Information

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

ଉପାଧି - ନରେଶ କୁମାର ବେହେରା


ଯୌବନର ରଜ୍ଜୁ
ଘଷିଘଷି ସରିଗଲାପରେ,
ସୌନ୍ଦର୍ଯ୍ୟର ତ୍ଵଚା
ଅକାଳେ ଝଡିଗଲାପରେ ,
ବାକି ବାଣ ଅଛି?

ପୁରୁଣା ତାଳପୋଥିରୁ
ଓଲଟାଏ,
ସେ ଭଙ୍ଗା-ଅଯୋଡ଼ା
ସମ୍ପର୍କର ଅପ୍ରିତିକର କଥାସବୁ,
ଅପରିଷ୍କାର ଫୋଟୋଫ୍ରେମ୍ ର
କୁହୁଡ଼ିଆ ଦ୍ଵନ୍ଦସବୁକୁ
ପୁଣି ପୋଛିବାକୁ ପ୍ରୟାସକରେ
ପାରିହୋଇ ନିର୍ଲଜତାର
ସବୁବନ୍ଧ ।

ଜାଣିପାରେନି କାହାପାଇଁ
ତାର ଏ ପ୍ରୟତ୍ନ !
ଏହି ଉପାଧି - ମି-ଠୁ
ତା ପ୍ରେମର, ନା ପ୍ରତାରଣାର
ତା ଅବିଶ୍ଵାସର,
ନା ଜଳାଞ୍ଜଳିରେ ପାଇଥିବା
ସଫଳତାର ?
ମୁଁ ଯାହା ଜାଣେ
ପ୍ରେମପାଇଁ ସବୁ ନାଟ
ପ୍ରେମପାଇଁ ଏଠିସେଠି ହାଟ
ପ୍ରେମପାଇଁ ସମସ୍ତେ ଏକ
ଫେଣ୍ଟାଫେଣ୍ଟି ରୂପ॥

Post a Comment

0 Comments