ପେଷାରେ ରିକ୍ସାଚାଳକ କିନ୍ତୁ ନିଶାରେ ଜଣେ ଚିତ୍ରଶିଳ୍ପୀ

ପେଷାରେ ରିକ୍ସାଚାଳକ କିନ୍ତୁ ନିଶାରେ ଜଣେ ଚିତ୍ରଶିଳ୍ପୀ

ପେଷାରେ ରିକ୍ସା ଚାଳକ କିନ୍ତୁ ନିଶାରେ ଜଣେ ଚିତ୍ରଶିଳ୍ପୀ । ସେ ହେଉଛନ୍ତି ଭଦ୍ରକ ଜିଲ୍ଲା ଗୁଆମାଳ ଗ୍ରାମର ଟେରୁ ଜେନା ଯିଏକି ସଂପୂର୍ଣ୍ଣ ନିରକ୍ଷର । କିନ୍ତୁ ବିରଳ ତାଙ୍କ ହାତର ଯାଦୁକାରୀ କଳା । ଖୁବ ସୁନ୍ଦର ଚିତ୍ର ଆଙ୍କିବାରେ ମାହିର ସେ । ବିଦ୍ୟାଳୟଟିଏ ଗଢି ନିଜ ଅଞ୍ଚଳର କୁନି କୁନି ପିଲାମାନଙ୍କୁ ଚିତ୍ରକଳା ଶିକ୍ଷା ଦେବାର ଅଦମ୍ୟ ଇଚ୍ଛା ମନ ଭିତରେ । ରିକ୍ସା ଟାଣି ପେଟ ପୋଷିବାର ବେଉସା ଭିତରେ ଏସବୁ କରିବାର ସମ୍ବଳ ତାଙ୍କ ପାଖରେ ନାହିଁ । କୌଣସି ସଂଗଠନ କିମ୍ବା ସରକାରୀ ସହାୟତା ମଧ୍ୟ ତାଙ୍କୁ ଏଯାଏଁ ମିଳିନାହିଁ, କେବଳ ମିଳିଛି ଅନେକ ପ୍ରତିଶ୍ରୁତି ।
Reported By
Debi Pradhan, Bhadrak

0 Comments