OUR READERS STATUS AROUND THE GLOBE : INDIA-362119 CANADA-354 CHINA-881 FRANCE-1727 GERMANY- 2083 QATAR - 61 SINGAPORE - 1114 UNITED STATES - 14819 UNITED KINGDOM - 553 UNITED ARAB EMIRATES - 926 UKRAINE-47 UNKNOWN REGIONS-5627

ନାରୀ ହୋଇଯିବେ ଲୁପ୍ତ - କେ.ନିର୍ମଳ

ନାରୀ ହୋଇଯିବେ ଲୁପ୍ତ - କେ.ନିର୍ମଳ

ସ୍ୱାଧୀନ ଦେଶରେ ପରାଧୀନ ଆମେ
ଜୀବନର ସଙ୍ଗ୍ରାମରେ,
ଦୁରାଚାରି ଏଠି ପ୍ରବଳୁ ପ୍ରବଳ
ରାକ୍ଷସର ରୁପ ଧରେ ।

ଖିନ୍ ଭିନ୍ କରି ରକତ ଶୋଷନ୍ତି
ମେଣ୍ଟାଇ ଆଦିମ ଶୋଷ,
ତଥାପି ମେଣ୍ଟିନି ରାକ୍ଷସୀ ପିପାସା
ରହିଛି ତା ଅବଶୋଷ ।


ନାରୀ ଜନ୍ମ ସତେ ପାପ ତ ଏଇଠି
ମରତ ନରକ ଆଜି ।
କେଉଁ ଅପରାଧେ ଦଣ୍ଡ ଦିଏ ପ୍ରଭୁ
ମଣିଷ ରାକ୍ଷସ ସାଜି ।

ସଂସାରଟା ଆଜି ଲାଗୁଛି ଯେମିତି
ନାରୀଜାତି ହେବ ଲୋପ ,
ଭଗିନୀ ଜନନୀ ଜାୟା ନ ରହିଲେ
ସଂସାର ହେବ ବିଲୋପ ।
------------------------

ଭଦ୍ରକ, ବାସୁଦେବପୁର(ଜଗନ୍ନାଥି)
ମୋବାଇଲ:-୯୫୬୬୧୧୩୬୦୭
Gmail :- nirmaln270@gmail.com

0 Comments