Information

ବରଯାତ୍ରୀ - ସଲିଳ କୁମାର ସ୍ଵାଇଁ


ଆତସବାଜିର    ଶବଦ ଶୁଭିଲା
  ଆସିଗଲା ବୋଧେ ବର
ତରବର ହୋଇ ଚୁଚା ବାହାରିଲା
  ଦେଖିଯିବ     ପଟୁଆର
  ଡିଜେ କରେ   ଥରହର
ଢୋଲ ସହ କମ୍ପେ ଚାଙ୍ଗୁଚଡପଡି
   ଲାଇଟ   ଚମତକାର ।।
ଡୋମଣି ସାଲସା   ମନ୍ଦିଏ ମନ୍ଦିଏ
   ପିଇସନ୍ତି    ବରଯାତି
ଭୁଲି ବଡସାନ     ଅପା ଖୁଡି ଦଦା
   ଚାଲନ୍ତି ଫୁଲାଇ  ଛାତି
   ମାଇଚିଆ ସଙ୍ଗେ ମାତି
ଉଦଣ୍ଡ ତାଣ୍ଡବ     ଡାନସ  ଚାଲିଚି
  ଗୀତ ବାଜେ ରଙ୍ଗବତୀ ।।
ନାଗୀନ ଟିଉନୁ     ପଡିଲା ଏଥର
  ଜଣେ ସାପ ଜଣେ କେଳା
ଫଟିପିଆଟୋକା ପାପୁଲି ବଙ୍କେଇ
  ଫଅଁ ଫଅଁ   କରେ ଫଣା
  କେଳାକୁ  ଗାରଡି   ଜଣା
କଳା ରୁମାଲୁକୁ ତୂରୀ କରି ଫୁଙ୍କି
  ଗାଆଁ ଦାଣ୍ଡ କଲେ ଖଳା ।।
ପଲଉ ପନୀର  ପୋଟଳ ପାୟସ
  ମିଠା, ଖଟା ସଙ୍ଗେ ଡାଲି
ଫ୍ରାଏଡ ଫିଇସି    ଆଇଁଷ ମହୁର
   ପାପଡ    ଚିକେନ-ଚିଲି
   କନ୍ଯାପିତା ହୁଏ ପେଲି
ବରଯାତିରୀଙ୍କୁ    ଚରଚା ନକଲେ
  ପେରେଷ୍ଟିଜ ଯିବ ଚାଲି ।।
ଖାଆନ୍ତିଯେତିକି ଫୋପଡାସେତିକି
  ସତେକି ବୋପାର ଧନ
ଖାନାପରେପାନ ସିଗ୍ରେଟନଦେଲେ
  କରନ୍ତି      କୁତ୍ସାରଟନ
  ଅତିଥି ଦେବ   ସମାନ
ଝିଅ ଜନ୍ମକରି    କି ଦୋଷ କରିଚି
  କନ୍ଯାପିତା ଅକିଞ୍ଚନ ।।
ସମାଜ ଆଇନ     ଦିଏ ସିରୀକୄତି
  ବିବାହରେ ବାନ୍ଧିହେଲେ
ବାଣରେ ବାଜାରେ ଅର୍ଥ ଶ୍ରାଦ୍ଧକରି
  କି ଲାଭ  ମିଳୁଚି ଭଲେ
  'ସଲିଳ ସିଲଟ' ବୋଲେ
ଖାଦ୍ୟ ନଷ୍ଟକଲେ    ଧର୍ମ ସହିବନି
  ସଜାଗ ହୁଅରେ ପିଲେ ।।

ସଲିଳ କୁମାର ସ୍ଵାଇଁ
ଶିକ୍ଷକ, ସୁନ୍ଦରପୁର ପ୍ର ଉ ପ୍ରା ବିଦ୍ୟାଳୟ,
ସୁନ୍ଦରପୁର, ଖୋରଧା

Post a Comment

0 Comments