହଜିଗଲ କି?ଆତ୍ମନ୍ ର ଲାଜୁଆ ଓ ଧିର ଜଣାଇଦେଲା ସବୁକିଛି।ୟା ଭିତରେ ପଙ୍କଜ ନେଇଯାଏ ମାମୁଁଘରକୁ।ସୁଯୋଗ ବି ଦିଏ କଥା ହେବାକୁ।ପଙ୍କଜ କୁହେ ସାଙ୍ଗ ଶୀଘ୍ରସ୍ୟ ଶୁଭମ୍।ଜଣାଇଦିଅ ତୁମ ଅନ୍ତରର କଥା।ନ ହେଲେ ଆଉ କିଏ ନେଇଯିବ ଯେ,ତୁମ ଶରଧାର ଶ୍ରଦ୍ଧାକୁ?  କିଂ କର୍ତ୍ତବ୍ୟବିମୂଢ ଆତ୍ମନ୍ ନିଜ ମନ ଓ ବିବେକକୁ ପଚାରୁଥିଲା ଅସମାହିତ ପ୍ରଶ୍ନ।କ'ଣ କହିବ..କେମିତି କହିବ..ଯେ ସେ ତାକୁ ଭଲ ପାଏ ବୋଲି।ଯଦି ଶ୍ରଦ୍ଧା କିଛି ଖରାପ ଭାବେ।ତା ସାଙ୍ଗ ତା ପାଇଁ ଗାଳି ଶୁଣେ।ଯାହାକୁ ସେ ଅନ୍ତର ଦେଇ ଭଲ ପାଏ ସେ ଯଦି ଖରାପ ବୁଝାମଣାରୁ ଅପ୍ରିୟ ହୋଇଯାଏ..ସେ ବଞ୍ଚିପାରିବନା?ଯାଉ କିଛି ଦିନ ସେ ସମୟ ସୁଯୋଗ ଦେଖି ନିଶ୍ଚୟ ଜଣାଇବ।ଅତି ଯତନରେ ମନର କଥାକୁ ଲେଖିଲା ଚିଠିରେ।ହେଲେ ସେ ଚିଠି ଚିଠି ହୋଇ ଶୋଇରହିଲା ତା ରୁଦ୍ଧ ଦ୍ୱାର ବାକ୍ସରେ..॥

    ମଣିଷ ଯାହା ଭାବେ ସବୁ କ'ଣ ମିଳିଯାଏ ? ସବୁ ସ୍ୱପ୍ନ କ'ଣ ସାକାର ହୁଏ ? ସମୟର କାଳସ୍ରୋତରେ ବନ୍ୟାଯେବେ ଖଳସାଜି ପ୍ରେମର କୂଳର ଅତଡାକୁ ଆଘାତ ଦିଏ..କୂଳର ଅବସ୍ଥା କ'ଣ ହୁଏ ? ହଠାତ୍ ଆବିଷ୍କାର ହୁଅନ୍ତି ଅମିତ୍ ପଟ୍ଟନାୟକ ନାମକ ଏକ ଯୁବକ।ତାଙ୍କର ଦେଖାହୁଏ ଶ୍ରଦ୍ଧାସହ।ସେ ବିହ୍ୱଳ ହୋଇଯାଆନ୍ତି ଶ୍ରଦ୍ଧାର ରୂପ ଲାବଣ୍ୟରେ।ଦୃଢ ଓ ଦମ୍ଭରେ ପରିବାରରେ ଅବଗତ କରନ୍ତି ଓ ମାଗନ୍ତି ସଭିଙ୍କ ସମ୍ମତି ।ସେ ବିବାହ କରନ୍ତା ଶ୍ରଦ୍ଧାଙ୍କୁ।ଶ୍ରଦ୍ଧାଙ୍କ ଘର ସ୍ୱଚ୍ଛଳ ନ ଥିଲା।ଅତି ସାଧାରଣ ଚଳଣି,ଏମିତିକି ଶ୍ରଦ୍ଧାକୁ ବିବାହ କରିବା ସାମର୍ଥ୍ୟ ତାଙ୍କର ନ ଥିଲା।ପରିବାର ଲୋକ ସମ୍ମତି ଥିଲା ମାତ୍ର ଅପେକ୍ଷା ଥିଲା ଶ୍ରଦ୍ଧାର ସମ୍ମତି ଓ ନିଷ୍ପତ୍ତି।ବାରମ୍ବାର ପାଟୀଗଣିତ ଓ ବୀଜଗଣିତକୁ କଷିଲା ପରି କଷିଲା ତା ଭବିଷ୍ୟତର ଅଭେଦ।କେତେ କ'ଣ ଚିନ୍ତା କଳ୍ପନାକୁ ଅଜ୍ଞାତ ବୀଜ ନେଇ କଷିଲା ଓ କଲା ପ୍ରମାଣ ଦୁଇ ପାର୍ଶ୍ୱକୁ ମନଯୋଗାନୁସାରେ ।ଆତ୍ମନ୍ ମୋତେ ସାଥିବୋଲି ଭଲ ପାଆନ୍ତି ନା ଜୀବନ ସାଥି।କେମିତି ଜାଣିବି?