ଅନୁଭୂତି କଥା - ମନେପଡେ ମୋ ପିଲା ଦିନ - ଟୁକୁନା ସାହୁ

ଅନୁଭୂତି କଥା - ମନେପଡେ ମୋ ପିଲା ଦିନ - ଟୁକୁନା ସାହୁ


ହରିଆ ସେଦିନ ଶୀତ ରାତିରେ ଆମ ଗହଣରେ ଥିଲା । ମନରେ କେତେ ସୁନ୍ଦର ଭାବନା ଆଉ ଉଚ୍ଚ ଚିନ୍ତା ଧାରା ନେଇ ପାଠ ପଢ଼ୁଥିଲା । ଆଜି ବି ମନେପଡେ ଯେତେବେଳେ ଆମେ ସମସ୍ତେ ମଶାଣି ଭୂଇଁ ଉପରେ ବସି ଶୁଖିଲା ମୁଢ଼ି ମୁଠାଏ ଖାଇ ଖୁବ୍ ଖୁସିରେ ବୁଲୁଥିଲୁ । ହାତରେ ପୁରୁଣା ଟାୟାର ଧରି ଗାଁ ମୁଣ୍ଡରେ ଖରା ସମୟରେ ଜୋର୍ ରେ ଧାଇଁ ଧାଇଁ ଯାଇ ହରିଆ ପାଖରେ ବିଜୟ ଆଉ ପରାଜୟର କାହାଣୀ ଶୁଣୁଥିଲୁ । ଖଟା ବରକୋଳି ଆଉ ବାସି ପଖାଳ ଖାଇ ଖୁବ ସାରା ନାଟ କୀର୍ତ୍ତନ କରୁଥିଲୁ । ଲଲାଟ ଭାଇ ଆମ ମାନଙ୍କୁ ଖୁବ ଜୋରରେ ଡାକି ଦେଲେ ଆମେ ସମସ୍ତେ ଭୟରେ ବରଡା  ପତ୍ର ପରି ଥରି ଥରି କାନ୍ଦୁଥିଲୁ । ଆଜି ନାହିଁ ସେ ପିଲାଦିନ.. ନାହିଁ କାହା  ମନରେ ଅନ୍ୟପ୍ରତି ଭକ୍ତି ଭାବନା କି ଆତ୍ମୀୟତା । ନାହିଁ ସେଇ  ହରିଆ ସାହୁ । ନାହିଁ ଆଉ ସେଇ ମିଳାମିଶା । ସମସ୍ତେ ନିଜ ନିଜର କର୍ମରେ ବ୍ୟସ୍ତ । ସମସ୍ତେ ପୁଞ୍ଜିପତି ହେବାପାଇଁ ପାଗଳ । କାହା ମନରେ ବି ଦୟା ମାୟା କିଛି ନାହିଁ । ନାହିଁ ସେଇ ଭାଇଚାରା ଭାବ ଆଉ ନାହିଁ ସେ ଗୋଧୂଳି ଲଗନ.. ନାହିଁ ସେଇ ଶଙ୍ଖର ସୁମଧୁର ସ୍ୱନ ଆଉ ଶୁଣିବାକୁ ମିଳୁ ନାହିଁ  । ସଭ୍ୟତା ଆଜି ଟଙ୍କା ପାଖରେ ବନ୍ଧା ପଡ଼ିଛି ମୁଁ ଖୋଜୁଛି ସେଇ ଅତୀତକୁ... ଆଉ ଝୁରୁଛି ସେଇ ଶୀତ ଭିଜା ସକାଳକୁ... । ମିଳିବନି ଆଉ ମୁଁ ଜାଣିଚି ସେ ହଜିଲା ଅତୀତ ଆଉ ମୋ ପିଲା ଦିନ ।

ଟୁକୁନା ସାହୁ 
ସାନ୍ତରା ପଲ୍ଲୀ, ଗଞ୍ଜାମ

0 Comments