Information

କ୍ଷୁଦ୍ରଗଳ୍ପ - ସତ୍ୟ ଏକ କାହାଣୀ - ଟୁକୁନା ସାହୁ


ସୁଚିତ୍ରା ସେଇ ଦିନ ମୋତେ କଲ କରି ବହୁତ ଅନୁରୋଧ କରି କହିଲା ତା ସହ ମିଶିବା ପାଇଁ । ମୁଁ କିନ୍ତୁ ସଫା ସଫା ମନ କରି ଦେଇଥିଲି । ମୁଁ ଜାଣିନଥିଲି ସେ ସତରେ ମୋତେ ହୃଦୟ ଦେଇ ଭଲ ପାଉଛି ବୋଲି । ସବୁ ସମୟରେ ସେ ମୋଠାରୁ  ପ୍ରେମ ବିଷୟରେ ମତା ମତ ନେଉଥିଲା । ମୁଁ ଜଣେ ଗରିବ ଘରର ପୁଅ ଆଉ ବହୁତ କଷ୍ଟ କରି ପାଠ ପଢୁଛି । ମୋ ନିଜ ପାଇଁ ମୁଁ ନିଜେ ବୋଝ । ସୁଚିତ୍ରା ଜଣେ ଡାକ୍ତରଙ୍କ ଝିଅ ଆଉ ଉଚ୍ଚ କୂଳରେ ଜନ୍ମ । ମୁଁ ଗରିବ ଜଣେ ଗରିବ କୃଷକର ପୁଅ । ଯାହାର ଜମି କହିଲେ ମାଣେ  ବି ହେବନି । ଆମେ ପାଞ୍ଚ ଜଣ ଚଳିବା ପାଇଁ ଖୁବ୍ ଅସୁବିଧା  ହୁଏ । ତଥାପି ମୋ ବାପା ବହୁତ ପରିଶ୍ରମ କରି ମୋତେ ଅଧିକ ପାଠ ପଢ଼ାଇବା ପାଇଁ କଲେଜ ପଠାଇଛନ୍ତି । ମୋ ମାଆ ଆଖିରେ ଆଖିଏ ସ୍ବପ୍ନ ମୋ ପୁଅ ଜଣେ ସ୍କୁଲ ଶିକ୍ଷକ ହେଉ ବୋଲି । ମୁଁ ବି ମାଆ ର ସ୍ବପ୍ନ ଆଉ ବାପାଙ୍କ ଅକ୍ଲାନ୍ତ ପରିଶ୍ରମକୁ ଆଖି ଆଗରେ ରଖି ନିଜ ପଢ଼ାରେ ମନ ଦିଏ ।  ସୁଚିତ୍ରା  ସେ ବହୁତ ସୁନ୍ଦର ଆଉ ମଣିଷ ମନକୁ ବୁଝି ପାରିବା ପରି ଝିଅ ଟିଏ । ସେ ସବୁ ସମୟରେ ଖୁସିରେ ବୁଲେ । ମୋ ସହ ପଢେ ଆଉ ବହୁତ ଭଲ ଛାତ୍ରୀ ପୁଣି ସଂସ୍କାର ବି ଜାଣେ  ।

