ବାତ୍ୟା ଜନିତ ଅସୁବିଧା କାରଣରୁ କ୍ଷୁଦ୍ରଗଳ୍ପ ଓ କବିତା ପ୍ରତିଯୋଗିତାର ଫଳାଫଳ ମେ - ୧୦ ତାରିଖ ପରିବର୍ତ୍ତେ ଚଳିତ ମାସ ୩୧ ତାରିଖ ସୁଧା ଘୋଷଣା କରାଯିବ । ଏବଂ ଚଳିତ ମାସ ୨୩ ତାରିଖ ଠାରୁ କବିର ଘର ପ୍ରସ୍ତୁତ "ଆଜିର ଅତିଥି" କାର୍ଯ୍ୟକ୍ରମର ସାପ୍ତାହିକ ପ୍ରସାରଣ ସେବା ଆରମ୍ଭ ହେବ । ଅନିଚ୍ଛାକୃତ ଅସୁବିଧା ନିମନ୍ତେ ଦୁଃଖିତ ।

ତୁମେ ଆଉ ଜହ୍ନ - ସୁଦର୍ଶନ ସାହୁ

ତୁମେ ଆଉ ଜହ୍ନ - ସୁଦର୍ଶନ ସାହୁ


ଜହ୍ନ ଝୁରୁଥାଏ କଇଁ ଫୁଲକୁ ଲୋ
     ମନ ଝୁରୁଅଛି ତତେ
ଭଲ ପାଇବାର ପ୍ରତିଶ୍ରୁତି ଦେଇ
    କାହିଁ ଭୁଲିଗଲ ମୋତେ ।
ରଜନୀ ଶେଯରେ ଜହ୍ନ ଚାହିଁ ରହେ
   କଇଁ ର ସେ ମିଠା ହସକୁ
ମୁଁ ଚାହିଁ ରହିଛି ପଛ କଥା ଭୁଲି
    ତୁମର ଆସିବା ବାଟକୁ ।

ସୁଦର୍ଶନ ସାହୁ
ଓଡ଼ିଆ ବିଭାଗ ଛାତ୍ର
ଏନ୍ ସି କଲେଜ, ଯାଜପୁର

0 Comments