Information

ଗାଁ ରେ ସକାଳ - କୁମୁଦ ଚନ୍ଦ୍ର ଦଳେଇ


ସୁନ୍ଦର ମୋ ଗାଁ ଟି
କେବେ କେଜାଣି ଭୂଗୋଳ ବହି
ଛାପିବ ତାର ନାଁ ଟି.... 0
ଗାଁ ରେ ଯେବେ ସକାଳ ହୁଏ
ପୂରୁବ ଦିଗେ ସୂରୁଜ ଉଏଁ
ଡାମରା କାଉ ଚାଲରେ ବସି
ଦବାଇ କା.. କା.. ଟି........ 1
ପକ୍ଷୀ ଯେତେକ ଯାଆନ୍ତି ଉଡି
କୁନି ଛୁଆ ଙ୍କୁ ବସାରେ ଛାଡି
କୁକୁଡ଼ା ଡାକେ କକ୍.. ରେ.. କ
ବାଛୁରୀ ଡାକେ ହଁ. ମା.. ଟି... 2
ବୁଢ଼ା ଅଜା ଟି ଦାଣ୍ଡରେ ଆସି
ଦାନ୍ତ ଘସଇ ପିଣ୍ଡାରେ ବସି
ଆଇ ଓଳାଏ ଦାଣ୍ଡ ଦୁଆର
ହାତରେ ଧରି ଝାଡୁ ଟି.... 3
ଭୁଆସୁଣୀ ଓ ମା ମାଉସୀ
ଯାଆନ୍ତି କାଖେ ଧରି କଳସୀ
ଗାଧୁଆ ତୁଠ କୂଅ ମୂଳରେ
ବସି କରନ୍ତି ଗପଟି.......4
କୃଷକ ଭାଇ ବଳଦ ଧରି
କ୍ଷେତକୁ ବେଗେ ଯାଏ ବାହାରି
ପୂଜାରୀ କାକା ଧଁ.. ଧଁ... ଧଁ
ବଜାନ୍ତି ପୂଜା ଘଣ୍ଟ ଟି...... 5
କୁନି ପିଲାଏ ବସ୍ତାନି ଧରି
ପାଠ ଶାଳା କୁ ଗଲେ ବାହାରି
ଗୋପାଳ ଭାଇ ଚର୍.. ଚର୍..
ଦୁହିଁଇ ବସି କ୍ଷୀର ଟି.... 6
ମଦନ ଅଜା ସାଇକେଲ

Post a Comment