ହେ ବିଶ୍ୱ ଏଡସ୍ ଦିବସ - ନାରାୟଣ ଚନ୍ଦ୍ର ସେନାପତି

ହେ ବିଶ୍ୱ ଏଡସ୍ ଦିବସ - ନାରାୟଣ ଚନ୍ଦ୍ର ସେନାପତି


ହେ ବିସ୍ମୟକାରୀ ଏଡସ୍ ଦିବସ...
ସନ୍ତର୍ପଣେ ଆସ ଯେବେ ବୈଚିତ୍ର୍ୟ ଧରାକୁ
କରିବାକୁ ସତତଃ ସତର୍କ
ବିଚରା ମଣିଷଟା ଦିଏ ଆଶୀର୍ବଚନ ତୁମକୁ
ପ୍ରାପ୍ତ ହୋଇ ବଞ୍ଚିବାର କୂଶଳୀ କୌଶଳ
ଅବିଳମ୍ବେ ରଚିବାକୁ ସୁସ୍ଥ ଇତିହାସ॥
ଏଇ ମୃଦ୍ୟୁମରା ଶିଥିଳ ରୋଗଟା
ଏଚ୍ ଆଇ ଭି ଭୂତାଣୁକୁ ଯେବେ କରେ ଆବାହନ
ସେ ଚତୁରେ କରେ ପର୍ଯ୍ୟବେକ୍ଷଣ ଅସଂଜମୀ ଅସ୍ୱଚ୍ଛ ମାନବକୁ
ଯେ ହେୟଜ୍ଞାନେ ନିର୍ଦ୍ୱନ୍ଦ୍ୱରେ କରେ ସ୍ୱସମର୍ପଣ
ଗୁପ୍ତେ ପଶେ ଭିତରକୁ
ଅଚଳ ଶିଥିଳ କରେ ରୋଗ ପ୍ରତିରୋଧକ ଶକ୍ତି
ରହିଯାଏ ଆଠ ଦଶବର୍ଷ ଅନ୍ତରଙ୍ଗ ଜ୍ୱାଇଁକୁଣିଆ ପ୍ରାୟ
ଖିନ୍ ଭିନ୍ କରେ ତନ୍ତ୍ରୀକୁ
ସତେ ଅବା ମନ୍ଦବୁଦ୍ଧି ଆତଙ୍କ ବଣିକ
ସାଜେ ବିଶ୍ୱାସଘାତକ ପରିପନ୍ଥୀ
ଭୟନକ କ୍ଷତାକ୍ତ ଏଡସ୍...॥
ଅଜ୍ଞ ଅନ୍ଧ କାମୁକଟା ଯେବେ ସାଜେ ମାୟା ବ୍ୟଭିଚାରୀ
ରଚି ଅସୁରକ୍ଷିତ ଯୌନ ସମ୍ପର୍କ ଉପନ୍ୟାସ
ପୁନଃ ସଂକ୍ରମିତ ଏଚ୍. ଆଇ. ଭି. ରକ୍ତ କରେ ଅବିଳମ୍ବେ ଦାନ
ଅଶୋଧିତ ଛୁଞ୍ଚିର କରି ପ୍ରେମ ବ୍ୟବହାର
ଜନ୍ମାଏ ସଂକ୍ର..ମାତା ପିତାଙ୍କଠୁ ଅମୂଲ୍ୟ ରତନ
ଆଗନ୍ତ ପଥିକ ସାଜେ ମୂମୂର୍ଷୁ ସମ୍ରାଟ
ଭବେ ସ୍ୱଳ୍ପ ବିଳାସୀ ତ ବନବାସୀ ସିଂହାସନ
ଶୁଷ୍କ ହୁଏ ପଲ୍ଲବିତ
ମାରିଦିଏ ଅମୂଲ୍ୟ ଜୀବନ॥
ତିନିଦିନ ଅବା ଚାରି ଘନ ଜ୍ୱର କରେ ଯେବେ ପ୍ରୀତି
କାମେ ବା ବ୍ୟାୟାମେ କ୍ଳାନ୍ତ ପ୍ରାୟ କଚ୍ଛପର ଗତି
ଆଣ୍ଠୁ ଗଣ୍ଠି ଯନ୍ତ୍ରଣାରେ କାନ୍ଦେ
ତୃଷ୍ଣା ଗଳାଘାତେ ବୁହେ ଯନ୍ତ୍ରଣା ଲୋତକ
ଶରୀରଟା ହାଲକା ହୋଇଯାଏ
ଚର୍ମପିନ୍ଧେ ବହୁବର୍ଣ୍ଣା ବସ୍ତ୍ର
ଚର୍ମ ଆକୁଳେ ପାଏ ଘନ ଘନ ନଖର ସ୍ପର୍ଶ
ଶରଧାରେ ପିନ୍ଧେ ରକ୍ତବର୍ଣ୍ଣୀ ଗାର
ଠକ୍ ଠକ୍ କରେ ବିପଦର ଦ୍ୱାର
କହେ ଆସିଗଲି ମୁଁ ଏଡସ୍
ଜାଣିପାରୁନ ମୋ ବିଚିତ୍ର ଲକ୍ଷଣ !!!
ହେ ପ୍ରିୟ ସୃଷ୍ଟି ଦୁର୍ଲଭ ମାନବ
ଇଚ୍ଛା ଯଦି ରଖିବାକୁ ପ୍ରାଣ
ବଢାଅ ସଂଯମୀର ହାତ
ସ୍ୱଚ୍ଛ ନିର୍ମଳ କର ତୁମ ମନ ଆତ୍ମା ପ୍ରାଣ
ତେଜିଦିଅ ବହୁ ଯୌନ ସଙ୍ଗମ ଅଭୀପ୍ସା
ଜ୍ଞାନ ଗଙ୍ଗେ ଶୁଦ୍ଧ ପୂତ କର ଦିବ୍ୟ ହୃଦ
ଜ୍ଞାନ ଚକ୍ଷୁ କର ଦୀପ୍ତ
ପରଖ ସଂକ୍ରମିତ..ଦୂଷିତ ରକ୍ତ..ଛୁଞ୍ଚି ଅଶୋଧିତ
ସଂକ୍ରମିତ ପିତା ମାତା କର ହେ ଚିହ୍ନଟ
ନ ରୋପ ହେ ସଂକ୍ରମିତ ଶିଶୁଚାରାଗଣ
ଗାଇ ଗାଇ ଶୃଙ୍ଖଳା ସଙ୍ଗୀତ
ସଂସ୍କାରମୟ ଜୀବନ କର ପଲ୍ଲବିତ
ଘଉଡାଇ ଏ ମର୍ମନ୍ତୁଦ ମହାମାରୀ
ସାନନ୍ଦେ ଗାନ କର ଆନନ୍ଦର ଗୀତ॥