ସବୁ ସମୟରେ ଭଲରେ ପାଠ ପଢିବା ପାଇଁ ମୋତେ ସାହାଯ୍ୟ କରେ ସମ୍ପୂର୍ଣ୍ଣ ନିଃସ୍ଵାର୍ଥର ଭାବରେ । ବେଳେ ବେଳେ ସେ ମୋ ପାଇଁ ଖାଇବା ପାଇଁ ତା ହାତ ତିଆରି ଜଳଖିଆ ବି ନେଇ ଆସେ । ମୋ ଘର କଥା ଜାଣିବା ପରେ ସେ ମୋ ପକେଟରେ ମୋ ଅଜାଣତରେ କେତେ ଥର ଟଙ୍କା ବି ରଖିଥିଲା ତାହା ମୋ ପାଇଁ ଅଜଣା । ଖୁବ୍ ବେଶୀରେ ମୁଁ ତା ସହ ଦୁଇ ପଦ କଥା ହୋଇ ଗଲେ ସେ ଏତେ ଖୁସି ହୋଇ ଯାଉଥିଲା ଯେ ସତେ  ଯେପରି ତାକୁ ସରଗର ଚାନ୍ଦ ମିଳି ଯାଇଚି । ପ୍ରତିଦିନ ସେ ମୋତେ ଅତି କମ ରେ ୧୫ ରୁ ୨୦ ଟି ମେସେଜ ନ ପଠାଇଲେ ତ ଭାତ ଜୀର୍ଣ୍ଣ ହୋଇ ନଥାଏ ବୋଲି ସେ ନିଜେ ମୋତେ କଲେଜ ରେ କହେ । ମୁଁ କିନ୍ତୁ ମୋ ନିଜର ଭବିଷ୍ୟତ ଗଢ଼ିବା ପାଇଁ ପାଗଳ ପରି ପାଠ ପଢ଼ାରେ ଧ୍ୟାନ ଦେଇ ଥାଏ । ସେ କିନ୍ତୁ ମୋତେ ତା ମନର ମଣିଷ ଭାବରେ ଗ୍ରହଣ କରି ସାରିଥିଲା ।  ମୋ ଅଜାଣତରେ ସେ ମୋ ଘରେ ମୋ ଭାଇ ବୋଉ ଆଉ ଭାଉଜଙ୍କୁ ମନ କଥା ଖୋଲି କହିସାରିଥିଲା । ଆଉ ଆମ ଘର ଲୋକ ତାକୁ ବହୁତ ବୁଝା ସୁଝା କରିବା ପରେ ସେ ସମସ୍ତଙ୍କୁ ବୁଝି ପାରିବା ସହ ନିଜ ଘରେ ଯାଇ ତା ମନ କଥା ତା ବାପା ମାଆଙ୍କୁ କହିଲା । ମାତ୍ର ତା ବାପା ମା ତା କଥା କୁ ସହଜରେ ଗ୍ରହଣ କରି ପାରି ନଥିଲେ । ତାକୁ ତା ବାପା ବହୁତ ବୁଝାଇ ପାଇଁ ଚେଷ୍ଟା କଲେ ମାତ୍ର ସେ ନିଜ ଜିଦିରେ ଅଟଳ ରହିଲା । ପରି ଶେଷ ରେ ସେ ଆମ ଦୁଇ ପରିବାରର ମଙ୍ଗଳ ପାଇଁ ବହୁତ ଚିନ୍ତା କରି । ପରିଶେଷରେ ମୋତେ ଶେଷ ଥର ପାଇଁ କଲ କରି ମିଶିବ ପାଇଁ ଅନୁରୋଧ କରିଥିଲା । ମାତ୍ର ମୁଁ ତାକୁ ବହୁତ ଗାଳି ଦେଇ ନିଜ ପରିବାର ଆଉ ମୋ ପରିବାର କଥା କହିଥିଲି ।  ଶେଷରେ ସେ ନିଜ କୁ ସବୁ ଦିନ ପାଇଁ ଶେଷ କରିବା କୁ ନିଷ୍ପତି ନେଇ ସାରିଥିଲା । ଆଉ ଶେଷ ଚିଠି ମଧ୍ୟ ଲେଖି ସାରିଥିଲା ।  ସେ ନିଜ ଚୁନି ସାହାଯ୍ୟରେ ନିଜ କୁ ହଜାଇ ଦେଲ ମୃତ୍ୟୁ ର କୋଳରେ । ସକାଳୁ ଯେତେବେଳେ ମୁଁ ମୋବାଇଲ ମେସେଜ ପଢିଲି ଭାବିଲି, ମୋତେ ସେ ଡର ଦେଖାଉଛୁ ମୋ ପ୍ରେମ ପାଇବା ପାଇଁ । କିନ୍ତୁ ସକାଳୁ ସକାଳୁ ତା ଭାଇ ଶୁଭମ୍ ଆମ ଘର ଆଗରେ ଗୋଟିଏ ଗାଡ଼ି ଧରି ଅପେକ୍ଷା କରିଥିବା ଦେଖି ମୁଁ ଭାବିଲି ମୋତେ ବୋଧେ ତା ଭାଇ କିଛି କହିବ ଗାଳି ଦବ । ମାତ୍ର ମୁଁ ତ ପାଖରେ ପହଞ୍ଚିବା ପରେ ସେ ମୋତେ ଗାଡ଼ି ରେ ବସିବା ପାଇଁ ମୋ ପାଦ ଧରି ନେହୁରା ହେଲା । ମୁଁ କିଛି ବୁଝି ପାରୁ ନଥାଏ । କଣ ହେଇଛି । ଯେତେ ବେଳେ ଆମେ ତାଙ୍କ ଘର ପାଖରେ ପହଞ୍ଚିଲୁ । ଅନେକ ଲୋକ ସେଠାରେ ଏକାଠି ହୋଇ ଥିବା ଦେଖି ମୁଁ ଟିକିଏ ବିଚଳିତ ହେଲି । ସମସ୍ତେ ମୋ ମୁହଁ କୁ ଦେଖି କାନ୍ଦିବ ଆରମ୍ଭ କରିଦେଲେ । ଆଉ କହିବା କୁ ଲାଗିଲେ ତମେ ଏବେ ଆସୁଛ । ସବୁ କିଛି ସରିଯିବା ପରେ । ସେ ଆଉ କଣ ଅଛି ସିଏ ଆମ ସମସ୍ତଙ୍କ ମଙ୍ଗଳ ପାଇଁ ନିଜ କୁ ଶେଷ କରି ଦେଇଛି । ତାର ଶେଷ ଇଚ୍ଛା ଥିଲା ତମ ହାତରୁ ସିନ୍ଦୂର ପିନ୍ଧିବା ଆଉ ମଶାଣିକୁ ଯିବ । ଦୟା କରି ତା ମଥାରେ ସିନ୍ଦୂର ପିନ୍ଧାଇ ଦିଅ ଦେହରେ ହଳଦୀ ପିନ୍ଧାଇ ଦିଅ । ତା ପାଟିରେ ମୁନ୍ଦେ ନିର୍ମାଲ୍ୟ ଦେଇ ତାକୁ ବିଦା କର । ନହେଲେ ତା ଆତ୍ମାକୁ ଶାନ୍ତି ମିଳିବନି ।

