Information

ସମ୍ପର୍କର ଇତିହାସ - ନାରାୟଣ ଚନ୍ଦ୍ର ସେନାପତି


ତମେ ସିନା ପେନ୍ ଟିକୁ ଥପ୍ କରି ମୁହଁ ଉପରକୁ ଫିଙ୍ଗିଦେଇ
ରାଗ ତମତମ ହୋଇ ଚାଲିଗଲ
ତୁମ ବାପଘରକୁ......
ହେଲେ ଜାଣିଛ ???
ତୁମ ସେ ପେନ୍ ଫିଙ୍ଗାଟା ନା
ମୋତେ ଜୋତା ମାଡ ପରି ଲାଗିଲା..
ଚାହିଁଥିଲେ ମାରିଥାନ୍ତି ତୁମ ଗାଲକୁ ଶକ୍ତ ଦୁଇ ଚାପୁଡା
କିମ୍ବା ଦେଇପାରିଥାନ୍ତି ଛାଡପତ୍ର
ହେଲେ କରିପାରିଲିନି କାହିଁକି ଜାଣିଛ ???
ମୁଁ ପରା ବିବେକୀ ବାପର ମଣିଷ ଛୁଆ
ଛି ଛି ପୁରୁଷ ହୋଇ ମାରିଥାନ୍ତି ଗୋଟେ ସ୍ତ୍ରୀକୁ...!
ଯୁଗ ଯୁଗର ବନ୍ଧନ ପାହାଡକୁ କାଟିଥାନ୍ତି ଥୁନ୍ତା ଅଧୈର୍ଯ୍ୟ ବ୍ଲେଡ୍ ରେ !
ହୋଇଥାନ୍ତ କି ଧର୍ମଛଡା...?
ହୋଇପାରିଥାନ୍ତି କି ଘରବୁଡା...? ॥
ତୁମେ ସିନା ଅକାଟ୍ୟ ବନ୍ଧନକୁ ଟିକ୍ ଟିକ୍ କରି କାଟିଦେଇ
ଚାଲିଗଲ ମୂର୍ଖ ଓ ଔଧତ୍ୟାମିର ଫୁଟ୍ ପାଥ୍ ରେ
ଫିଙ୍ଗିଦେଇ ପ୍ରଣୟର ଗଣ୍ଠିଲିକୁ ରାଜରାସ୍ତାରେ
ହେଲେ ମୁଁ ପରା ସଚ୍ଚା ଭାରତୀୟ ପୁରୁଷ
କେମିତି ଭୁଲିଥାନ୍ତି ସାତକଳସ ଆଠଦୀପର ପ୍ରେମ ଗପକୁ...
କେମିତି ଭୁଲିଥାଆନ୍ତି ଅଗ୍ନିକୁ ସାକ୍ଷୀରଖି ପିନ୍ଧା ସୀମନ୍ତ ସିନ୍ଦୂର ପର୍ବକୁ...
ଭୁଲିନାହିଁ ତୁମ ବାପାଙ୍କ କଥା.."ଦଶ ଦୋଷ କ୍ଷମା କରିବ"
ଗୁରୁଜନଙ୍କ ଏ ବଚନ କାଟିଥାନ୍ତି ଏଇ ସାମାନ୍ୟ ଭୁଲ୍ କୁ ଧରି
ତୁମେ ପରା ତୁମକୁ ପିଣ୍ଡ ଦେଇ ଆମ (ଗୋତ୍ର)ପିଣ୍ଡରେ ମିଶିଗଲ
ତ୍ୟାଗକରିଦେଲ ଘର,ପଡୋଶୀ ମାୟା ମୋହର ବନ୍ଧନ
ଭାବିଲ ଆମ ଘରକୁ ତୁମ ନିଜ ଘର
କେମିତି ଦୂରେଇଥାନ୍ତି ...
ତୁମ ପାଗଳାମି ଓ ଅଜ୍ଞାନକୁ ଧରି ??? ॥
ତୁମେ ସିନା ପତି ପତ୍ନୀର ସମ୍ପର୍କକୁ ଅଣଦେଖା କରି ଚାଲିଗଲ...ଅନ୍ଧାରୀ ଗୁମ୍ଫାକୁ....
ହେଲେ ପତି କ'ଣ ପତିତ ହେବ.?
ପତ୍ନୀ କ'ଣ ପତନ କରିବ ??
ତୁମେ ଜାଣିନ ସେ ନିଗୂଢ ସମ୍ପର୍କ
ସେଥିରେ ତୁମର କ'ଣ ଭୁଲ୍ ଅଛି ଯେ ----
ମୁଁ ପରା ହସ, ରୂପ ମାଧୁରୀରେ ବିହ୍ୱଳ ହୋଇ ବାଛିଥିଲି ତୁମକୁ
ନ ଦେଖି ତୁମର ଗୁଣାବଳି
ହେଲେ ମୁଁ କ'ଣ ଜାଣିଥିଲି ତୁମ ମା' ଓ ମାମୁଁଘରର କଦର୍ଯ୍ୟ ମହିମା
ତୁମେ କେମିତି ମୋତେ ସମ୍ମାନ ଦେବ ଯେ
ତୁମ ମା 'ପରା ଦିଅନ୍ତିନି ସମ୍ମାନ ତୁମ ବାପାଙ୍କୁ
ତୁମ ମାମୁଁ ଘର ପରା ଅନାର୍ଯ୍ୟ ଓ ଅସଭ୍ୟଙ୍କ ଆଡ୍ଡାସ୍ଥଳୀ
ହେଲେ ଭୁଲିଯାଅ ସେ ଅଜ୍ଞତା ଓ ଅଭଦ୍ରାମୀ
ଭାରତୀୟ ସଂସ୍କୃତିର ଆଧାରରେ ବହିଯାଅ ଓଡିଆଘରର ବୋହୂ ପଣିଆକୁ
ସ୍ୱାମୀ ଶାଶୁ ସ୍ୱସୁରଙ୍କୁ ଢାଳ ସମ୍ମାନ
ଶ୍ରଦ୍ଧେୟଙ୍କୁ ବାନ୍ଧ ଶ୍ରଦ୍ଧାର ରଜ୍ଜୁରେ
ତ୍ୟାଗ ନିଷ୍ଠାରେ ଭରି ନିଜକୁ
ଲେଖ ଆଦର୍ଶ ସଂସ୍କାରର ଗାଥା
ପଢ ପତି ପତ୍ନୀର ଅବିଛିନ୍ନ ସମ୍ପର୍କ ପୁସ୍ତିକା
ରଚ ମଧୁମୟ ସମ୍ପର୍କର ଇତିହାସ
ଦମ୍ପତିର ବିବିଧ ଅଧ୍ୟାୟ
ଆତ୍ମାର ତୋଫା ଗାଲିଚାରେ....
ନିଜକୁ କରି ପ୍ରତିଷ୍ଠିତା...॥

ନାରାୟଣ ଚନ୍ଦ୍ର ସେନାପତି, କେନ୍ଦୁଝର

Post a Comment

0 Comments