
ଜୀବନ ତଥାପି ତୁ ଜୀବନ
କଟି ଯାଏ ଦିନ ପରେ ଦିନ
ପିଲାରୁ ଧୀରେ ଧୀରେ ହେଉ ପାକଳ
ତେବେବି ପ୍ରତିଦିନ ନିତ୍ୟ ନୂତନ
ଜୀବନ ତଥାପି ତୁ ଜୀବନ ।
ଚାଲିଗଲା ବୋଉ ଅଧା ବୟସରେ
କଥା ଥିଲା କାହାରି ଗୋଚର ବାହାରେ
କେତେ ଶୀଘ୍ର ତୁ ଚାଲି ଗଲୁ ବୋଉ !
କାହାକୁ ନ ଜଣାଇ କେଉଁ ନିମିଷରେ
ଅନ୍ତର ଫାଟିଥିଲା ଦୁଃଖ ବେଦନାରେ
କିନ୍ତୁ ଜୀବନଟା ମୋ ଥିଲା ମୋର ପାଖରେ
ବୋଉ ପାଇଁ ଦୁଃଖ ହେଲା ଗଲାନି ତା ସାଥିରେ ?
ଜୀବନଟା ଥାଏ ଯାଏ ତା ନିଜ ଇଛାରେ
ତଥାପି ତୁ ଜୀବନ ସତରେ !
ନନା ହେଲେ ଅତି ଏକା ବୁଢା ବୟସରେ
ଚାରି ପୁଅ ଆଉ ପାଞ୍ଚ ଝିଅଙ୍କ ମେଳରେ
କିନ୍ତୁ ବିପତ୍ନୀକଙ୍କ ଦୁଃଖ ବୁଝେନା କେହିରେ
ନନାଙ୍କ ଜୀବନ ଗଲା ସରି ଝୁରି ଝୁରିରେ
ତାଙ୍କ ଜୀବନ ବି ଚାଲିଗଲା ଅଧା ବାଟରେ
ଜୀବନ ପଚାରିକି ଆସେନି ଯାଏନି ପଚାରି
ଜୀବନ ତଥାପି ତୁ ଜୀବନ ଥାଉ ସବୁରି !!
ନାନୀ ମୋର ଚାଲି ଗଲା ଅତି କମ ବୟସରେ
ନାନୀ କୁ ମୁଁ ଶ୍ରଦ୍ଧ। କରୁଥିଲି ଜୀବନରେ
ପିଲାଦିନୁ କଳିଗୋଳ ସବୁ ତା ସାଥିରେ
ଵିଭାହୋଇ ବିଦା ହେବା ଦିନ ରାତିରେ
ଏତେ ଲୁହ କେଉଁଠି ଥିଲା ମୋ ଆଖିରେ ?
ନାନୀ ମୋର ଚାଲିଗଲା ପାଇବିନି ଜୀବନରେ
ତଥାପି ବଂଚିଛି ଜୀବନ ସବୁ ସ୍ମୃତି ଧରିରେ
ହେ ଜୀବନ ! ତଥାପି ତୁ ଜୀବନ ଅଟୁରେ !!!
ଶ୍ରୀ ରମାକାନ୍ତ ମିଶ୍ର
ଭି.ଆଇ.ଏମ. - ୨୬୮, ଶୈଳଶ୍ରୀ ବିହାର
ଭୂବନେଶ୍ୱର - ୭୫୧୦୨୧
ମୋବାଇଲ - ୯୯୩୭୨୬୮୦୧୨
0 Comments
ବଣମଲ୍ଲୀର ମହକ ତାହାର ପାଠକ ପାଠିକା ମାନଙ୍କ ନିକଟରୁ ସର୍ବଦା ଗଠନମୂଳକ ମତାମତ ଆଶା କରିଥାଏ । ଯାହାକି ଜଣେ ସ୍ରଷ୍ଟାଙ୍କୁ ଉଚିତ ମାର୍ଗ ପ୍ରଦର୍ଶନ କରିବାରେ ସକ୍ଷମ ହୁଏ । ଯଦି Anonymous User ଭାବେ ଆପଣ ଉପରୋକ୍ତ ବିଷୟଟି ଉପରେ ନିଜର ମତାମତ ପ୍ରଦାନ କରିବାକୁ ଚାହୁଁଛନ୍ତି, ତେବେ ନିଜର ମତାମତ ତଳେ ଆପଣଙ୍କ ନାମ ଓ ଠିକଣା ପ୍ରଦାନ କରିବାକୁ ଅନୁରୋଧ ।