Information

"ସ୍ଵାଗତିକା" ସାହିତ୍ୟ ପତ୍ରିକା ନିମନ୍ତେ ଇ-ମେଲ, ହ୍ଵାଟସଆପ ଓ ଡାକ ମାଧ୍ୟମରେ କବିତା ପଠାନ୍ତୁ । କବିତା ପଠାଇବାର ଶେଷ ତାରିଖ ୩୦/୧୧/୨୦୧୮ ଏବଂ କବିତାର ପରିଧି ୧୬ ରୁ ୨୦ ଧାଡି ମଧ୍ୟରେ ରହିବା ଆବଶ୍ୟକ । Email - swagatika.nishikanta@gmail.com / WhatsApp - 8018646704 / By Post - The Chief Editor, Swagatika, At - Lokipur, PO - Gadamanatir, Dist - Khordha, Pin-752062, Odisha.

ଶୁଣ ମୋ ଚରମ ବାଣୀ - ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର


ପ୍ରଥମ ସୂର୍ଯ୍ୟ ଦେଖିଲି ସେଦିନ ଯେଉଁ ମାଟି ମା’କୋଳେ
ସେଇ ମାଆ ଆଜି କଂକାଳ ସାର ମାଂସ ନାହିଁ ତା ଦେହେ
ପାଣ୍ଡୁ ର ବଦନ ମୁଖେ ନାହିଁ ହସ ନିରତ ଅଶ୍ରୁ ଢାଳେ
ଉବୁ ଟୁଡୁ ହୁଏ ବଢ଼ି,ମରୁଡିରେ ଦୁଃସହ ଯନ୍ତ୍ରଣା ସହେ ।।

ଭବିତବ୍ୟ ମୋର ଅନ୍ଧାର ଘେରା ସ୍ଵପ୍ନ ମୋ ସମାଧି ତଳେ
କି ସ୍ଵପ୍ନ ଦେଖିବି ଦିଗହରା ମୁଁ ତ ସାହାରାହା ପାଏ ନାହିଁ
ବିକଳେ ଜୀବନ ବିତାଏ କ୍ଷୁଧାରେ ଦେଖ ମୋ ଜଠର ଜଳେ
ମୃତ୍ୟୁ ଡାକଇ ଦୁଆର ମୁହଁରେ ସତେ ଝାମ୍ପି ନେବାପାଇଁ ।।

ଦୁଃଖଦ ମୁହୁର୍ତ୍ତେ ଶ୍ରବଣେ ବାଜଇ କାହାର ପ୍ରଣୟ ଗୀତି
ମୃତ୍ୟୁ ତ ମୋର ଚିର ସହଚର ଛାଇ ସମ ପାଖେ ପାଖେ
ଶୁଣିବି କେମିତି ତୁମ ସେ ସଙ୍ଗୀତ ,ପରାଣ ଉଛୁଳା ପ୍ରିତୀ
ଚକ୍ଷୁ ପଟଳୁ ଆଲୋକ ଉତୁରେ ଏ ଜୀବନ ଅସ୍ତରାଗେ ।।

ଭଗ୍ନ ଦେହରେ କେମିତି ଦେଖିବି ଜଉବନ ମଖା ସୁଖ
ଦାଉସାଧେ ଏଠି ମହାଜନ ପୁଅ ହସେ ଦେଖି ମୋର ଦୁଃଖ
କା ସଉଧେ ଜଳେ ଉଜ୍ବଳ ପ୍ରଦୀପ ଅନ୍ଧାର କୁଟୀରେ ଦେଖ
ଏ ଜୀବନ ଭୋଗେ ନରକ ଯନ୍ତ୍ରଣା ହଜିଯାଉଅଛି ସୁଖ ।।

ଶୁଣ ସ୍ଵାର୍ଥପର ବ୍ୟଭିଚାରୀ ଦଳ ଶୁଣ ମୋ ଚରମ ବାଣୀ
କେତେଦିନ ଆଉ ଅନ୍ଧାର ଗହ୍ଵରେ ରଖି ଶୋଷିବରେ ଲହୁ
ଭାଙ୍ଗି ଯିବ ତୁମ ଗରବ ଗରିମା ପାରୁନ କି ତୁମେ ଜାଣି
ଆରତୀ ର ଆର୍ତ୍ତନାଦରେ କେମିତି ଉଠଇ ପ୍ରଳୟ ଢେଉ ।।

କବି ଶ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର , ମଙ୍ଗଳାଯୋଡି, ଖୋର୍ଦ୍ଧା

Post a Comment

0 Comments