ବାଲିଗୁଡା ନିକଟସ୍ଥ ବେଲଘର ଖେଳପଡିଆରେ ପୂଣ୍ୟତୋୟା ଜାହ୍ନବୀ ସାହିତ୍ୟ ସଂସଦ ପକ୍ଷରୁ ଆଲୋଚନାଚକ୍ର ଅନୁଷ୍ଠିତ

ବାଲିଗୁଡା ନିକଟସ୍ଥ ବେଲଘର ଖେଳପଡିଆରେ ପୂଣ୍ୟତୋୟା ଜାହ୍ନବୀ ସାହିତ୍ୟ ସଂସଦ ପକ୍ଷରୁ ଆଲୋଚନାଚକ୍ର ଅନୁଷ୍ଠିତ


କନ୍ଧମାଳ - ବାଲିଗୁଡା ପ୍ରକୃତିର ଭୂସ୍ଵର୍ଗ ବେଲଘର ଖେଳ ପଡିଆରେ ପୂଣ୍ୟତୋୟା ଜାହ୍ନବୀ ସାହିତ୍ୟ ସଂସଦ ଆନୁକୂଲ୍ୟରେ ଆୟୋଜକ ଯୁବ କବି ଦଶରଥ ହେମ୍ରମଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଜନସଚେତନତା ସୃଷ୍ଟି କରିବା ପାଇଁ ଓ ଲୁକ୍କାୟିତ ପ୍ରତିଭା ମାନଙ୍କୁ ଲୋକ ଲୋଚନକୁ ଆଣିବା ପାଇଁ ପ୍ରଥମଥର ପାଇଁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ବହୁ ସାରସ୍ବତ ସାଧକ, କବି, ଲେଖକ, ନାଟ୍ୟକାର, ବେଲଘର ବିଦ୍ୟାଳୟ ଛାତ୍ରଛାତ୍ରୀ ଏବଂ ଶିକ୍ଷକ ବୃନ୍ଦ ଯୋଗଦେଇ ଥିଲେ । ମୂଖ୍ୟ ଅତିଥି ଭାବରେ ତୁମୁଡିବନ୍ଧ ବ୍ଲକ ଅଧ୍ୟକ୍ଷ ଶ୍ରୀ ପ୍ରକାଶ ଚନ୍ଦ୍ର ପାତ୍ର ସମ୍ମାନିତ ଅତିଥି ଭାବେ, ବେଲଘର ଥାନା ଅଧିକାରୀ ତଥା ଯୁବ କବି ଦଶରଥ ହେମ୍ବ୍ରମ, ବରିଷ୍ଠ କବି ରବିନ୍ଦ୍ରନାଥ ରଥ ଅଧ୍ୟକ୍ଷତା କରଥିବା ବେଳେ ମୂଖ୍ୟବକ୍ତା ଭାବରେ ଶ୍ରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ନାଟ୍ୟକାର ତଥା ବିଶିଷ୍ଟ ସାହିତ୍ୟିକ ଶ୍ରୀ ମିହିର ପାଢୀ ଓ କବି ଶ୍ରୀ କୈଳାଶ ଚନ୍ଦ୍ର ବେହେରା ସମୀକ୍ଷକ ଭାବରେ ଯୋଗଦାନ କରିଥିଲେ । ଆଲୋଚକ ଭାବରେ ଶିକ୍ଷକ ଶ୍ରୀ କୃଷ୍ଣ ପ୍ରଧାନୀ ଯୋଗଦେଇ ସମାଜରେ ଚାଲିଥିବା ଅନ୍ଧବିଶ୍ବାସ କୁସଂସ୍କାର ଏବଂ ବାଲ୍ୟବିବାହ ନିରାକରଣପାଇଁ ଆଲୋକପାତ କରିଥିଲେ । ସେହିପରି ଶିକ୍ଷକ ସୋମନାଥ ପ୍ରଧାନ ଯୋଗଦେଇ ଆଦିବାସୀଙ୍କ ଜୀବନ ଜୀବିକା କଳା ଓ ସଂସ୍କୃତି ସମ୍ବନ୍ଧରେ ଆଲୋଚନା କରିଥିଲେ । ବନପାଳ ଶ୍ରୀ ଗିରିଶ ସାହୁ ଆଲୋଚନାରେ ଅଂଶଗ୍ରହଣ କରି ବିଲୁପ୍ତ ବନ୍ୟପ୍ରାଣୀ ଓ ଜଙ୍ଗଲ ସମ୍ପଦ ଅଧିକାର ସମ୍ପର୍କରେ ସଚେତନ କରିଥିଲେ । ସେହିପରି ଯୁବ ନାଟ୍ୟକାର ତଥା ସାମ୍ବାଦିକ ଶ୍ରୀ ପ୍ରମୋଦ କୁମାର ଦଣ୍ଡସେନା ଓ ଶ୍ରୀ ପ୍ରକାଶ ଚନ୍ଦ୍ର ନାୟକ ଯୋଗଦେଇ ଆଜିର ସମାଜରେ ଗଣମାଧ୍ୟମର ଭୂମିକା ସମ୍ବନ୍ଧରେ ଆଲୋଚନା ଚକ୍ରରେ ଜନ ଜାଗରଣ କରିଥିଲେ । ଅନୁଷ୍ଠାନର ପ୍ରତିଷ୍ଠାତା ଶ୍ରୀ ସୀମାଞ୍ଚଳ ରଣା ଓ କୁମୁଦିନୀ ମହାରଣା ସଂଯୋଜନା କରିଥିଲେ ଏବଂ ମିଲନ ନାୟକ ମଞ୍ଚ ପରିଚାଳନା କରିଥିଲେ । ଆୟୋଜିତ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ ମାନେ ନିଜ ନିଜର ପ୍ରତିଭା ପ୍ରଦର୍ଶନ କରି ଜନସାଧାରଣଙ୍କୁ ମୁଗ୍ଧ କରି ଥିଲେ । ଶେଷରେ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା ।
Reported by
Simanchal Rana, Kandhamal

0 Comments