ଶେଷ ରେ ମୋ ଆଖିରେ ଲୁହ ବର୍ଷା ଆରମ୍ଭ ହୋଇ ଗଲା । ମୁଁ ନିଜକୁ ରୋକି ପାରିଲିନି । ଶେଷରେ ମୁଁ ତାକୁ ସଜାଇ ଦେଲି ଜଣେ ସଧବା ବେଶରେ । ଆଉ ପରି ଶେଷରେ ମଶାଣି ରେ ତା ମୁହଁରେ ନିଆଁ ଦେଲି । ଜଣେ ମହାନ ମହିଳା ଭାବରେ ମୁଁ ତାକୁ ସାଷ୍ଟଙ୍ଗ ପ୍ରଣିପାତ କରିଥିଲେ ।  ଜଣେ ଜଣେ ମଣିଷ କୁ ଏତେ ଭଲ ପାଏ ଏବଂ ତା ମଙ୍ଗଳ ପାଇଁ ନିଜ ଜୀବନ କୁ ଆହୂତି ଦେଇପାରେ ତାହା ମୁଁ କେବଳ ଫିଲ୍ମ୍ ଦୁନିଆଁ ରେ ଦେଖିଥିଲି । ମାତ୍ର ଆଜି ସୁଚିତ୍ରା ମୋ ପାଇଁ ଜୀବନ ଦେଇ ନିଜ କୁ ଶ୍ରେଷ୍ଠ ବୋଲି ପ୍ରମାଣିତ କରିଦେଲା । ଆଉ ମୁଁ ହରାଇ ଦେଲି ଜଣେ  ପବିତ୍ର ନାରୀ କୁ । ଆଉ ମୁଁ ତା ଭଲ ପାଇବା ଆଗରେ ନିଜ କୁ ଜଣେ ପାପି  ବୋଲି ଭାବି ନେଲି । ସେ ମୋତେ ଏତେ ପରିମାଣରେ ଭଲ ପାଉଥିଲା ଯେ ଶେଷରେ ମୋ ପରିବାର ଖୁସି ପାଇଁ ଆଉ ନିଜ ପରିବାର ମଙ୍ଗଳ ପାଇଁ ମୃତ୍ୟୁ କୁ ନିଜର କରିବା କୁ ମଧ୍ୟ କୁଣ୍ଠା ବୋଧ କଲାନି । ଧନ୍ୟ ସେଇ ପୁଣ୍ୟ ଆତ୍ମା ଧନ୍ୟ ତା ଭଲପାଇବା ଆଉ ଧନ୍ୟ ତା ତ୍ୟାଗ ମୋ ପରିବାର ପାଇଁ ।

ଟୁକୁନା ସାହୁ, ସାନ୍ତରା ପଲ୍ଲୀ, ଗଞ୍ଜାମ

Post a Comment