Information

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

ଶୁଭ ଦୀପାବଳି ଅନୁଚିନ୍ତା - ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର


ଶୁଭ ଦୀପାବଳି ଧରମ ମାସର ଅନ୍ଧାର ଲଗନେ ଆସେ
ଜହ୍ନ ଲୁଚିଯାଏ  ଖାଲି ତାରା ଫୁଲ ଆକାଶ ପ୍ରଦେଶ ହସେ  ।।

ଏହିଦିନ ସଂଞ୍ଜ ନହେଉଣୁ ସର୍ବେ ବୃନ୍ଧାବତୀ ମୂଳେ ଘରେ
ଦୀପାଳୀ ଜଳାଇ ଡାକନ୍ତି ମା କାଳୀ ଅବତରି ଆସ ଖରେ  ।।

ଅନ୍ଧାର ଭିତରୁ ଆଲୋକ ଆଡ଼କୁ ଆମକୁ ନିଅ ମା କାଢି
ଅସତ୍ୟ ଉପରେ ସତ୍ୟର ବିଜୟ ପାଇଁ ଦୀଦଦାନ କଲି  ।।

କ୍ରତୁ ଆଦି ଦଶ ବିଶ୍ଵେଦେବା ସଙ୍ଗେ ସନକାଦି ସପ୍ତ ଋଷି
ପିତୃ,ମାତୃ,ମାତାମହ ଙ୍କ ସହିତ ସପ୍ତ ପୁରୁଷ ଙ୍କୁ ଡାକି  ।।

ପୁଷ୍ପ,ଗନ୍ଧ, ଧୂପ ନଇବେଦ୍ୟ ଦେଇ ଆରାଧନା କରୁତାଙ୍କୁ
ପିତୃ ଲୋକ ତ୍ୟାଗି ଆସ ଆସ ଥରେ ଆଶିର୍ବାଦ କରିବାକୁ  ।।

ଆଲୋକର ଶିଖା ତୋଳି ଦଇଅଛୁ ଆଶିଷ ଦେଇ ବିଦାୟ
ଯାଅ ସ୍ଵର୍ଗ ଲୋକେ ଆଜିର ଆଲୋକେ ସତ୍ୟର ହେଉ ଜୟ  ।।

ଆସ ବନ୍ଧୁ ଆସ ସହୋଦର ପ୍ରୀୟ ଆସ ହେ ସକଳ ଜନ
ଆଜିର ଏ ଶୁଭ ଦିବସେ କାଳୀକା ମାତାଙ୍କୁ କରେ ଜଣାଣ  ।।

ଧରଣୀ ର ଅବକ୍ଷୟ ହେଉଅଛି ପ୍ରଳୟ ଦେଉଛି ଡାକ
ଉଦ୍ଧାର କର ଏ ଘୋର ଅନ୍ଧାରୁ ଜାଳି ଆଶାର ଆଲୋକ  ।।

କବି ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର, ମଙ୍ଗଳାଯୋଡି, ଖୋର୍ଦ୍ଧା

Post a Comment

0 Comments