Information

ବିରହ ନିଆଁ - ସଦାନନ୍ଦ ସାହୁ

ଭଲପାଏ ବୋଲି ଭୁଲି ମୁଁ ପାରୁନି
ହୃଦୟରେ ଅଛ ପ୍ରିୟା ,
ପ୍ରେମରେ କଳଙ୍କ  ଲଗାଇଲ ସତ
ଜଳୁଚି ବିରହ ନିଆଁ ! !

ମାୟାବିନୀ ବୋଲି ଜାଣିମୁଁ ନଥିଲି
କାହିଁକି କଲ କିମିଆଁ ,
ବିରହ ନିଆଁରେ  ଆତ୍ମାମୋର ଜଳେ
 
ହସୁଚି ସାରା ଦୁନିଆଁ ! !
 
ମୁଁ' ପ୍ରେମୀ ସରଳ ହୃଦୟ କୋମଳ
 
ପଢିନି ମୁଁ' ପ୍ରେମ ପାଠ ,
ତୁମପ୍ରେମଅଙ୍କ ମୋତେଲାଗେ କଷ୍ଟ
 
ମୁଁ'ଯେ ନୁହେଁ ପ୍ରେମ ଶଠ (ଠକ)

ତ୍ରୀକୋଣୀୟ ପ୍ରେମ ବିଭୀଷିକା ମୟ
ନୁହେଁ ଜମା ଶୁଭଙ୍କର ,
ହେ'ପ୍ରିୟାମନୀଷା  ହୃଦୟ ସଂଗୀତା
ବେସୁରା କରନି ସ୍ଵର  ! !

ମୋ'ଭଲ ପାଇବାରେ ନାହିଁ ଆବିଳତା
ବୁଝି ବାକୁ ଚେଷ୍ଟା କର ,
ଅଦିନ କୁହୁଡି  ତିଷ୍ଠି ପାରିବନି
ପ୍ରେମ ମୋର ଜନ୍ମାନ୍ତର ! !

ରାହୁଲ ପ୍ରେମିକ  କାମନା  ପୁରୁଷ
ସଶରୀରେ ତା'ର ଲୋଭ ,
ଉପଭୋଗ ପରେ ଭୁଲିଯିବ ସତ 
ନିରୋଳାରେ ଥରେ  ଭାବ ! !

ମୁଁ' କୁଳମଣି ପ୍ରେମ ମଥାମଣି
ପ୍ରେମର ପ୍ରଥମ ତତ୍ତ୍ଵ ,
ଭୁଲିବା ଆଗରୁ କର ବିଶ୍ଳେଷଣ
 
ମୋ'ପ୍ରତି ଦେଇ ଗୁରୁତ୍ବ  ! !

ତୁମେ ମୋ'ମନର ସତେ ସହୋଦର
  
ଭୁଲିବା ନୁହେଁ ସମ୍ଭବ ,
ନୂଆ ସ୍ଵପ୍ନ ଦେଖି ଯାଅନାହିଁ ସାଥୀ
 
ଏତିକି ମୋ' ଅନୁରୋଧ ! !

ଅର୍ଥରୁ ଅନର୍ଥ  ଘଟିବ ନିଶ୍ଚୟ
 
ମୋ' କଥାକୁ ଟିକେ ହେଜ ,
ପଞ୍ଚତାରକାରେ  କଲେ ଉପଭୋଗ
 
ସ୍ଵର୍ଗୀୟ ହେବନି ପ୍ରେମ ! !

ଆତ୍ମା ମନଯା'  କାମନାରେ ପୂର୍ଣ୍ଣ
ତା' ହୃଦୟ ପାଷାଣ ତୁଲ୍ୟ ,
ସେ' କାହୁଁ ବୁଝିବ ମନର ବେଦନା
 
ଭଲ ପାଇବାର ମୂଲ୍ୟ  ! !

ହେ' ପ୍ରିୟା ମନୀଷା  ରଖିବ ସଦ୍ଦିଚ୍ଛା
 
ମୁଁ ତୁମ ହୃଦୟ ରଜା ,
ପ୍ରତାରଣା ଦୁଃଖ କରିଛି ବିମୁଖ
 
ଦିଅନାହିଁ ଆଉ ସଜା ! !

ଆସ ପ୍ରିୟା ଫେରି  ମୋ' ସୁନାପରୀ
ମୋ' ମନ ବାନ୍ଧବୀ ସଖି ,
କରିବି ଗ୍ରହଣ  କରିଛି ମୁଁ' ପଣ
ଏ ଦୁନିଆଁ ରହିବ ସାକ୍ଷୀ  ! !
-------------------

ଆଠଗଡ଼ , କଟକ 

Post a Comment