ବାତ୍ୟା ଜନିତ ଅସୁବିଧା କାରଣରୁ କ୍ଷୁଦ୍ରଗଳ୍ପ ଓ କବିତା ପ୍ରତିଯୋଗିତାର ଫଳାଫଳ ମେ - ୧୦ ତାରିଖ ପରିବର୍ତ୍ତେ ଚଳିତ ମାସ ୩୧ ତାରିଖ ସୁଧା ଘୋଷଣା କରାଯିବ । ଏବଂ ଚଳିତ ମାସ ୨୩ ତାରିଖ ଠାରୁ କବିର ଘର ପ୍ରସ୍ତୁତ "ଆଜିର ଅତିଥି" କାର୍ଯ୍ୟକ୍ରମର ସାପ୍ତାହିକ ପ୍ରସାରଣ ସେବା ଆରମ୍ଭ ହେବ । ଅନିଚ୍ଛାକୃତ ଅସୁବିଧା ନିମନ୍ତେ ଦୁଃଖିତ ।

ଓଡିଆଘର ପଖାଳ - ନାରାୟଣ ଚନ୍ଦ୍ର ସେନାପତି

ଓଡିଆଘର ପଖାଳ - ନାରାୟଣ ଚନ୍ଦ୍ର ସେନାପତି


ଓଡିଆର ହଂସାଥାଳ
ମା'ର ହାତ ତିଆରି ସରାଗି ପଖାଳ
ଓଡିଆଙ୍କ ଅମୃତ ସଂଜୀବନି
ତାଜା ରଖୁଥିବା
ଅମୂଲ୍ୟ ରତନସିଏ।
ତା ତୋରାଣି ଆଗରେ ହାର୍ ମାନେ ଥଣ୍ଡାପାନୀୟ
ତା ମଣ୍ଡି ଆଗରେ କି ବଜାରର ମିଷ୍ଟାନ୍ନ
ସୁସ୍ଥ ସବଳ ନୀରୋଗକାରୀ
ବିଶୁଦ୍ଧ ଚିଜଟିଏ।
କୃଷକ ହେଉ ବା ଶ୍ରମିକ
ଧନୀ କିବା ସେ ଗରିବ
ସଭିଙ୍କର ଆଦରଣୀୟ
 କୁହୁକ କିବା ଯାଦୁଟିଏ।
ତା ସାଙ୍ଗେ ପିଆଜ ଲଙ୍କା ଓ ବଢିଚୁରା
ଶାଗଭଜା ଆଚାର କି ବା କଷି କାକୁଡି
ତୋରାଣିରେ ଆମ୍ବନଷିର ପ୍ରୀତି
ଲଙ୍କା ରସୁଣ ସହ ଆମ୍ବଛେଚା
ତା ଆଗରେ ତୁଚ୍ଛ ଚାଇନିଜ୍ ବିରିୟାଣି ଆଦି ବିଦେଶୀ ଓଡି ।
ଆଦିମ କାଳରୁ ପ୍ରିୟ ସାଥି
ଦିନେ ନ ପାଇଲେ ଅବଶୋଷ
ବିଦେଶରେ ଥିଲେ ମନେପଡ ତୁମେ ଓ ତୁମ ସ୍ମୃତି
ତା ସାଥେ ବୋଳା ସେନେହ ଶରଧା ବୋଳା ଆତ୍ମୀୟତା
ପୁଣି ପ୍ରିୟଜନଙ୍କ ସେହି ଡାକ
ଆ ଖାଇଦେ ଦିଟା ପଖାଳ।
ସେ ବି ରଖେ ସଂସ୍କୃତିକୁ
ଲକ୍ଷ୍ମୀପୂଜାରେ ଦହି ପଖାଳ
ରୌଦ୍ରତାପରେ ହୋଟେଲରେ ଦହି ପଖାଳ
ଦହି ଲଙ୍କା ଫୁଟଣ ଓ ଭୂର୍ଷୁଙ୍ଗାପତ୍ରର ଛୁଙ୍କ
ସତରେ ନିଆରା।
କେଉଁଠି କେମିତି ନ ପାଇଲେ ମନଟା ଝୁରୁ ହୁଏ
ନାକଟା ବାସନା ଖୋଜେ
ଓଡିଆକୁ ଦେଖିଲେ କଥାବାର୍ତ୍ତାରେ ବାହାରିଆସେ
କେତେ ମିଠା କେତେ ଭଲ
ଆମ ଓଡିଆଘର ଦହି ପଖାଳ ।

ନାରାୟଣ ଚନ୍ଦ୍ର ସେନାପତି, ଜିଲ୍ଲା-କେନ୍ଦୁଝର

0 Comments