ମୁଁ ଝିଅଟେ ହୋଇ କେମିତି ପଚାରିବି ଯେ?ଯଦି ପଚାରିବି..ସେ ଖରାପ ଭାବନ୍ତି ଓ ନିଶ୍ଚୟ କହିବେ ଗୋଟେ ବାଜ୍ୟେ ଝିଅ।ଏଇମିତି ଖଣ୍ଡିଆଭୂତ ଘୂରାଇଲା ପରି ଘୁରିଲା ତା ମୁଣ୍ଡ ।ଏଣେ ବୁଝିଲା ଆତ୍ମନ୍ ବି କିଛି ମାସ ପାଇଁ ନିଜ ଗାଆଁକୁ ଯାଇଛନ୍ତି।ଯୋଗାଯୋଗ କରିବାର ସୁବିଧା ବି ନାହିଁ।ଏଣେ ଘର ଲୋକ ବ୍ୟସ୍ତ କଲେଣି ଓ ଦେଇଥିବା ସମୟ ବି ସରିଗଲାଣି।ନିଜର ସୁନେଲି ସ୍ୱପ୍ନକୁ ଭାଙ୍ଗି ଘର ଲୋକଙ୍କ ଚାପରେ ଶୂନ୍ୟ ପୃଥିବୀକୁ ଆବୋରିଲା ଶ୍ରଦ୍ଧା ଶୁଷ୍କ ଆନନ୍ଦରେ ।ସରିଗଲା ବିବାହ..ରହିଗଲା ସ୍ମୃତି ।ବିଚରା ଆତ୍ମନ୍ ଜାଣି ନି ଏ ଘଟଣା।କ'ଣ ହେବ ତା ଅବସ୍ଥା,ଯଦି ସେ ମୋତେ ଭଲପାଉଥାଏ....॥
       ଦୁଇମାସପରେ କାଳଅସୁସ୍ଥରୁ ସୁସ୍ଥ ହୋଇ ଯେବେ ଫେରିଲା ଆତ୍ମନ୍ ତା'ର ଆତ୍ମାଟା ଭୁତ ହୋଇଗଲା ଏ ଘଟଣା ଶୁଣି।ତା ଆଶାର ତାଜମହଲଟା ଭୁଷୁଡି ପଡିଲା ଏ ଦୁଃସମ୍ବାଦର ଭୂମିକମ୍ପରେ।ପ୍ରତିକ୍ଷଣରେ ହୃଦୟଟା ଫାଟିଯାଉଥିଲା।ଆଖିର ଲୁହଟା ଚିରସ୍ରୋତା ବନ୍ୟା ପରି ବହିଗଲା ତା ନିଃଷ୍ଫଳ ପ୍ରେମର ଉଦ୍ୟାନରେ।ଗଜୁରିଥିବା ପ୍ରଣୟ ଚାରାଟାର ଚେର ଉପୁଡିଯାଇ କେଉଁଆଡେ ଉଭାନ୍ ହୋଇଗଲା ଯେ ଆଉ ତା ଛବି ବି ମିଳିଲା ନାହିଁ।ଏକ ବ୍ୟର୍ଥ ପ୍ରେମିକ ସାଜି ନୀରବରେ ବସ୍ତୁନିଷ୍ଠ ପ୍ରଶ୍ନ ପଚାରୁଥିଲା ତା ନିଜକୁ ? କେଉଁଠି ତା'ର ଭୁଲ୍ ହୋଇଗଲା ? ସାଥି ପଙ୍କଜବି ଲଜ୍ଜାରେ କିଛି କହୁ ନଥାଏ।ଖାଲି କହୁଥାଏ ସାଙ୍ଗ ମୁଁ ନାଚାର..ତୁମ ପାଇଁ କିଛି କରିପାରିଲି ନାହିଁ।

     ଦିନପରେ ଦିନ ଗଡିଚାଲିଲା।ଆତ୍ମନ୍ ଖୋଜୁଥାଏ ତା ଭଲ ପାଇବାର ସ୍ମୃତିକୁ ନିତି ଅଣ୍ଡାଳି ଅଣ୍ଡାଳି।ହଠାତ୍ ଫେସ୍ ବୁକ୍ ରେ ଦେଖିଲା ତା ସେଦିନର ପ୍ରେମ ଶ୍ରଦ୍ଧା,ତା ସ୍ୱାମୀ ଓ ସନ୍ତାନଙ୍କ ଫଟୋ।କେତେ ଥର ସେ ଦେଖୁଥିଲା ପ୍ରତି କୋଣରୁ।ଟିକେ ସିନା ମୋଟା ହୋଇଯାଇଛି..ହେଲେ ସେଇ ଆଖି,ସେଇ ମୁହଁ ସେଇ ହସ...।ହଠାତ୍ ଚାଟିଂ କଲା..ମୂହୂର୍ତ୍ତକ ଭିତରେ ଭୁଲିଗଲା ଯେ ତା ଶ୍ରଦ୍ଧା ବିବାହିତ ବୋଲି।
     ତୁମେ ମୋତେ କେମିତି ଭୁଲିଗଲ ଶ୍ରଦ୍ଧା ?...
