OUR READERS STATUS AROUND THE GLOBE : INDIA-362119 CANADA-354 CHINA-881 FRANCE-1727 GERMANY- 2083 QATAR - 61 SINGAPORE - 1114 UNITED STATES - 14819 UNITED KINGDOM - 553 UNITED ARAB EMIRATES - 926 UKRAINE-47 UNKNOWN REGIONS-5627

ଶିଶୁଗଳ୍ପ - ଆମିଷ ବିଷ - ଦିପ୍ତୀଲେଖା ମିଶ୍ର

ଶିଶୁଗଳ୍ପ - ଆମିଷ ବିଷ - ଦିପ୍ତୀଲେଖା ମିଶ୍ର


ରଚନା ବୋଲି ଗୋଟିଏ ଦଶ ବର୍ଷ ର ଝିଅ । ଦିନେ ତା ମାଆ କୁ କହିଲା, "ମାଆ.. ମାଆ.. ମୋତେ ଆଜି ଆମିଷ ଖାଇବାକୁ ଭାରି ଇଚ୍ଛା ହଉଚି ।" ମାଁ କହିଲେ, "ହଁ ଯେ ଝିଅ, ଆଜି ମାର୍ଗଶୀର ମାସର ଗୁରୁବାର । ମୁଁ ତୋତେ ବହୁତ ଭଲ ରାନ୍ଧଣା କରି ଶୁକ୍ରବାର ଦିନ ନିଶ୍ଚୟ ଦେବି ।" ରଚନା କହିଲା, ହଁ ହଉ କାଲି ପାଇଁ ତୁମେ ପୂଜା ବ୍ୟବସ୍ଥା କର ।"
             
ଶୁକ୍ରବାର ଦିନ ସକାଳ ହୋଇ ଆସିଲା । ରଚନାର ମନ କୁଣ୍ଢେ ମୋଟ ହୋଇ ସେ ଵାହାରିଲ ମାଆ ସହ ହାଟକୁ । ମାଆ ପଚାରିଲେ, "ଆଲୋ ଝିଅ, ମଟନ୍ ନା ଚିକେନ୍ ଖାଇବାକୁ ନେବା ?" ଝିଅ କ‌ହିଲା‌ ମାଆ, "ଆଉ ଟିକିଏ କ'ଣ ନେବା ହେଲେ ମଟନ୍ ଚିକେନ୍ କେବେ ଖାଇବି ନାହିଁ । ତୁମେ ଯଦି ଖାଇବାକୁ ଇଚ୍ଛା କରୁଛ ତାହା ହେଲେ କିଛି ବି ନିଅ ।" ମାଆ କହିଲେ, "ମୁଁ ତ ଆମିଷ ଖାଏନି ତୁ କ'ଣ ଖାଇବୁ ତାକୁ ନେବା ।" ରଚନା କହିଲା, "ଠିକ୍ଅଛି ମାଆ, ମୋ ପାଇଁ ଭାକୁର ମାଛ ନେଇ ଚାଲ ଘରକୁ ଯିବା ।"
                
ଘରେ ଆସି ହାଜିରା ପକେଇଛି ଵିଲେଇ ନାନୀ । ରନ୍ଧାଯାଉଥିବା ସମୟରେ ଗରମ ଗରମ ମାଛ ଖଣ୍ଡ ଧରି ଖଟ ତଳେ ପଶିଗଲା ବିଲେଇ ନାନୀ । ପାଟି ପୋଡ଼ିଗଲେ ବି ଖାତିର ନାହିଁ । ରଚନା ଏସବୁ ଦେଖି ଭାରୀ ଖୁସି । ଖାଇବା ସରିବା ପରେ ବଳକା ଧରି ତା ଛୁଆକୁ ଦେବ ବୋଲି ଧାଇଁ ଧାଇଁ ଯାଉଥାଏ । ଭାଲୁ କୁକୁରଟା ଖପ୍ କରି ଧରିନେଲା ବିଲେଇ ନାନୀର ବେକକୁ । ରଚନା ଏ ଘଟଣା ଆଖି ଆଗରେ ଦେଖି ନିର୍ଣ୍ଣୟ କଲା ମୁଁ ବି ଆଜି ଠାରୁ ଆମିଷ ଖାଦ୍ୟ ବିକ୍ରି ହେଉଥିବା ସ୍ଥାନକୁ ଯିବା ଆସିବା କରିବିନି କି କେବେ ଏ ବିଷୟରେ ଖାଇବା ଚିନ୍ତା କରିଵି ନାହିଁ । ଏସବୁ ଅସୁର ମାନେ ଖାଇ ପାରିବେ । ମୁଁ ନାହିଁ, ମୁଁ ଏସବୁ ଆଜିଠାରୁ ବିଷ ଭାବିନେଲି । ଏମିତି ମନକୁ ଅନେକ କଥା ବୁଝାଇ ଘରକୁ ଗଲା, ଆଉ ମାଆକୁ ପଚାରିଲା, "ତୁମେ ତ ଆମିଷ ଖାଉନ ହେଲେ ମୋତେ କାହିଁକି ଦେଉଛ ମାଆ ? ମୁଁ ବି ଆଜିଠାରୁ ଏସବୁ ଖାଇବି ନାହିଁ । ଜାଣିଛ ନା ମାଆ ଆମ ଘରକୁ ଆସିଥିବା ବିଲେଇର ଅବସ୍ଥା କଣ ହେଲା ?" ସବୁ କଥା ମାଆକୁ କହୁଛି କହୁଛି କାନ୍ଦିପକେଇ ମାଆ କୋଳରେ ମୁହଁ ମାଟି ଶୋଇ ପଡ଼ିଲା ।

ମାଆ କହିଲେ, "ଝିଅ ଯାହାର ଖାଦ୍ୟ ସିଏ ଖାଇବ, ଏହା ସୃଷ୍ଟି କର୍ତ୍ତାଙ୍କ ନିର୍ଦ୍ଦେଶନାରେ ହୁଏ । ତୁ କାହିଁକି ନିଜକୁ ଦୋଷୀ ମନେ କରୁଚୁ ?" ରଚନା କହିଲା, "ମା ମୋତେ ବି କିଏ କାହାର ଖାଦ୍ୟ ଭାବି ଖାଇଦେଲେ ତୋତେ କଣ ଭଲ ଲାଗିବ ?" ମାଆ ଜାବୁଡ଼ି ଧରି ଚୁମା ଦେଇଚାଲିଲେ ଝିଅକୁ । କହିଲେ, "ଝିଅ ତୁ ଏକଥା ନିର୍ଣ୍ଣୟ ନିଜେ କରିଥିବାରୁ ମୁଁ ତୋ ପାଇଁ ଗର୍ବିତ ।" ଆମିଷ ମୋ ପାଇଁ ଆଜିଠୁ ବିଷ କହି ରଚନା ମାଆ ସହ ଖାଇବାକୁ ବସିଲା । ଅନେକ ଅମୃତ ଖାଦ୍ୟ ଖାଇବା ପରେ ଶାନ୍ତି ରେ ମାଆ କୋଳରେ ଶୋଇଗଲା ।

ଦିପ୍ତୀଲେଖା ମିଶ୍ର, ବ୍ରହ୍ମପୁର

0 Comments