Information

ମହାଲକ୍ଷ୍ମୀ ନମସ୍ତୁତେ - ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର


ମା ଦେବୀ ଜଗତ ଜନନୀ
ବୈକୁଣ୍ଠ ବାସିନୀ ବିଷ୍ଣୁ ପାଟରାଣୀ
ଯୋଗାରୁଢା ପଦ୍ମାସିନୀ    ।।

ତୁ ମାତ ଚଞ୍ଚଳା କ୍ଷୀର ସିନ୍ଧୁ ବାଳା
ତୋ ବିହୁନେ ମାତ ଅସ୍ଥିର ଅଚଳା
ତୁଉ ସଉଭାଗ୍ୟ ପ୍ରଦାୟିନୀ  , ମା, ଦେବୀ….।।

ପଦ୍ମାଳୟା ପଦ୍ମା ପଦ୍ମହସ୍ତା ରମା
ସର୍ବ ସୁର ପୁଜ୍ୟା ଦେବୀ ସତ୍ୟଭାମା
ମାଆ ଘେନ ଅଧିନ ଦୟିନୀ , ମା,ଦେବୀ…..।।

ସିଦ୍ଧି,ବୂଦ୍ଧି ଦାତ୍ରୀ କରୁଅଛି ସ୍ତୁତି
ବଇକୁଣ୍ଠେ ଲକ୍ଷ୍ମୀ ତୁ ଯେ ସରସ୍ଵତୀ
ତୁଉ ପରଂବ୍ରହ୍ମ ସ୍ଵରୂପିଣୀ , ମା,ଦେବୀ…..।।

ଶଂଖ, ଚକ୍ର,ଗଦା ଶ୍ରୀହସ୍ତ ରେ ଶୋଭା
ଦେବୀ ମହାଲକ୍ଷ୍ମୀ ତୁ ଯେ ପଡିଦାତା
ମାତ ଭୁକ୍ତି,ମୁକ୍ତି ପ୍ରଦାୟିନୀ , ମା,ଦେବୀ…..।।

ତ୍ରୈଲୋକ୍ୟ ପୁଜିତା ସଦା ସୁଖ ପ୍ରଦା
ତୋର ପଦ୍ମପାଦେ ପ୍ରଫୁଲ୍ଲ ର ମଥା
ତୋରେ ବନ୍ଦଇ ମା ଗୋସାମଣୀ , ମା,ଦେବୀ….।।

କବିଶ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର, ମଙ୍ଗଳାଯୋଡି, ଖୋର୍ଦ୍ଧା

Post a Comment