Information

ଶିଶୁ ବନାମ ଶିଶୁଦିବସ - ନାରାୟଣ ଚନ୍ଦ୍ର ସେନାପତି


କେତେ ଓଷା, ବ୍ରତ, ମାନସିକ, ପୁଣ୍ୟ ଅର୍ଜି
ତ୍ୟାଗରାଣୀ ମମତାମୟୀର ଗରଭୁ
ତୁ ଆବିର୍ଭାବ
ହସର ଲହରୀ ଆନନ୍ଦ ଜୁଆରରେ
ହସି ଉଠେ ମୋ ଦେଶ
କେବଳ ତୋ ପାଇଁ ରେ..
ନିଷ୍କପଟ, ନିର୍ମଳ, ନିର୍ବୋଧ.. ଅମାନିାଆ ଶିଶୁ
ଜାଳୁଛି ଆଶିଷର ଅଖଣ୍ଡ ଦୀପ
ତୋ ସ୍ୱନକ୍ଷତ୍ର ଦିବସରେ॥
ଆଭିଜାତ୍ୟ, କ୍ଷମତାର ସିଂହାସନକୁ ତୁଚ୍ଛ ଭାବି
ଲୁଚି ଲୁଚି ଖେଳୁଥିଲ ଗରିବ ସାଥି ସାଥେ
ଢାଳୁଥିଲ ସେନେହ ଅମୃତ ଧାରା
ଅବହେଳିତ ଶିଶୁ ହୃଦୟରେ
ହେ ଶିଶୁପ୍ରେମୀ  ସେହେନ୍ସା
କାନ୍ଦୁଥିଲ କଇଁ କଇଁ
ଡାକୁଥିଲ ଭଗବାନଙ୍କୁ ଦୁର କରିବାକୁ ଅଭାବୀଙ୍କ ଦୁଃଖ କଷ୍ଟ
ହେ ମୋତିଲାଲ ସ୍ୱରୁପାରାଣୀଙ୍କ ଗେହ୍ଲାପୁଅ
ବଳିଗଲ ମହାଦାନୀ କର୍ଣ୍ଣକୁ...
ନିର୍ଦ୍ୱନ୍ଦରେ ଦାନ କରି ତୁମ ଜନ୍ମଦିବସ ଶିଶୁସମାଜକୁ
ହାତଯୋଡି କରିଥିଲ ବିନତି ମାନିବାକୁ ଶିଶୁଦିବସ
ହେ ମହାନୁଭବ ଶ୍ରଦ୍ଧାୟୀ ଚାଚା
ନମ୍ରତାର ଅର୍ଘ୍ୟଥାଳି ଟେକୁଛି
ତୁମ ଚରଣରେ....॥
ଗର୍ବ ଅହଙ୍କାରକୁ ପାଦରେ ଚକଟି
ସତ୍ୟ ଅହିଂସାର କାଦୁଅ ପେଣ୍ଡୁଳାରେ
ଗଢିଥିଲ ଗୁରୁ ଗାନ୍ଧୀ ମୂର୍ତ୍ତି
ଦେଇଥିଲ ପୁଣ୍ୟଭୂମି ଗୁରୁମାତାଙ୍କୁ ଗୁରୁଦକ୍ଷିଣା...
ଶିଶୁ ପରା ସଜଫୁଲ କଢି..ହସି ହସାଅ
ଧନୀ କ'ଣ ଗରିବ କ'ଣ ..ସଭିଏଁ ତ ସମାନ
ଯଦି ଜିତିବାକୁ ଚାହଁ ପ୍ରେମରେ ହୃଦୟ ଜିତ
କି ସଂଜୀବନୀ ମନ୍ତ୍ର
ମା' ମାଟି ପାଇଁ କାନଦୁଥିଲା ତୁମ ପରାଣ
ଶତ୍ରୁକୁ ବି ପାଇଥିଲ ଭଲ କାଶ୍ମିରୀ ନ ଛଡାଇ
ହେଲ ଶିଶିପରି ଶିଶୁଟିଏ..
ହେ ଶିଶୁଚପଳ ମୈତ୍ରୀ..ଏକତାର ପ୍ରଧାନମନ୍ତ୍ରୀ
ଆଜି ପ୍ରଣାମ ଜଣାଏ ଏ ଜାତି
ତୁମ ପଦାରବିନ୍ଦରେ...॥

ନାରାୟଣ ଚନ୍ଦ୍ର ସେନାପତି
ଜମ୍ଭରା, କେନ୍ଦୁଝର

Post a Comment

0 Comments