Information

ଏମିତି କାହିଁକି ହୁଏ - ସସ୍ମିତା ସାହୁ


ଏମିତି କାହିଁକି ହୁଏ ,
ସବୁଠାରୁ ପ୍ରିୟ ଲୋକଟି ଆମର,
ଧୋକା ଦେଇ ଚାଲି ଯାଏ II
ଏମିତି କାହିଁକି ହୁଏ,
ଧୋକା ଖାଇଥିବା ଲୋକଟି ,
ତାହାର ବିଶ୍ୱାସ ହରାଇ ଥାଏ II
ଏମିତି କାହିଁକି ହୁଏ ,
ପ୍ରଥମେ ହୃଦୟ ଚୋରି କରି ନେଇ,
ପରେ ଭାଙ୍ଗି ଚାଲି ଯାଏ II
ଏମିତି କାହିଁକି ହୁଏ ,
ତୁ ମୋ ଜୀବନ କହି ଶେଷେ,
ନିଜେ ମାରି ଦେଇ ଚାଲିଯାଏ II
ଏମିତି କାହିଁକି ହୁଏ ,
ଭଲ ପାଇବାର ଶେଷ ପରିଣାମ ,
ଧୋକା ହୋଇ ରହି ଯାଏ II
ଏମିତି କାହିଁକି ହୁଏ ,
ଭୁଲିବାକୁ ଯେତେ ଚାହିଁଲେ ବି ଆମେ,
ନିତି ମନେ ପଡି ଯାଏ II
ଏମିତି କାହିଁକି ହୁଏ ,
ଆଖିରୁ କାହିଁକି ଲୁହ ନିଜେ ନିଜେ ,
କାହା ପାଇଁ ଝରି ଯାଏ II
ଏମିତି କାହିଁକି ହୁଏ ,
ପ୍ରଥମ ପ୍ରେମଟି ହୃଦୟରେ ସଦା,
ଘର କରି ରହିଯାଏ II
ଏମିତି କାହିଁକି ହୁଏ,
କହିବାକୁ ଚାହେଁ ମନ ଗୋଟେ କଥା,
ପାଟି କିଛି କହି ଯାଏ II
ଏମିତି କାହିଁକି ହୁଏ ,
ଗହଳି ଭିତରୁ ଜଣଙ୍କୁ ହୃଦୟ,
ନିଜର କରି ପକାଏ II
ଏମିତି କାହିଁକି ହୁଏ,
ପ୍ରେମରେ ପଡିଲେ ଭୋକ ଶୋଷ,
ନିଦ ସବୁ କିଛି ହଜିଯାଏ II
ଏମିତି କାହିଁକି ହୁଏ,
ସବୁବେଳେ ହସୁଥିବା ଲୋକଟି,
ଲୁହରେ ଗାଧୋଉ ଥଏ II
ଏମିତି କାହିଁକି ହୁଏ,
ଭଲ ମଣିଷଟି ସବୁବେଳେ କିଆଁ,
ଧୋକାର ଶିକାର ହୁଏ II
ଏମିତି କାହିଁକି ହୁଏ .....
ଏମିତି କାହିଁକି ହୁଏ .....

ସସ୍ମିତା ସାହୁ
ଜେଲ ରୋଡ, ନାଶିକ, ମହାରାଷ୍ଟ୍ର

Post a Comment