    ତୁମେ ବହୁତ ବିଳମ୍ବ କରିଦେଲ ଆତ୍ମନ ।...
    କେମିତି କହିଥାନ୍ତି ଯେ..ଏବେ ବି ସେ ଚିଠି ରଖିଛି..ମାତ୍ର ଜଣାଇ ପାରିଲି ନାହିଁ।
   ତୁମ ପ୍ରେମରେ ଦମ୍ଭ ନ ଥିଲା।ଭୟାଳୁ ବ୍ୟକ୍ତି କେବେ ଭଲ ପାଇପାରେନା ?
  ମୁଁ ବିବେକ,ସ୍ୱାଭିମାନ୍ ଓ ସମ୍ମାନକୁ ଜଗିଲି ଶ୍ରଦ୍ଧା।
     ହେଲେ ମୋ କଥା ଟିକେ ଭାବିଲ ନାହିଁ..ମୁଁ ପରା ଝିଅପିଲାଟା..ବାପା ମା'ଙ୍କୁ ମୁଁ କ'ଣ ଉତ୍ତର ଦେଇଥାଆନ୍ତି ???
   ମୋର ଯଦି ଭୁଲ୍ ଥାଏ ତେବେ କ୍ଷମା କରିଦେବ,ଆତ୍ମନ..।
   ସବୁ ଭୁଲ୍ ତ ମୋର୍..।
  ହଠାତ୍ ପୁଅର ମାଆ ଡାକରେ ସ୍ୱାଭାବିକ ଅବସ୍ଥାକୁ ଫେରିଆସିଲେ ଶ୍ରଦ୍ଧା।ଆଖିରେ ଆଖିଏ ଲୁହ।କ୍ଷୀଣ ଓ ଶୁଖିଲା ଥରିଲା କଣ୍ଠରେ କହିଲେ..ମୁଁ ଆସୁଛି.ଆତ୍ମନ..।
   ଆତ୍ମନ୍ ର ଆଖିରେ ଲୁହ ମନରେ କୋହ।କ'ଣ ବା କହିବ..ଧିରେ କହିଲେ,  ତୁମେ କ'ଣ ସତରେ ଚାଲିଯାଉଛ ଶ୍ରଦ୍ଧା ...ମୋ ଦୁନିଆଁରୁ...ତୁମ ସେ ସେଦିନର ଆତ୍ମନ୍ କୁ ଛାଡି ???
   ପ୍ରକୃତି ସତେ ଯେମିତି ଧକେଇ କାନ୍ଦୁଥିଲା ଦୁଇଟି ଦରଦୀ ହୃଦୟର ବିକଳ ଦେଖି।ପ୍ରେମ ବି ମୁହଁ ଲୁଚେଇ ଠିଆ ହୋଇଥିଲା।ଆଉ ସମ୍ପର୍କ କହୁଥିଲା...ଦେଖ, ଭାଇ ଭଉଣୀ ମାନେ..ଶ୍ରଦ୍ଧାର ଆଖିରେ ଆତ୍ମନର ଲୁହ...॥

ନାରାୟଣ ଚନ୍ଦ୍ର ସେନାପତି, ଜମ୍ଭରା, କେନ୍ଦୁଝର

0 Comments