Information

ରାମନାମ ତୁଣ୍ଡେ ଘୋଷ - ମାନସ ରଞ୍ଜନ ପଟ୍ଟନାୟକ


ଆସଲୋ ମାଉସୀ ଆସଲୋ ବଉଳ ଆସ ଆସ ସର୍ବେ ଆସ।
ଅହ୍ୟରାଣୀ ଆମ ଶୋଇଯାଇଅଛି ତା ପାଖେ ଘଡିଏ ବସ।।

ଅଳତା ସିନ୍ଦୁର ଆଣଲୋ ଭଉଣୀ ସଜାଇ ଦେବାଟି ଆମେ
ଶେଷଥର ପାଇଁ ଚାହିଁ ଦିଅ ଥରେ ଯିବ ସେ ଅଜଣା ଧାମେ
ଖୁସିରେ ଶୋଇଛି ଅଭିମାନୀ ରାଣୀ ମୁହଁରେ ମୁରୁକା ହସ।
ଆସଲୋ ମାଉସୀ ଆସଲୋ ବଉଳ ଆସ ଆସ ସର୍ବେ ଆସ।।
ଅହ୍ୟରାଣୀ ଆମ,,,,,,,,,,

ନୂଆ ବସନଟି ବେଗେ ଆଣ ଯାଇ ତେଲ ହଳଦି ବି ଆଣ
ସିନ୍ଥିରେ ସିନ୍ଦୁର ନାଲି ଶଂଖା ପିନ୍ଧି ଯିବ  ଗାଆଁ ଶମଶାନ
ଅହ୍ୟଡେଙ୍ଗୁରାଟି ବାଜିଲାଣି ସେଠି କୋକେଇ ହେଲାଣି ରୋଷ।
ଆସଲୋ ମାଉସୀ ଆସଲୋ ବଉଳ ଆସ ଆସ ସର୍ବେ ଆସ।।
ଅହ୍ୟରାଣୀ ଆମ,,,,,,,,,

ବନ୍ଧୁସହୋଦର ନେଇଯିବେ ତାକୁ ଯିବ ସେ ଅଫେରାପୁର
ସଜେଇ ଦିଅଲୋ ମିଳିମିଶି ଏଠି ଅହ୍ୟରାଣୀକୁ ଆମର
ଆଉ କି କାନ୍ଦିଲେ ଫେରିବ କି ସିଏ ରାମ ନାମ ତୁଣ୍ଡେ ଘୋଷ
ଆସଲୋ ମାଉସୀ ଆସଲୋ ବଉଳ ଆସ ଆସ ସର୍ବେ ଆସ।
ଅହ୍ୟରାଣୀ ଆମ,,,,

ମାନସ ରଞ୍ଜନ ପଟ୍ଟନାୟକ
ସାକ୍ଷିଗୋପାଳ, ପୁରୀ, ମୋ-୯୦୪୦୭୫୧୪୯୦

Post a Comment

0 Comments