Information

ମୋ ପ୍ରିୟା - ପୂର୍ଣ୍ଣଚନ୍ଦ୍ର ଭୂୟାଁ


ସବୁଠୁ ନିଆରା  ଓଠର ପାଖୁଡ଼ା,
ଭିନ୍ନ ରଙ୍ଗଭରା, ପ୍ରାଣ ମନହରା,
ଦିବ୍ୟ ସୁଶୋଭିତ ମଧୁମୟ ସ୍ମିତ
ପଡେନି ପଲକ ଦେଖୁଥିଲେ ମିତ ।

ବାଟକୁ ହୁଡ଼ିବ ଭ୍ରମରେ ଭଅଁର
ତୋ ସୁନ୍ଦର ଅଧ ରସଭରା ସର,
ଝାଉଁଳି ଗୋଲାପ ମୁହଁ ଲୁଚାଇବ,
ଭିନ୍ନ ତୋର ଅଧ ଭିନ୍ନ ଏକ ରଙ୍ଗ ।

ସରଗର ତାରା ପରୀ ଅପସରା
ତୋ ଅଧରେ ଭରା ସୁନ୍ଦର ପସରା
ତୋ ଅଧର ରେଖା ଚାରୁ ସୁସଜ୍ଜିତା
ଫିକା ପଡିଯିବ ଇନ୍ଦ୍ରଧନୁ ରଙ୍ଗ  ॥

ପୂର୍ଣ୍ଣଚନ୍ଦ୍ର ଭୂୟାଁ
ପଦାର୍ଥ ବିଜ୍ଞାନ ଶିକ୍ଷକ 
ବ୍ରହ୍ମପୁର, ଗଞ୍ଜାମ 

Post a Comment