ଶିଶୁଗଳ୍ପ - ଫୁଲକୁ ଗଢିଛି ଦିଅଁ - ଦିପ୍ତୀଲେଖା ମିଶ୍ର

ଶିଶୁଗଳ୍ପ - ଫୁଲକୁ ଗଢିଛି ଦିଅଁ - ଦିପ୍ତୀଲେଖା ମିଶ୍ର


ରିଙ୍କୁ ଦିନେ ଖେଳିବା ପାଈଁ ପାର୍କ ଯିବାକୁ ମନ କଲା । ତାର ମାଆ କହିଲେ ଠିକ୍ ଅଛି ପୁଅ ଆଜି ଆମେ ଖୁବ୍ ଶୀଘ୍ର କାମ ସାରି ବୁଲାବୁଲି କରିବାକୁ ଯିବା । ପୁଅର ମନ ଭାରୀ ଖୁସି ଓ ପୁଅର କୌତୁକିଆ ହସ ଦେଖି ମାଆ ବି ଭାରୀ ଖୁସି ।

ମାଆ ପ୍ରଥମେ ଘର ଓଳେଈଦେଲେ, ରୋଷେଇ ସାରିଲେ, ତା ପରେ ରିଙ୍କୁକୁ ସଫାସୁତୁରା କରି ପାର୍କ ଆଡେ ଯିବାକୁ ଆଗଭର ହେଲେ । ହଠାତ୍ ରାସ୍ତାରେ ଫୁଲ ବେପାରୀ ବିଭିନ୍ନ ପ୍ରକାରର ଫୁଲ ଧରି ବିକ୍ରି କରୁଥିଲା । ଫୁଲ ଗୁଡିକୁ ଚାହିଁ ରହିଥାଏ ଏକ ଲୟରେ ରିଙ୍କୁ ।

ମାଆ ହାତକୁ ଟାଣି ଟାଣି ପାର୍କ ପର୍ଯ୍ୟନ୍ତ ନେଈଗଲେ । ରିଙ୍କୁ କହିଲା ମାଆ ମୋତେ ଗୋଟିଏ ପ୍ରଶ୍ନରଉତ୍ତର ଦେବକି ? ମାଆ କହିଲେ ଏଇଟା ଗୋଟିଏ କଥା, ମୋ ସୁନାପୁଅ କିଛି ଜାଣିବାକୁ ଆଗ୍ରହ କରିଛି ପୁଣି ମୁଁ ନକହି ରହିବି । ପଚାର ପୁଅ କଣ ତୁମ ପ୍ରଶ୍ନ ଉଙ୍କିମାରୁଛି ମନରେ ।

ପୁଅ କହିଲା ମାଆ ଦେଖ ଏ ପାର୍କରେ କେତେ ଫୁଲ ଫୁଟିଛି । ମୁଁ ସବୁ ଫୁଲର ସୁଗନ୍ଧ ବାରିପାରୁଛି । ବିଭିନ୍ନ ରଙ୍ଗ ବି ଦେଖିପାରୁଛି । ମୋ ପ୍ରଶ୍ନ ହେଲା ଏସବୁ  ସୄୄୄୄଷ୍ଟିକର୍ତ୍ତା କିଏ ? ସେ ଦେଖିବାକୁ କିପରି ? ସେ କେଉଁଠି ରହୁଛନ୍ତି ।

ମାଆ କହିଲେ ମନ ଦେଇ ଶୁଣେ ତୋର ସବୁ ପ୍ରଶ୍ନର ଉତ୍ତର ଗୋଟିଏ ଧାଡିରେ । ଏ ସୄୄୄଷ୍ଟିର ପ୍ରତ୍ୟେକଟି ବସ୍ତୁ, ପ୍ରତ୍ୟେକ ଜୀବଜନ୍ତୁ, ପ୍ରକୄୄତି ର ସବୁ ଆରମ୍ଭ କୁ ରଚନା କରିଛନ୍ତି, ଜନ୍ମ ଦେଈଛନ୍ତି ଆମ ସଭିଙ୍କ ଆପଣାର, ଜନ୍ମଦାତା ଜଗତର ନାଥ ଜଗନ୍ନାଥ ଦିଅଁ, ଯିଏ ସବୁଠି ରହନ୍ତି, ଭୂମିରୁ ଆକାଶ ଯାଏଁ ସବୁଠାରେ ସମସ୍ତଙ୍କ ପାଖରେ ।

ଦିପ୍ତୀଲେଖା ମିଶ୍ର, ବ୍ରହ୍ମପୁର

0 Comments