Information

ପ୍ରୀତି ଉପହାର - ନାରାୟଣ ଚନ୍ଦ୍ର ସେନାପତି


ଦ୍ୱନ୍ଦ୍ୱ ଆସେ ମନରେ ମୋ
ନେବାପାଇଁ ସିଦ୍ଧାନ୍ତ
କେଉଁ ଦିନ କେଉଁ ତିଥୀ କେଉଁ ମୂହୁର୍ତ୍ତ
ଆମ ପ୍ରେମ ବାର୍ଷିକୀ
ଦେବି ମୁଁ ପ୍ରୀତି ଉପହାର।

ସେଦିନ ସେ ପହିଲି ଦେଖା
ଚତୁର୍ଆଖିକୁ କଲା ମିଳନ
କି ମଧୁର ଆକର୍ଷଣ !
ତୁମ ଚୋରା ଚାହାଣୀର ଗୋଲାପି ହସପାଇଁ
ମୋ ଲାଜବୋଳା ହସ
ଦେଲି ମୁଁ ପ୍ରୀତି ଉପହାର।

ନିକୋପାର୍କରେ ତୁମ ଦୀର୍ଘ ପ୍ରତୀକ୍ଷା
ମୋର ସାମାନ୍ୟ ବିଳମ୍ବକୁ କଲା ଅଭିମାନ
ଟିକିଏ ପ୍ରେମବୋଳା ବଚନ
କିଣିଦେଲା ତୁମ ହୃଦୟକୁ
ମୁଁ ତୁମକୁ ଭଲପାଏ....କହି
ଶରଧାର ସୁଗନ୍ଧରେ ବିଶ୍ୱାସର ଗୋଲାପ
ଦେଲି ମୁଁ ପ୍ରୀତି ଉପହାର।

କଲେଜର ରଙ୍ଗମଞ୍ଚରେ
ମୁଁ ରାଜା  ତୁମେ ମୋ ରାଣୀ
ସୃଷ୍ଟିକଲା ସତ ଅଭିନୟର ପ୍ରେମ କାହାଣୀ
ରୂପାନ୍ତର କଲା ପ୍ରଣୟରେ
ନିଃଶ୍ୱାସର ମିଳନରେ ତୁମ ଓଠରେ ଚୁମ୍ବନ
ଦେଲି ମୁଁ ପ୍ରୀତି ଉପହାର ।

ଦିନପରେ ଗଲା କେତେ ଦିନ
ଆବିର୍ଭାବ ହେଲା କାମଦେବଙ୍କ ନିବେଦନ
ମନ ଆତ୍ମାର ବୈଦିକ ମିଳନରେ
ସମ୍ପର୍କର ସୂତାଖିଅ ବିବାହ
ଯୁଗ ଯୁଗର ମିଳନ ପତି ପତ୍ନୀର
ସି ନ୍ଥି ରେ ସି ନ୍ଦୁ ର
ଦେଲି ମୁଁ ପ୍ରୀତି ଉପହାର।

କହିପାରିବେ ବନ୍ଧୁ ???
କେଉଁ ଶୁଭବେଳା କେଉଁ ଶୁଭ ମୂହୁର୍ତ୍ତ
ଆମ ପ୍ରେମ ବାର୍ଷିକୀ ...
ପାଳିବି ମୁଁ.......
ଦେବି  ତାକୁ ଶରଧାରେ...ସାଇତା

ନାରାୟଣ ଚନ୍ଦ୍ର ସେନାପତି, ଜମ୍ଭରା, କେନ୍ଦୁଝର

Post a Comment

0 Comments