ବାତ୍ୟା ଜନିତ ଅସୁବିଧା କାରଣରୁ କ୍ଷୁଦ୍ରଗଳ୍ପ ଓ କବିତା ପ୍ରତିଯୋଗିତାର ଫଳାଫଳ ମେ - ୧୦ ତାରିଖ ପରିବର୍ତ୍ତେ ଚଳିତ ମାସ ୩୧ ତାରିଖ ସୁଧା ଘୋଷଣା କରାଯିବ । ଏବଂ ଚଳିତ ମାସ ୨୩ ତାରିଖ ଠାରୁ କବିର ଘର ପ୍ରସ୍ତୁତ "ଆଜିର ଅତିଥି" କାର୍ଯ୍ୟକ୍ରମର ସାପ୍ତାହିକ ପ୍ରସାରଣ ସେବା ଆରମ୍ଭ ହେବ । ଅନିଚ୍ଛାକୃତ ଅସୁବିଧା ନିମନ୍ତେ ଦୁଃଖିତ ।

ଶୀତର କୋହ - ପବିତ୍ର କୁମାର ନାୟକ

ଶୀତର କୋହ - ପବିତ୍ର କୁମାର ନାୟକ


ଶୁଣ ଧରାବାସୀ       ସରଗର ଶଶୀ
   ପଚାରଇ ବାରେ ଉତ୍ତର ଦିଅ
ରଜନୀ ବୁକୁରେ      ଘନ ତିମିରରେ
    କିଏ ସେ ଢାଳୁଛି ଆଖିରୁ ଲୁହ...

ଶରତର ଅନ୍ତେ       ଖୋଜୁଥିଲି କେତେ
    ପାଇବାକୁ ଟିକେ ଶୀତଳ ଛୁଆଁ
ଏ କେମିତି ହେଲା        ସପନ ସାଜିଲା
    ବୈଶାଖର ତାତି ଜଳାଏ ହିଆ...

ସକାଳରୁ ସଞ୍ଜ         ନିତି ଦହଗଞ୍ଜ
    ଖୋଜୁଛି ଠିକଣା ହଜିଲା ଦିନ
ସୂରୁଯ ବି ଖୁସି      ତୁମ ସାଥେ ମିଶି
     ସମୀର ତପତ ଅଧୀର ମନ...

ଆଶା ଅସୁମାରି      ଗଲାଣି ସେ ମରି
    ଅଭିଶପ୍ତ ଏଇ ଜୀବନ ଆଜି
ବିଚଳିତ ମନ          ସାଥୀ ରାତିଦିନ
     ଧୂଆଁ କୁହୁଡ଼ିରେ ଯାଇଛି ହଜି....

ସଞ୍ଜର ସଳିତା      କହେ କେତେ କଥା
    ଚଉରା ମୂଳରେ ପତଙ୍ଗ ଆଶେ
ମୋ ଜୀବନ ଦୁଃଖ      ନ ଛାଡ଼ଇ ପାଖ
     ଜଳୁଛି ଶରୀର ତପନ ଧାସେ....

ପବିତ୍ର କୁମାର ନାୟକ
କେଲୁଆପଲ୍ଲୀ, ଗଞ୍ଜାମ