ଶିଶୁ କବିତା - ବୃକ୍ଷ ଦେବତା - ନାରାୟଣ ସେନାପତି

ଶିଶୁ କବିତା - ବୃକ୍ଷ ଦେବତା - ନାରାୟଣ ସେନାପତି


ପ୍ରକୃତି ଶୀତଳ କାରଖାନା ସେ ଯେ
ସବୁଜ ସ୍ୱପ୍ନ ସୁନ୍ଦରୀ
ସକଳ ପ୍ରାଣୀଙ୍କ ପୋଷଣ ସ୍ଥାନ ସେ
ଅପୂର୍ବା ଗୁଣ ମାଧୁରୀ।
ଅଙ୍ଗାରକାମ୍ଳ ଓ ବିଷଧୂଆଁ ଶୋଷି
ସ୍ନେହେ ବାଣ୍ଟେ ଅମ୍ଳଜାନ
ଖାଦ୍ୟ ବସ୍ତ୍ର ଦେଇ ବାସ ସେ ଯୋଗାଏ
କ'ଣ କରିବି ତା ଗାନ।
ଦାରୁଣ ନିଦାଘେ ଉତ୍ସେଦନ ମଧ୍ୟେ
ବାଷ୍ପ ଗଗନକୁ ଦେଇ।
ଆମନ୍ତ୍ରଣ କରେ ବର୍ଷାରେ ସଲିଳ
ଜୀବଙ୍କ ମୁଖକୁ ଚାହିଁ।
ମୂଳ ତା'ର ଦମ୍ଭେ ଯୁଦ୍ଧ କରି ରଖେ
ମୃତ୍ତିକା ଓ ପାଖ ବାସ
ପତ୍ର ଫୁଲ ଫଳ ମୂଳ ଡାଳ ଦେଇ
ସଭିଙ୍କ ଫୁଟାଏ ହସ।
ରୋଗ ହେଲେ ପଥି ଔଷଧ ଦିଏ ସେ
ସୁସ୍ଥ ରଖେ ପରିବେଶ
ନିରିମଳ ଯନ୍ତ୍ର ଆସବାବ ଦିଏ
ଦରିଦ୍ର ଆଶା ବିଶ୍ୱାସ।
କ୍ଳାନ୍ତକୁ ବିଶ୍ରାମ ଅକର୍ମାକୁ ଶ୍ରମ
ନାଉରୀକୁ ଦିଏ ଡଙ୍ଗା
କ୍ଷେତ ପାଇଁ ବାଡ ଦୋଷୀପାଇଁ ମାଡ
(ସେ)ତ୍ୟାଗପୂତ ଆଶା ଡଙ୍ଗା।
ନିଃସ୍ୱାର୍ଥ ଅହିଂସ ସବୁ ଦାନ କରି
ବୋଲାଏ ବୃକ୍ଷ ଦେବତା
ମମତା ଶ୍ରଦ୍ଧା ତା କଳିପାରିବାନି
ଲାଗେ ଆମ ପ୍ରିୟ ମାତା।

ନାରାୟଣ ସେନାପତି, ଜମ୍ଭରା, କେନ୍ଦୁଝର

0 Comments