OUR READERS STATUS AROUND THE GLOBE : INDIA-362119 CANADA-354 CHINA-881 FRANCE-1727 GERMANY- 2083 QATAR - 61 SINGAPORE - 1114 UNITED STATES - 14819 UNITED KINGDOM - 553 UNITED ARAB EMIRATES - 926 UKRAINE-47 UNKNOWN REGIONS-5627

ପବିତ୍ର ବନ୍ଧନ - ସଦାନନ୍ଦ ସାହୁ

ପବିତ୍ର ବନ୍ଧନ - ସଦାନନ୍ଦ ସାହୁ


ଶୁଭ ପରିଣୟ ପବିତ୍ର ବନ୍ଧନ
ପ୍ରଥା ପରମ୍ପରା ରସେ ,
ଦୁଇ ହୃଦୟର ଅପୂର୍ବ ମିଳନ
ବେଦୀ ମୂଳେ ସ୍ଵପ୍ନ ଭାସେ ! !

ଭାବ ବନ୍ଧନର ପ୍ରେମ ରୂପରେଖ
ବିବାହ ସୁବର୍ଣ୍ଣ  ଛବି ,
ସମାଜେ ସ୍ଵୀକୃତି ପଡେ ହାତଗଣ୍ଠି
ଶୁଭ ଆଶିର୍ବାଦେ  ରବି ! !

ହେ' ପ୍ରିୟ ସିଦ୍ଧାର୍ଥ ହୃଦୟର ମିତ
ମୁଁ' ତୁମ ବରଷା ରାଣୀ ,
ଏଶୁଭ ଲଗନରେ ପ୍ରୀତି ପରଶରେ
କରିଦେଲ ଚିର ଋଣୀ  ! !

ଜନ୍ମାଜନ୍ମାନ୍ତର ତୁମେ ସାଥୀ ମୋର
ଅଭୁଲା ଏ ସ୍ମୃ୍ତି ପ୍ରୀତି ,
ସୁହାଗ ସିନ୍ଦୁର ତୁମ ସମର୍ପଣ
ଭରିଛି ମୋ' ଖାଲି ସିନ୍ଥୀ ! !

ନୂଆ ପରିଚୟ ସୌଭାଗ୍ୟ ବିଜୟ
ଦୁହିତାରୁ  କୁଳବଧୂ ,
ଜୀବନ ମୋହର ହୋଇଛି ସାର୍ଥକ
ପାଇଛି ମୁଁ' ପ୍ରାଣ ସିନ୍ଧୁ ! !

ଶୁଭ ସାହାନାଇ ବାଜୁଛିତ ଆଜି
ଦଶ ଦିଗପାଳ ସାକ୍ଷୀ ,
ହୋମ ବେଦୀଅଗ୍ନି କଲ୍ୟାଣ ଦରଦୀ
ଆମେ ଦୁହେଁ ପ୍ରେମ ପକ୍ଷୀ ! !

ଜୀବନ ସଙ୍ଗାତ ହେ'ପତି ସିଦ୍ଧାର୍ଥ
ତୁମେ ମୋ ହୃଦୟ ରାଜା ,
ଦଶଦୋଷ ମୋର କରିବ ବିଲୀନ
ମୁଁ 'ତୁମ ସୁନା ଭାର୍ଯ୍ୟା ! !

ଆମେ ପତିପତ୍ନୀ ହେବୁ ମହା ସୁଖୀ
ଦିଅ ପ୍ରଭୁ ଆଶିର୍ବାଦ  ,
ଏଶୁଭ ବିବାହ  ତୁମରି ସ୍ଵୀକୃତ 
ଜଗତ ଗୋସାଇଁ ନାଥ ! !

ସଦାନନ୍ଦ ସାହୁ , କାରା କର୍ମଚାରୀ
କେନ୍ଦ୍ରୀୟ କାରାଗାର, କଟକ, ଚୌଦ୍ଵାର

0 Comments