ନାରାୟଣ ଚନ୍ଦ୍ର ସେନାପତି, ଜମ୍ଭରା, କେନ୍ଦୁଝର

1 Comments

  1. Thanks for sharing, nice post! Post really provice useful information!

    Giaonhan247 chuyên dịch vụ mua hàng mỹ từ dịch vụ order hàng mỹ hay nhận mua nước hoa pháp từ website nổi tiếng hàng đầu nước Mỹ mua hàng ebay ship về VN uy tín, giá rẻ.

    ReplyDelete

ବଣମଲ୍ଲୀର ମହକ ତାହାର ପାଠକ ପାଠିକା ମାନଙ୍କ ନିକଟରୁ ସର୍ବଦା ଗଠନମୂଳକ ମତାମତ ଆଶା କରିଥାଏ । ଯାହାକି ଜଣେ ସ୍ରଷ୍ଟାଙ୍କୁ ଉଚିତ ମାର୍ଗ ପ୍ରଦର୍ଶନ କରିବାରେ ସକ୍ଷମ ହୁଏ । ଯଦି ଆପଣ ଉପରୋକ୍ତ ବିଷୟଟି ଉପରେ ନିଜର ମତାମତ ପ୍ରଦାନ କରିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କ ଗୁଗୁଲି ଆକାଉଣ୍ଟ ମାଧ୍ୟମରେ ନିଜର ମତାମତ ପ୍ରଦାନ କରନ୍ତୁ ।