Information

ସୁନ୍ଦର୍ ମୋ ଗାଁ ଟି - କୁମୁଦ ଚନ୍ଦ୍ର ଦଳେଇ


ସୁନ୍ଦର୍ ମୋ ଗାଁ ଟି
କେବେ କେଜାଣି ଭୂଗୋଳ ପୋଥି
ଛାପିବ ତାର ନାଁ ଟି
ଗାଁ ରେ ଯେବେ ସକାଳ ହୁଏ
ପୁରୁବ ଦିଗରେ ସୂରୁଜ ଉଏଁ
ଡାମରା କାଉ ଚାଳରେ ବସି
ରାବଇ କା.. କା.. ଟି..... 0
ପକ୍ଷୀ ଯେତେକ ଯାଆନ୍ତି ଉଡି
କୁନି ଛୁଆ ଙ୍କୁ ବସାରେ ଛାଡ଼ି
କୁକୁଡା ଡାକେ କକ . ରେ. କ
ବାଛୁରି ଡାକେ ହମା ଟି.... 1
ବୁଢ଼ା ଅଜା ଟି ଦାଣ୍ଡରେ ଆସି
 ଦାନ୍ତ ଘସଇ ପିଣ୍ଡାରେ ବସି
ଆଇ ଓଳାଏ ଦାଣ୍ଡ ଦୁଆର
ହାତରେ ଧରି ଝାଡୁ ଟି... 2
ଭୁଆସୁଣୀ ଓ ମା ମାଉସୀ
ଯାଆନ୍ତି କାଖେ ଧରି କଳସୀ
ଗାଧୁଆ ତୁଠ କୂଅ ମୂଳରେ
ବସି କରନ୍ତି ଗପଟି... 3
କୃଷକ ଭାଇ ବଳଦ ଧରି
କ୍ଷେତ କୁ ବେଗେ ଯାଏ ବାହାରି
ପୂଜାରୀ କକା ଧଁ.. ଧଁ . ଧଁ
ବଜାଉ ଥାନ୍ତି ଘଣ୍ଟ ଟି.... 4
କୁନି ପିଲାଏ ବସ୍ତାନି ଧରି
ପାଠ ଶାଳା କୁ ଗଲେ ବାହାରି
ଘର କୁ ଘର ଚର୍.. ଚର୍
ଗଉଡ଼ ଦୁହେଁ କ୍ଷୀର ଟି.... 5
ମଦନ ଅଜା ସାଇକେଲ ଧରି
ବଜାର ଯାଏ ସଉଦା କରି
ଟିନ. ତିନ୍.. ଟିନ୍ ବଜାଉ ଥାଏ
ମାଝୀ ଦାଣ୍ଡରେ ଘଣ୍ଟି ଟି.... 6
ମାଆ ମାଉସୀ ସଅଳ ଉଠି
ସରି ଦିଅନ୍ତି ବ।ସି ପାଇଟି
ବାଡ଼ି ଅଗଣା ହାଣ୍ଡି ମୂଳରେ
ମାଜେ ବାସନ ଅଇଁ ଠି
ପଡିଶା ଘର ଶୈଳ ଖୁଡୀ
ମୁଣ୍ଡରେ ଧରି ଗୋବର ଝୁଡି
ଖଳାରେ ବସି ପାରୁଛି ଘସି
ଯୋଗାଡ଼ିବାକୁ ଜାଳ ଟି
ଗାଁ ର ଚ୍ଛ ବି କେଡ଼େ ସୁନ୍ଦର
ପାଣି ପାବନ ବଡ ମଧୁର
ସକାଳ ହେଲେ ପଡ଼ଇ ମନେ
ନିତି ତା ରୂପ ବେଶ ଟି

Kumuda Chandra Dalei 

Post a Comment

0 Comments