Information

ସ୍ଵର୍ଣ୍ଣମୟୀ ମାଆ ଭାରତୀ - ସଦାନନ୍ଦ ସାହୁ


ବିଶ୍ଵ ବିଦିତ ଭାରତୀର ଚିତ୍ର
ଅପୂର୍ବତା'  ରୂପକାନ୍ତି ,
ସୁଜଳା ସୁଫଳା ମା'ଶସ୍ୟ ଶ୍ୟାମଳା
ଦୂର କରେ ସର୍ବ କ୍ଳାନ୍ତି ! !

ଅଖଣ୍ଡ ଭୂଖଣ୍ଡ  ଏକତା ପ୍ରତୀକ
ମାଆର  କୁହୁକ ମନ୍ତ୍ର ,
ବିଭିନ୍ନତା ଭାବ ହୁଏନା ପ୍ରତୀତ
ସମନ୍ଵୟେ ଧର୍ମ ଶାସ୍ତ୍ର  ! !

ଭାରତୀ ଶାସ୍ଵତୀ ଅପୂର୍ବତା'କୀର୍ତ୍ତି 
ଜାଣିଛି ଏ ସାରା ବିଶ୍ଵ ,
ଅହିଂସାର ମନ୍ତ୍ର  ତା'ର ବ୍ରହ୍ମଅସ୍ତ୍ର
ଶତୃ  ମଣେ  ମୁଁ'ଯେ ନିଃସ୍ଵ  ! !

ମାଆ ଭାରତୀର ଯୋଗ୍ୟତମ ସୁତ
ମହାତ୍ମା ନାମରେ ଖ୍ୟାତ ,
ଝୁରୁଛି ଭାରତ ଝୁରୁଛି ଏ ଵିଶ୍ଵ
ଶତ ଶତ   ପ୍ରଣିପାତ  ! !

ମାଆ ସରସ୍ଵତୀ ମାଅା ବୀଣାପାଣି
ମାଆର ଶାଶ୍ଵତ ରୂପ ,
ବିଦ୍ୟା ପ୍ରଦାୟିନୀ ମଙ୍ଗଳ କାରିଣୀ
ବେନିକର ଯୋଡେ ନୃପ  ! !

ବିଜୟର ଝଣ୍ଡା ମାଆ ହସ୍ତେ ଖଣ୍ଡା
ଖଡଗ ଖପର ଧାରୀ ,
ଅନ୍ୟାୟ ଅନୀତି ସହ୍ୟସେ' କରେନି
ଶତୃ ନାଶେ ଆଗଭରି  ! !

ମନ୍ଦିର ମାଳିନୀ  ସ୍ଵର୍ଣ୍ଣବିଭାବରୀ
ଭାରତୀ ମାଆର ପ୍ରୀତି ,
ତ୍ରିରଙ୍ଗା ପତକା  ବିଜୟର ଟୀକା
ମାଆର  ଅଭୁଲା ସ୍ମୃତି  ! !

ସ୍ଵର୍ଣ୍ଣ ଆଭୁଷଣା ସମ୍ପଦରେ ଗୁଣା
ଅଶେଷ ବିଭବ ରାଜି ,
ଅସରନ୍ତି ଧନ ରଖିଛି ସାଇତି
ଗୁପ୍ତଧନ ଖୋଜି ଖୋଜି ! !

ହେ ମାଆ ବିଜୟା  ମହିଷାମର୍ଦ୍ଦିନୀ
ସର୍ବ ଦେବଗଣ ଶାନ୍ତି  ,
ବିଜୟର ପର୍ବ  ପାଳୁଛି ଭାରତ
ସାଇତି ରଖିଛି କୀର୍ତ୍ତି ! !

ସଦାନନ୍ଦ ସାହୁ
ଧୁରୁଷୀଆ, ଆଠଗଡ଼, କଟକ

Post a Comment

0 Comments